Odisha news

ଭଞ୍ଜନଗରରେ ବଢୁଛି ସଂକ୍ରମଣ : ଲାଲସିଂ, ଲଣ୍ଡେଇସାହି ଓ ଗୋଲାପଡା ଗ୍ରାମ କଣ୍ଟେନମେଣ୍ଟ ଜୋନ ଘୋଷିତ, ଛେଦାଭୂମି, ରାଜକୁଣ୍ଡ, ଗୋପିନାଥପୁର ଓ ଆଗୁଳପଡା ସହ ଏନଏସିର ୨ଟି ୱାର୍ଡ ବଫର ଜୋନ

0

ଭଞ୍ଜନଗର – ଭଞ୍ଜନଗରରେ ବେଳକୁ ବେଳ ବଢୁଛି କରୋନା ସଂକ୍ରମଣ ତାଲିକା । ଗତମାସ ୨୬ ତାରିଖ ଠାରୁ ଭଞ୍ଜନଗର ସହରର ବହୁ ପ୍ରମୁଖ ଇଲାକା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସହରକୁ ସିଲ କରାଯାଇଥିବାବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ଭଞ୍ଜନଗର ବ୍ଲକର ଲାଲସିଂ, ଲେଣ୍ଡେଇସାହି, ଗୋଲାପଡା ଆଦି ଗ୍ରାମ । ଏଥିସହ ଛେଦାଭୂମି, ରାଜକୁଣ୍ଡ, ଗୋପିନାଥପୁର, ଆଗୁଳପଡା ଗ୍ରାମ ସହ ଭଞ୍ଜନଗର ଏନଏସିର ୨ଟି ୱାର୍ଡ ୧୦ ଓ ୧୪ ନମ୍ବର ୱାର୍ଡକୁ ବଫର ଜୋନ ଘୋଷଣା କରାଯାଇଛି । ଏଠାରେ ନୂତନ ସଂକ୍ରମଣ ଦେଖାଦେବାପରେ ପ୍ରଶାସନ ପକ୍ଷରୁ ଏହିସବୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ ଜିଲ୍ଲାପାଳଙ୍କ ସୁପାରିଶ ପାଇଁ ପଠାଯାଇଥିଲା । ଆଉ ନିଦେ୍ର୍ଦଶ ଆସିବାପରେ ଏହିସବୁ ଗ୍ରାମକୁ ତୁରନ୍ତ ସିଲ କରିଯାଇଛି ।

ସେହିପରି ବଫର ଜୋନ ଇଲାକାକୁ ମଧ୍ୟ ବାଉଁଶ ବାଡ ଦେଇ ସିଲ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ କୁଲାଡ ଗ୍ରାମ ପଞ୍ଚାୟତର  ସରପଞ୍ଚ ପ୍ରକାଶ ପାଣିଗ୍ରାହୀ କୁଲାଡ ଗ୍ରାମକୁ ୪୮ ଘଣ୍ଟିଆ  ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହିପରି ଗତମାସରେ ବ୍ରାହ୍ମଣପଦର ପଞ୍ଚାୟତର ଝାଲିଆଗୋଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ତାଲିକାଭୁକ୍ତ କରାଯାଇ ଗ୍ରାମର ମୁଖ୍ୟ ପ୍ରବେଶ  ପଥକୁ ସିଲ କରିଦିଆଯାଇଛି । ବେଳକୁ ବେଳ କରୋନା ତାର କରାଳ ରୂପ ଦେଖାଉଥିବାରୁ ଏହା ସାଧାରଣ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ଅଧିକାଂଶ ପରିବାର ଏବେ ଚାପଗ୍ରସ୍ତ ହୋଇ ରହୁଥିବା ଦେଖିବାକୁ ମିଳୁଛି । ବଜାର ସଂପୂର୍ଣ୍ଣ ଖାଁ ଖାଁ ଲାଗୁଥିବାବେଳେ ଗାଆଁ ଗଣ୍ଡାରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳୁଛି । ଫଳରେ ସାଧାରଣ ଗରୀବ ପରିବାର ବିଶେଷକରି ମଧ୍ୟବିତ ପରିବାରଙ୍କ ବଞ୍ଚôବା ମୁସ୍କିଲ ହୋଇପଡିଲାଣି ।

ଅପରପକ୍ଷରେ ଭଞ୍ଜନଗର ସବଡିଭିଜନରେ କୋଭିଡ ନିୟନ୍ତ୍ରଣ ପାଇଁ ନୂତନଭାବେ ଜଣେ ଆଇଏଏସ୍ ଅଧିକାରୀ ବିିଶାଲ ସିଂଙ୍କୁ ଏଡିଏମ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବାବେଳେ ସେ ସୋମବାର ଭଞ୍ଜନଗରରେ ପହଞ୍ଚô ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀକକ୍ଷରେ ଆୟୋଜିତ ଉକ୍ତ ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନୀଲ କୁମାର ସେଠୀ, ମେଡିକାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ସିତାଂଶୁ ଶେଖର ଶତପଥୀ, ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କ ସମେତ ବହୁ କରୋନା ଯୋଦ୍ଧା ଏଥିରେ ସାମିଲ ହୋଇଥିଲେ । ସମସ୍ତ ଅଫିସର ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଭିଡ ନିୟମକୁ ଅଧିକ ନିଷ୍ଠାର ସହ ସଞ୍ଚାଳନ କରିବାକୁ ଏଡିଏମ୍ ସିଂ ଆହ୍ୱାନ ଦେଇଛନ୍ତି ।

Leave A Reply