Odisha news

କନ୍ଧମାଳରେ ଆଜି ୩ କରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ସଂଖ୍ୟା ୧୯୦ଚିହ୍ନଟ

0

ଫୁଲବାଣୀ, : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୩ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ୩ ଜଣଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ୧୯୦ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ, ସେଥିମଧ୍ୟରୁ ୧୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ଜଣ ରୋଗୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିି କରୋନା ପୋଜିଟିଭ ଭାବେ ଚିହ୍ନଟ ହୋଥିବା ୩୧ ବର୍ଷୀୟ ପୁରୁଷ ଜଣକ ଲଦାଖରୁ ଫେରିଥିବା ବେଳେ ଅନ୍ୟ ଜଣକ ୪୬ ବର୍ଷୀୟ ପୁରୁଷ ଅଟନ୍ତି ସେ ନିକଟରେ ପଞ୍ଜାବରୁ ଫେରିଛନ୍ତି ସେମାନେ ଘୁ.ଉଦୟଗିରିର ଏକ କ୍ୱାରେଣ୍ଟାଇନରେ ଥିଲେ ।

ଆଉଜଣେ ୨୦ ବର୍ଷର ଯୁବକ ଜଣକ ନିକଟରେ କାନପୁରରୁ ଫେରିବାପରେ ଗୋଟିଏ କ୍ୱାରେଣ୍ଟାଇନରେ ଅବଧି ସାରିବାପରେ ହୋମ କ୍ୱାରେଣ୍ଟାଇନରେ ରହିଥିବା ନେଇ ଜିଲାପ୍ରଶାସନ ତରଫରୁ ଜଣାପଡିଛି । ତେବେ ସେମାନେ ସମସ୍ତେ ଆସି କ୍ୱାରେଣ୍ଟାଇନରେ ଥିଲେ ତେଣୁ ଲୋକଙ୍କୁ ଭୟବୀତ ନହୋଇ ଘରେ ରହିବାସହିତ ଆବଶ୍ୟକ ବେଳେ ଘରୁ ବାହାରିଲେ ମୁଷଂରେ ମାସ୍କ ପିନ୍ଧିବା ସହିତ ସାମାଜାଜିକ ଦୁରତା ବଜାୟ ରଖିବାକୁ  କନ୍ଧମାଳ ଜିଲାପାଳ ଡ.ବୃନ୍ଧା ଡି ଟ୍ୱିଟ୍ ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଜୁଲାଇ ମାସରେ ଶନିବାର ଓ ରବିବାର ଦୁଇଦିନ ପ୍ରଶାସନ ସଟଡାଉନ୍ ଘୋଷଣା କରିଛି । ହେଲେ କିଛି ଅମାନିଆ ପ୍ରଶାସନର କଟକଣାକୁ ମାନୁନଥିବାରୁ ପ୍ରଶାସନ ଆହୁରି କୋଠର ହୋଇଥିବା ଦେଖିବାକୁ ମିଳୁଛି ।

 

Nalco

Leave A Reply