Odisha news

ଧାମନଗର ଥାନା ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୧୮ଜଣ କରୋନା ଚିହ୍ନଟ, ସଂଖ୍ୟା ପହଂଚିଲା ୭୬ରେ : ଜୁଲାଇ ୩୧ ପର୍ଯ୍ୟନ୍ତ ଧାମନଗର ଏନ୍ଏସି ଲକ୍ଡ଼ାଉନ୍ ଘୋଷଣା

0

ଧାମନଗର : ବିଗତ କିଛିଦିନ ହେବ ଧାମନଗର ସହରାଞ୍ଚଳରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦିନ ଧାମନଗର ଅଞ୍ଚଳରୁ ମୋଟ ୧୮ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଭଦ୍ରକ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି । ଧାମନଗର ଥାନା ଅଧିକାରୀ ଙ୍କ ସମେତ ଥାନାର ୬ଜଣ ପୋଲିସ ସଂକ୍ରମିତ ହୋଇଥିବା ବେଳେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ କରୋନା ପଜିଟିଭ ବାହାରିଥିବା ଜଣାଯାଇଛି ।

କିଛିଦିନ ତଳେ ମୃତୁ୍ୟ ବରଣ କରିଥିବା ଘରୋଇ ଡ଼ାକ୍ତରଙ୍କ ପରିବାରର ଡ଼୍ରାଇଭର, ପୁତୁରା ଓ ତାଙ୍କ ଘରେ କାମ କରୁଥିବା ବ୍ୟକ୍ତିଙ୍କ ସମେତ ୩ଜଣ ସଂକ୍ରମିତ ହୋଇଥିବାବେଳେ ଦୋବଲ ହାଇସ୍କୁଲ ସଂଗରୋଧ କେନ୍ଦ୍ରରୁ ୬ଜଣ, ଦେହୁଡ଼ି ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିର କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨ଜଣ ଏବଂ ମୁସ୍ତଫାପୁର ଅଞ୍ଚଳର ହୋମ୍ କ୍ୱାରେଣ୍ଟାନ୍ରେ ଥିବା ଜଣେ ବ୍ୟକ୍ତିଙ୍କୁ ଲଗାଇ ଧାମନଗର ଅଞ୍ଚଳର ମୋଟ ୧୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କୁ କୋଭିଡ଼- ୧୯ ହସ୍ପିଟାଲକୁ ଚିକିସôା ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ପରିସ୍ଥିତର ଗୁରୁତ୍ୱ ଉପଲବ୍ଧିକରି ଭଦ୍ରକ ଜିଲ୍ଲାପାଳ ଡ଼. ଜ୍ଞାନ ଦାସ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୨୦ତାରିଖ ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ସୋମବାରରୁ ଶୁକ୍ରବାର ଲକ୍ଡ଼ାଉନ୍ ଘୋଷଣା କରିଛନ୍ତି । ଲୋକମାନଙ୍କ ଆବଶ୍ୟକତାକୁ ଦୁଷ୍ଟିରେ ରଖି ଏହି ଦିନ ମାନଙ୍କରେ ସକାଳ ୫ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ଏବଂ ଦିନ ୨ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟତକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ପୂର୍ବପରି ଶନିବାର ଓ ରବିବାର ସଟ୍ଡ଼ାଉନ୍ ବଳବତ୍ତର ରହିବ ବୋଲି ଜଣାଯାଇଛି ।

Leave A Reply