ତାଳଚେର : ରାଜ୍ୟ ଓ କେନ୍ଦ୍ର ଉଭୟ ସରକାରଙ୍କ ପକ୍ଷରୁ ଜାତୀୟ ବିପତିଭାବେ କରୋନା ମହାମାରୀକୁ ରୋକିବା ପାଇଁ କରିଥିବା ନିତିନୀୟମ ମଧ୍ୟବିତ ପରିବାର, ଦିନମଜୁରୀଆ, ଖଟିଖିଆ, ଦାଦନ ଶ୍ରମିକ ଓ ଛୋଟଛୋଟ ଦୋକାନୀମାନେ ହୋଇପଡ଼ିଥିବା ବିପର୍ଯ୍ୟସ୍ତ କରୋନା ମୃତୁ୍ୟ ଯନ୍ତ୍ରଣା ଠାରୁ ଯଥେଷ୍ଟ ଅଧିକ ବୋଲି ବର୍ଣ୍ଣନାକଲେ ଆଦୌ ଭୂଲହେବ ନାହିଁ ।
ଅଚାନକଭାବେ ଗତ ମାର୍ଚ୍ଚମାସ ୨୩ ତାରିଖ ଠାରୁ ଆରମ୍ଭକର ବର୍ତମାନ ସୁଦ୍ଧା ଦୀର୍ଘ ୨ମାସ ହେବ କରୋନା ସଂକ୍ରାନ୍ତରେ କରାଯାଇଥିବା ଲକଡ଼ାଉନ୍ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି । ଏପରିକି ମାନସିକ ରୋଗ ବ୍ୟାପିବା ସହ ପରିବାରର ଶୁଭ ହେଉକି ଅଶୁଭ ହେଉ ପାରମ୍ପାରିକ କର୍ମ କର୍ମାଣୀମାନେ ସାଂଘାତିକଭାବେ ପ୍ରଭାବିତ ହୋଇପଡ଼ିଛି । ଆୟୋଜନ କାର୍ଯ୍ୟକ୍ରମରେ ପରିବାର ପୋଷୁଥିବା ବ୍ୟକ୍ତି ବିଶେଷ କର୍ମ ହରାଇ ବହୁ ଅସୁବିଧାରେ ଜୀବନ ବିତାଉଛନ୍ତି । ଏନେଇ କାଲି ତାଳଚେର ଉପଜିଲ୍ଲାପାଳଙ୍କୁ ତାଳଚେର ଅଂଚଳର ବାରିକ ସମାଜ, ଛୋଟମୋଟ ଦୋକାନୀ ମାନେ ଦୋକାନ୍ ଖୋଲିବା ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବିତ ହେଉଥିବାରୁ ବର୍ତମାନ ସେମାନେ ଚଳିବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ତେବେ କଥା ଆସୁଛି ତାଳଚେର ଭଳି ଏକ ଅଂଚଳରେ ବର୍ତମାନ ସୁଦ୍ଧା କୌଣସି କରୋନା (କୋଭିଡ଼-୧୯)ରେ ଆକ୍ରନ୍ତ ହୋଇନଥିବା ବେଳେ ଲକଡ଼ାଉନର ସମୟସୀମା ଆଗକୁ ବଢ଼ିବାର ସମ୍ଭାବନା ଦୃଷ୍ଟିରୁ ସରକାର ଏମାନଙ୍କ ପ୍ରତି କୋହଳ ମନଭାବ ପୋଷଣ କରିବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି ।