Odisha news

ରାୟଗଡା : ପୁଣି ୪୭ କୋରନା ଆକ୍ରାନ୍ତ ଚିହ୍ନଟ ପରେ ସଂଖ୍ୟା ୨୪୨କୁ ଛୁଇଁଲା

0

ରାୟଗଡା (Rabindra Patkhandal) : ରାୟଗଡ଼ା ଜିଲ୍ଲାରେ ଧିରେ ଧିରେ କରୋନା ସ୍ଥିତି ଅଣାୟତ ଆଡ଼କୁ ଗତିକରୁଛି । ଆଜି ଜିଲ୍ଲାରେ ଗୋଟିଏ ଦିନରେ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୯ କୋରନା ଯୋଦ୍ଧା ମଧ୍ୟ ସାମିଲ ଅଛନ୍ତି । ପୁରୁଷ କୋରନା ଆକ୍ରନ୍ତଙ୍କ ସଂଖ୍ୟା ୩୪ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୧୩ ଥିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ବିଷମ କଟକ ବ୍ଲକରୁ ୯, କୋଲନରା ବ୍ଲକରୁ ୧୫ ଏବଂ ପଦ୍ମପୁର ବ୍ଲକରୁ ୨୨ ଚିହ୍ନଟ ହୋଇଥିବା ବେଳେ ଆମ୍ବାଦୋଳାରୁ ଜଣେ ଚିହ୍ନଟ ହୋଇଥିବା ୭୪ ବର୍ଷ ବୟସ୍କ ବୃଦ୍ଧାଙ୍କର ଭୂବନେଶ୍ୱରରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ମଧ୍ୟରେ କଲୋନରା ତହସିଲଦାର, ସଂପ୍ରସାରଣ ଅଧିକାରୀ, କିରାଣୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧି କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ମାନଙ୍କୁ ଜେ.କେ.ପୁର ସ୍ଥିତ କୋଭିଡ ହସ୍ପିଟାଲ, ବିଷମକଟକ କୋଭିଡ କେୟାର ସେଣ୍ଟର ଏବଂ ଗୁଣପୁର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଏଥି ସହ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଏରିଆକୁ ନିଷିଧାଞ୍ଚଳ ଘୋଷଣା କରାଯାଇଛି । ତେବେ କରୋନା ଯୋଦ୍ଧା ମାନେ କରୋନା ଆକ୍ରାନ୍ତ ହେବା ଯୋଗୁଁ ବର୍ତ୍ତମାନ ପ୍ରଶାସନର ଚିନ୍ତାର କାରଣ ପାଲଟିଛି ଜିଲ୍ଲାପାଳ କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୨୪୨ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ଗତ ୧୩ ତାରିଖ ଦିନ ଜିଲ୍ଲାରୁ ୧୮୭ ଜଣଙ୍କ ସ୍ୱାବ ନମୁନା ଯାଂଚ ପାଇଁ ଭୂବନେଶ୍ୱର ପଠାଯାଇଥିଲା । ସେଥିମଧ୍ୟରୁ ୪୪ ଜଣଙ୍କ କୋରନା ପଜିଟିଭ୍ ଆସିଥିବା ବେଳେ ୧୪୩ ଜଣଙ୍କ ନେଗେଟିଭ୍ ଆସିଛି । ଆଜି ଚିହ୍ନଟ ହୋଇଥିବା ୪୭ ଜଣଙ୍କ ମଧ୍ୟରୁ ୩ ଜଣଙ୍କ କରୋନା ପଜିଟିଭ୍ ଭୂବନେଶ୍ୱର ଏମ୍ସ ଠାରେ ଚିହ୍ନଟ ହୋଇଥିବା ଜିଲ୍ଲା ଚିକିତ୍ସା ଅଧିକାରୀ ଡା.ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାରେ କୋରନା ଆକ୍ରାନ୍ତ ବୃଦ୍ଧି ପାଉଥିବାରା ଜିଲ୍ଲାପାଳ ଶ୍ରୀବେହେରା ଜିଲ୍ଲାବାସୀଙ୍କୁ କୌଣସି ସାମାଜିକ କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply