Odisha news

ନାଲକୋ ଆଶ ପରିବହନ ଟ୍ରକ ଚାଳକଙ୍କ ଧାରଣା

0

ନାଲକୋନଗର: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ସିପିପି ରୁ ଆଶ ପରିବହନ କରୁଥିବା ଟ୍ରକ ଚାଳକ ମାନେ ବିଭିନ୍ନ ଦାବୀ ନେଇ ଆନେ୍ଦାଳନ କରିବା ସହ ଧାରଣା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଶନିବାର ଦିନ ୨ଟା ସମୟରେ କିଛି ଆଶ ପରିବହନ ଟ୍ରକ ଚାଳକ ଟ୍ରକ ଲୋଡିଂ କରିବାକୁ ଫାଟକ ପାଖରେ ଗାଡି ରଖିଥିଲେ । ଫାଟକ ଦାୟିତ୍ୱ୍ୱରେ ଥିବା ନାଲକୋର ସୁରକ୍ଷା କର୍ମୀ ମାନଙ୍କୁ କିଛି ଟ୍ରକ ଚାଳକ ଫାଟକ ଦେଇ ଯିବାକୁ ଅନୁମତି ମାଗିଥିଲେ ।

ଫାଟକ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ମାନେ ବାରମ୍ବାର ସମୟ ଗଡାଇ ଗଡାଇ ଦିନ ୨ଟାରୁ ଅପରାହ୍ନ ୫ଟାରେ ଫାଟକ ଅନୁମତି ଦେଇଥିଲେ । ଏଥିରେ ଟ୍ରକ ଚାଳକ ମାନେ ଅକ୍ଷମ ଅନୁଭବ କରି ଫାଟକ ଅନୁମତି ପାଇଁ ଅରାଜି ହୋଇଥିଲେ । ଟ୍ରକ ଚାଳକ ମାନେ ଅଭିଯୋଗ କରିଥିଲେ ଯେ, ବାରମ୍ବାର ସେମାନଙ୍କୁ ଫାଟକ ଅନୁମତି ଦେବା ପାଇଁ ହଇରାଣ କରିବା, ଯେଉ ଁଗାଡି ପଛରେ ଆସୁଛି ତାକୁ ଆଗରେ ଫାଟକ ଅନୁମତି ଦେବା, ସୁରକ୍ଷା କର୍ମୀ ମାନେ ଟ୍ରକ ଚାଳକଙ୍କୁ ଗାଳିଗୁଲଜ କରିବା ପାଇଁ ସୁରକ୍ଷା କର୍ମୀ ମାନେ ପଛାଉ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ ।

ତେବେ ଟ୍ରକ ଚାଳକ ମାନେ ଦାବୀ କରିଛନ୍ତି ଯେ, ସେମାନଙ୍କ ପାଇଁ ବିଶ୍ରାମାଗାର, ପାନୀୟ ଜଳ ଯୋଗାଣ ଓ ନିୟମ ଅନୁଯାୟୀ ଯେଉଁ ଗାଡି ଆଗରେ ଆସୁଛି ସେହି ଗାଡିକୁ ପ୍ରଥମେ ଫାଟକ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିବାକୁ ଦାବୀ କରିଥିଲେ । ତେବେ ରବିବାର ସକାଳ ୧୦ ଟା ସୁଦ୍ଧା ଏହି ସମସ୍ୟାର କୋ÷ଣସି ସମାଧାନ ହୋଇପାରିନଥିବା ବେଳେ ନାଲକୋ ପ୍ରଶାସନ ପକ୍ଷରୁ ଏ ନେଇ କୋ÷ଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ନାଲକୋର କିଛି ଅଫିସର ଯଦି ଟ୍ରକ ଲୋଡିଂ ନକରିବ ତେବେ ପାଇପ ଯୋଗେ ଆଶ ଛଡାଯିବ ବୋଲି ଟ୍ରକ ଚାଳକଙ୍କୁ ଧମକ ଦେଉଥିବା ଜଣାଯାଇଛି ।

Leave A Reply