ରାଜକନିକା : ଧୁଧୁ ଖରା ଗରମରେ ସିଝିଯାଉଛି ଦେହ,ମୁଣ୍ଡ ଗୁଂଜିବାକୁ ଫଟା ପାଲର ନୁଆଣିଆ ପଲ୍ଲା ବି ଯଥେଷ୍ଟ ନୁହଁ ।ଏ ପାଖରେ କରୋନାର ତାଲାବନ୍ଦ ଯୋଗୁଁ କାମଧନ୍ଦା ବି ବନ୍ଦ । ଓଳିଏ ଖାଇ ବଂଚିବା ବି କଷ୍ଟ ହୋଇପଡୁଛି ।ଏତିକିବେଳେ ପୁଣି ଗାଁ ଲୋକଙ୍କ ଜୁଲମ ଓ ଧମକ ।ଗାଁ ଛାଡି ଚାଲିଯାଅ ନହେଲେ ଘର ପୋଡିଦେବୁ । ଏଭଳି ଦୁର୍ଦିନରେ କିଏ କଣ କୋଉଠି ଯାଇପାରେ । କରୋନା ମାଡରେ ଧଇଁସଇଁ ଜୀବନଟା ପୁଣି ବେଘର ହେବାର ଯନ୍ତ୍ରଣା କେଉଁଠିକି ଯିବୁ କାହିଁକି ବା ଯିବୁ ।ଦେଶର ନାଗରିକ ହିସାବରେ ଆଧାର କାର୍ଡ ,ରାସନ କାର୍ଡ ,ଭୋଟର ହେଇବି ଦଳିତ ପରିବାର ପ୍ରତି ଏଭଳି ଅବିଚାର କଣ ପାଇଁ ବୋଲି ଉତର ମାଗୁଛନ୍ତି ରାଜକନିକା ବ୍ଲକ ଅଧିନସ୍ଥ ଓଳାଭର ପଂଚାୟତର ଦେଉଳସାହି ଗ୍ରାମ ଜେନାସାହି ର ଦଳିତ ମୀନତି ଜେନା ,ସ୍ୱାମୀ -ଦାମୋଦର ଜେନା ର ପରିବାର । ଗାଁର କିଛି ଲୋକ ତାଙ୍କୁ ବେଘର କରିବାକୁ ରିତିମତ ଷଡଯନ୍ତ୍ର କରୁଥିବା ନେଇ ତଥା ଗତବର୍ଷ ତାଙ୍କର ଘରକୁ ଭାଂଗି ଦେବା ପରେ ମୀନତି ଆଇନର ଆଶ୍ରୟ ନେଇଥିଲେ ।ସେତେବେଳେ ଆସାମୀମାନଙ୍କ ମଧ୍ୟରେ ଜଣେ ବି ଗିରଫ ହୋଇ ଜେଲ ଯାଇନଥିଲେ ,ଚଳିତ ବର୍ଷ ପୁଣି ସେଇ ଏକା ଆକ୍ରମଣ ।ଦୀର୍ଘଦିନ ହେବ ଗାଁ ମୁଣ୍ଡ ସରକାରୀ ଜମିରେ ଚାଳ କୁଡିଆ ଖଣ୍ଡେ କରିଥିଲେ ।ଗାଁ ଲୋକଭାଂଗି ଦେବା ପରେ ଏବେ ପାଲ ଖଣ୍ଡେ ପକାଇ ପଲ୍ଲାମାରୀ ରହୁଛନ୍ତି ମୀନତିର ପରିବାର ।ଏବେ ପୁଣି ଧମକ ଜାଗା ଛାଡି ଚାଲିଯାଅ ।
ସରକାରୀ ଜାଗାରେ ଦୀର୍ଘ ଦିନ ହେବ ଗାଁ ମୁଣ୍ଡ ସରକାରୀ ଜାଗାରେ ଦୀର୍ଘ୨୦ ବର୍ଷରୁ ଅଧିକ ହେଲାଣି ଅବରୋଧ କେନଂ ୧୮୯/୧୯୨୦ର ପାଉତି କାଟୁଛନ୍ତି ।କୋର୍ଟରେ ବି ବିଚାରଧିନ ଅଛି ।ହେଲେ କେତେକ ଖଳ ପ୍ରକୃତିର ଲୋକ ଗତ ୧୧ ତାରିଖ ରାତିରେ ମୀନତୀକୁ ଘରୁ ବାହାରିଯିବା ପାଇଁ କହିଥିଲେ ,ନ ଗଲେ କିରୋସିନି ଢାଳି ପଲ୍ଲା ସହ ଜାଳି ଦେବାର ଧମକ ଦେଇ ଘରେ କେହି ନଥିବାରୁ ଚାଉଳ,ଗହମ ଓ ୫୦୦ ଟଙ୍କା ଜୋରଜବରଦସ୍ତ ନୋ ଯିବା କଥା ତା ପରଦିନ ୧୨ ତାରଖ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ମାଗୁଛନ୍ତି ମୀନତି,ଅପରପକ୍ଷେ ଗାଁର ବହୁ ପ୍ରଭାବଶାଳି ଲୋକ ସରକାରୀ ଜମି କବ୍ଚାରେ ରଖିଥିବା ବେଳେ ଜଣେ ଭୂମିହୀନ ଦେଶର ନାଗରିକ ପଲ୍ଲା ଖଣ୍ଡେ କରି ଭୟଭିତ ଭାବେ ଜୀବନ ନିର୍ବାହ କରୁଥିବା ଏଇ ଦଳିତ ପରିବାର ପ୍ରତି ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇ ପଡୁଛି ।ଗରୀବ ,ଅସହାୟ,ଦଳିତ ଓ ଭୂମିହୀନ ପରିବାର ପ୍ରତି ସରକାର ଥଇଥାନ କରିବାର ପ୍ରୟାସ ଜାରି ରଖିଥିବା ବେଳେ ଗୋଟିଏ ପରିବାର ପ୍ରତି ଗାଁ ଲୋକଙ୍କ ଏତାଦୃଶ ଆଚରଣ ନିନ୍ଦନୀୟ ।ତୁରନ୍ତ ଜିଲ୍ଲା ପ୍ରଶାସନ ଏଭଳି ଏକ ଘଡିସନ୍ଧି ବେଳେ ଅନୁଧ୍ୟାନ ପୂର୍ବକ ଦଳିତ ପରିବାର ପ୍ରତି ନ୍ୟାୟ ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହେଉଛି ।