Odisha news

ଗୟଳ ଆକ୍ରମଣରେ ବୃଦ୍ଧଙ୍କ ଜୀବନ ଗଲା ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି

0

ରାଜକିଶୋରନଗର,- ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ବନାଞ୍ଚଳର ଭେଜିଗୋଠ ଗ୍ରାମରେ ଶନିବାର ଦିନ ଗୟଳ ଆକ୍ରମଣରେ ସେହିଗ୍ରାମର ଦୟାନିଧି ସାହୁଙ୍କର ମୃତ୍ୟୁ ହୋଇଥିବାବେଳେ ଅର୍ଜୁନଧରା ଗ୍ରାମର ପ୍ରମୋଦ କାନ୍ଧିଆ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଦୟାନିଧି ଓ ପ୍ରମୋଦ ଗାଁ ନିକଟସ୍ଥ ପଡିଆକୁ ଶୈାଚ ହେବା ପାଇଁ ଯାଇଥିବାବେଳେ ଗୟଳ ଆକ୍ରମଣର ଶିକାର ହୋଇଥିଲେ । ଗୁରୁରେ ଅବସ୍ଥାରେ ଦୁଇଜଣଙ୍କୁ ଆଠମଲ୍ଲିକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିସôା ପାଇଂ ଭର୍ତ୍ତି କରାଯାଇଥିଲା ।

ଚିକିସôାଧିନ ଅବସ୍ଥାରେ ଦୟାନିଧିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ହଣ୍ଡପା ପୁଲିସ୍ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ଦୟାନିଧିଙ୍କ ଶବ ବ୍ୟବଚ୍ଛେଦ କରାଇଛନ୍ତି । ଏହି ଘଟଣା ପରେ ଭେଜିଗୋଠ ଗ୍ରାମରେ ସାମୟି ଉତ୍ତେଜନା ଦେଖାଦେଇଥିଲା ମୃତକଙ୍କ ପରିବାରକୁ କ୍ଷତି ପୂରଣ ଓ ଆହତଙ୍କୁ ଚିକିସôା ସହାୟତା ପ୍ରଦାନ ଦାବିରେ ବନବିଭାଗ କର୍ମଚାରୀଙ୍କୁ ଗାଁ ଲୋକ ଘେରାଉ କରିଥିଲେ । ବନବିଭାଗ ତରଫରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ଚିକିସôା ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯଏ ।

Leave A Reply