Odisha news

ମହିଳାଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ଘଟଣା : ୩ ଯୁବକ କୋର୍ଟ ଚାଲାଣ

0

ଦଶରଥପୁର,  : ମହିଳାଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲ ଘଟଣାରେ  ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମାଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ଯିବାକୁ ପଡ଼ିଛି । ସୂଚନା ମୁତାବକ ପ୍ରାୟ ବର୍ଷେ ପୂର୍ବେ ଯାଜପୁର ଥାନା ତଥା ଦଶରଥପୁର ବ୍ଲକ୍ ଚିତାଳୋ ପଞ୍ଚାୟତ ଝାଡ଼ଙ୍ଗା ଅଂଚଳର ଜଣେ ମହିଳାଙ୍କ ଅଶ୍ଳିଳ ଭିଡ଼ିଓ ଭାଇରାଲକୁ ନେଇ ମହିଳାଙ୍କ ପରିବାର ପକ୍ଷରୁ  ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତମାନେ ଦୀର୍ଘ ଦିନ ଧରି ଫେରାର ଥିଲେ ।

ଗତ କାଲି ଯାଜପୁର ଟାଉନ ଥାନାଧିକାରୀ ଆଶିଷ କୁମାର ସାହୁ କୈାଣସି ସୁତ୍ରରୁ ଅଭିଯୁକ୍ତ ମାନେ ଗାଁକୁ ଫେରିଥିବା ଜାଣିବାକୁ ପାଇଥିଲେ । ବିଳମ୍ବିତ ରାତି୍ରରେ ଅଭିଯୁକ୍ତଙ୍କ ଘରେ ଚଡ଼ାଉ କରିବା ସହ ଚିତାଳୋ ପଞ୍ଚାୟତ ଝାଡ଼ଙ୍ଗା କାଇସାହିର ରଂଜିତ ପଣ୍ଡା (୩୪), ପ୍ରମୋଦ ବେହେରା (୨୦) ଓ ଅକରପଡ଼ା ପଞ୍ଚାୟତ ଶ୍ରୀଧରପୁର ଗ୍ରାମର ଜ୍ଞାନେନ୍ଦ୍ର ସାହୁ (୨୭)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମାଞ୍ଜୁର ପରେ ୩ ଅଭିଯୁ୍କ୍ତଙ୍କୁ ଜେଲ ଯିବାକୁ ପଡ଼ିଛି ।

 

Nalco

Leave A Reply