ନୂଆ ନିୟମ ଅନୁସାରେ ବର୍ତମାନ ଅନଲାଇନରେ ଅର୍ଡର କ୍ୟାନ୍ସଲ କରିବା ପାଇଁ କୌଣସି ଚାର୍ଜ ଲାଗିବ ନାହିଁ l ନୂଆ ଉପୋଭୋକ୍ତା ନିୟମ ଅନୁସାରେ ଇ-କମର୍ସ କମ୍ପାନୀ ଗୁଡିକ ଉପରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ନିଆଯିବ l ବର୍ତମାନ ଅନଲାଇନ କମ୍ପାନୀ ଗୁଡିକ ନିଜ ଗ୍ରାହକ ମାନଙ୍କର ସୁବିଧା କୁ ପ୍ରଥମେ ଦେଖିବେ l ଉପୋଭୋକ୍ତା ସଂରକ୍ଷଣ କାନୁନ ୨୦୧୯ ଓ ଉପଭୋକ୍ତା ସଂରକ୍ଷଣ ନିୟମ ୨୦୨୦ ଅନୁସାରେ ବସ୍ତୁ ଓ ବିକ୍ରି ସେବା କରୁଥିବା ସମସ୍ତ ଇ-ରିଟେଲରସ ଉପରେ ଇ-କମର୍ସ ନିୟମ ଲାଗୁହେବ ,ସେ କମ୍ପାନୀ ଗୁଡିକ ଦେଶର ରେଜିଷ୍ଟରଡ଼ ହେଇ ଥାନ୍ତୁ କିମ୍ବା ବିଦେଶର ସମସ୍ତଙ୍କ ପାଇଁ ନିୟମ ସମାନ ରହିବ l
ନୂଆ ନିୟମ ଅନୁସାରେ ଅର୍ଡର କ୍ୟାନ୍ସଲ କରିବା ପାଇଁ କୌଣସି ଦେୟ ପୈଠ କରିବାକୁ ପଡିବ ନାହିଁ l ଅଭିଯୋଗ କରିବା ପାଇଁ ସ୍ୱତନ୍ତ୍ର ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯିବ l ଗୋଟିଏ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଅଭିଯୋଗର ସମସ୍ତ ଦେଖାରଖା ହେବ l ଗ୍ରାହକ ମାନଙ୍କୁ ଭୁଲ କିମ୍ବା ଲୋଭାନିତ କରିବା ପାଇଁ କୌଣସି ମୂଲ୍ୟ କୁ କମ କରିବା ପାଇଁ ଚେଷ୍ଟା କରାଗଲେ ପଦକ୍ଷପ ନିଆଯିବ l ଏଥି ସହିତ ପ୍ରଡକ୍ଟର ମିଥ୍ୟା ରେଟିଙ୍ଗ ଉପରେ ଲଗାମ ଲାଗିବ l ଘାଟିଆ ରିଫଣ୍ଡ ,ଏକ୍ସଚେଞ୍ଜ ,ଗ୍ୟାରେଣ୍ଟି ,ୱାରେଣ୍ଟି ସମସ୍ତ ତଥ୍ୟ ଗ୍ରାହକକୁ ଜଣାଇବାକୁ ପଡିବ l
ବଡ଼ବଡ଼ ଇ-କମର୍ସ କମ୍ପାନୀ ଗୁଡିକୁ ଅନେକ ପ୍ରକାର ନିୟମ ପାଳନ କରିବାକୁ ପଡିବ l ନୂଆ ନିୟମକୁ ପାଳନ କରିବା ପାଇଁ IT ଆକ୍ଟରେ କିଛି ଜରୁରୀ ପରିବର୍ତନ କରିବାକୁ ପଡିବ l ବର୍ତମାନ LPG ଡିଷ୍ଟ୍ରିବ୍ୟୁଟରର ଗ୍ରାହକ ମାନଙ୍କର ଅଭିଯୋଗକୁ ଗମ୍ଭୀରତା ସହ ନେବାକୁ ପଡିବ l ଖରାପ କଷ୍ଟମବର ସର୍ଭିସ ଉପରେ ଅନେକ କମିସନରେ କଟୋତି ହେବ l ଏହି ନୂଆ ନିୟମ ୧ ଅଗଷ୍ଟ ୨୦୨୦ରେ ଲାଗୁ ହୋଇପାରେ l ପ୍ରେଟ୍ରୋଲିୟମ ମନ୍ତ୍ରଣାଳୟ ଏହାକୁ ମଞ୍ଜୁରୀ ଦେଇ ସାରିଛି l ବର୍ତମାନ ଯଦି ଠିକ ସମୟରେ ସିଲିଣ୍ଡର ନମିଳିଲା ତେବେ କମିଶନ କଟାଯିବ ଡିଜିଟାଲ ପ୍ରେମେଣ୍ଟରେ ମନାକଲେ କମିଶନ ମିଳିବ ନାହିଁ l
