Odisha news

ଗୋଟିଏ ମାସରେ ୩ଥର ୧୦୦% ପିଏଲଏଫ ହାସଲ କଲା ଏନଟିପିସି,କଣିହାଁ

0

କଣିହାଁ : କୋଭିଡ-୧୯ ଜନିତ ଲକଡାଉନ ତଥା ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ମଧ୍ୟ ଏନଟିପିସି, କଣିହାଁ ପାୱାର ଷ୍ଟେସନ ଗତି କରୁଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଛି । ଉକ୍ତ ଷ୍ଟେସନ ମେ ମାସରେ ୩ଥର ଶତପ୍ରତିତଶତ ପ୍ଲାଂଟ ଲୋଡ ଫ୍ୟାକ୍ଟର ( ୧୦୦%ପିଏଲଏଫ) ହାସଲ କରିବାରେ ସକ୍ଷମ ହୋଇଛି ।

କରୋନା ଯୋଗୁଁ ଏନଟିପିସି କଣିହାଁ ଷ୍ଟେସନ କମ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଆଇଟି ସହାୟତାରେ ପ୍ଲାଂଟ ଚଳାଇ ଉକ୍ତ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ଏନଟିପିସି ବିଭିନ୍ନ ବିଭାଗର ୧୦ହଜାରରୁ ଉଦ୍ଧ୍ୱର୍ ଠିକା କର୍ମଚାରୀଙ୍କୁ ମାସ୍କ ପ୍ରଦାନ କରିବାସହ ସିଏସଆର ମାଧ୍ୟମରେ ପାରିପାଶ୍ୱର୍ିକ ଗ୍ରାମର ଜନସାଧାରଣଙ୍କୁ ୧୧ହଜାର ୫ଶହ ମାସ୍କ ପ୍ରଦାନ କରିଛି । ଏନଟିପିସିର ସିଭିଲ ଡିପାର୍ଟମେଂଟ ପକ୍ଷରୁ ପ୍ଲାଂଟ ପରିସର ,କାର୍ଯ୍ୟାଳୟରେ ବ୍ଲିଚିଂ ପାଉଡର ପକାଇ ବିଶୋଧନ କରୁଥିବା ଏନଟିପିସି ସୁତ୍ରରୁ ପ୍ରକାଶ ।

Leave A Reply