Odisha news

୩୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ,ମୟୂରଭଞ୍ଜରେ କରୋନା ୫ଶହ ଟପି ୫୩୧ରେ ପହଞ୍ଚିଲା

0

ବାରିପଦା,: ଧିରେଧିରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ବେକାବୁ ହେବାରେ ଲାଗିଛି, ଶୁକ୍ରୁବାର ଏକାସଙ୍ଗେ ୩୨ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂଖ୍ୟା ୫ଶହ ଟପି ୫୩୧ରେ ପହଞ୍ଚିଛି । ଶୁକ୍ରୁବାର ମୋଟ୍ ୩୨ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୬ ଜଣ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ କରଞ୍ଜିଆ ବ୍ଲକରୁ ଜଣେ, ଖୁଣ୍ଟା, ଯଶିପୁର ବ୍ଲକରୁ ଦୁଇଜଣ ଲେଖାଏଁ, ବେତନଟୀ ବ୍ଲକରୁ ୪ଜଣ, ଉଦଲା ବ୍ଲକ ଓ ବାରିପଦା ପୌରାଞ୍ଚରେ ୩ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ୬ଜଣ କୋଭିଡ୍ ଯୋଦ୍ଧା ଯଶିପୁର, କପ୍ତିପଦା ଓ ଶୃକୁଳି ବ୍ଲକରୁ ଚିହ୍ନଟ ହୋଇଛନ୍ତି ।

ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ର ଓ ହୋମ୍ କ୍ୱାରାଣ୍ଟାଇନ୍ରେ ରହୁଥିବା ୧୧ଜଣ କରୋନା ଆକ୍ରାନ୍ତମାନେ ହେଲେ ବେତନଟୀ ବ୍ଲକ ଓ ବାରିପଦା ପୌରାଞ୍ଚଳରୁ ଜଣେ ଲେଖାଏଁ, ଶୁକୃଳି ବ୍ଲକରୁ ଦୁଇଜଣ, ବାଙ୍ଗିରିପୋଷି ବ୍ଲକରୁ ୩ଜଣ ଓ କରଞ୍ଜିଆ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ତାନ୍, ଝାରଖଣ୍ଡ ଓ ଦିଲ୍ଲୀ ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୫୩୧ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୫୦ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।

Leave A Reply