Odisha news

କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ତାଠାରୁ ଆହୁରି ବଡ ବିପତ୍ତି “ଅମ୍ଫନ” ମାଡି ଆସୁଛି : ବାତ୍ୟାକୁ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

0

ଡେଲାଙ୍ଗ- ରାଜ୍ୟକୁ ଗୋଟିଏ ପରେ ଗୋଟିଏ ମହା ବିପତ୍ତି ମାଡି ଆସୁଛି । କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ତା ଠାରୁ ଆହୁରି ବଡ ବିପତ୍ତି ଅମ୍ଫନ ମାଡି ଆସୁଛି । ଏହାକୁ ସଠିକ ମୁକାବିଲା କରିବା ପାଇଁ ଡେଲାଙ୍ଗ ବ୍ଳକ ପରିସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମା ଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଚା , ଟିଣ ଓ ଆଜବେଷ୍ଟସ ଘରେ ଥିବା ଲୋକମାନଙ୍କୁ ଆବଶ୍ୟକତା ଅନୁସାରେ ବାତ୍ୟା ଆଶୟସ୍ଥଳୀକୁ ଅଣାଯିବ । ବିଶେଷ କରି ବାତ୍ୟାରେ ଯେପରି ଜଣେବି ଲୋକର ମୃତୁ୍ୟ ନ ହୁଏ ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ରହିଛି ବୋଲି କହିଥିଲେ  ।

ଯେପରି ଫନି ବାତ୍ୟା ସମୟରେ ସଠିକ ପରିଚାଳନା କରାଯାଇଥିଲା ଠିକ ସେହିପରି ଅମ୍ଫନର ମୁକାବିଲା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥର୍ଶମା  କହିଛନ୍ତି । ଆବଶ୍ୟକ ସ୍ଥଳରେ ଗ୍ରାମ କୋଠଘର, ଅଙ୍ଗନୱାଡି ଗୃହ, ବିଦ୍ୟାଳୟ ଗୁଡିକରେ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଜରୂରୀ ଭାବେ ଗ୍ରହଣ କରାଯିବ  । ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଛୁଟି ବାତିଲ କରି ଦିଆଯାଇଛି ବୋଲି  ଜଣାପଡିଛି ।

ଏହି ବୈଠକରେ ତହସିଲଦାର ରାଜେନ୍ଦ୍ର ଆଚାରିଆ, ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବିଡିଓ କ୍ଷୀରୋଦର କୁମାର ପ୍ରଧାନ, ସିଡିପିଓ କାମିନୀ ପ୍ରଭା ସ୍ୱାଇଁ, ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତୀ ସାହୁ, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ଯ୍ୟ ଡ. ସନ୍ତୋଷ କୁମାର ତି୍ରପାଠୀ, ବ୍ଳକ ସାମାଜିକ ମଙ୍ଗଳ ଅଧିକାରୀ ତପନ କୁମାର ଦାଶ , ବ୍ଳକ ପଞ୍ଚାୟତ ସମ୍ପସାରଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ , ଅଗ୍ନିଶମ ବିଭାଗ ଓ ବ୍ଳକର ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ

Leave A Reply