ନୂଆଦିଲ୍ଲୀ, ୬।୭ : କରୋନା ମୃତୁ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ସମଗ୍ର ଦେଶରେ ମୃତୁ୍ୟ ସଂଖ୍ୟା ୨୦ ହଜାର ୧୦୦ରେ ପହଞ୍ଚିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଟପିଛି । ବର୍ତ୍ତମାନ ଦେଶରେ ୭ ଲକ୍ଷ ୧୪ ହଜାର ୦୯୫ ଜଣ କରୋନା ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଥିମଧ୍ୟରୁ ୨ ଲକ୍ଷ ୫୦ ହଜାର ସକ୍ରିୟ ସଂକ୍ରମିତ ଅଛନ୍ତି । ୪ ଦିନ ମଧ୍ୟରେ ୧ ଲକ୍ଷ ନୂଆ ସଂକ୍ରମିତ ହୋଇ ଏକ ରେକର୍ଡ ସୃଷ୍ଟି ହୋଇଛି । ଜୁଲାଇ ୩ରୁ ପ୍ରତିଦିନ ୨୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ଦୁଇଦିନ ହେବ ୨୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସୂଚନା ମିଳିଛି । ତେବେ ୨୪ ଘଣ୍ଟାରେ ୧୬୧୭୯ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି ।
