ରଘୁନାଥପୁର :ରଘୁନାଥପୁର ବ୍ଲକର ଗୁଆଳିପୁର ଗ୍ରାମ ପଂଚାୟତ ଅଧିନ ରାଧାନଗର ଗ୍ରାମର ୨୨ଟି ଘରକୁ ନେଇ ରଘୁନାଥପୁର ବ୍ଲକ ପ୍ରଶାସନ ଗତକାଲି କଣ୍ଟନେମେଣ୍ଟ ଅଂଚଳ ଘୋଷଣା କରିଛି । ଏଥିପାଇଁ ସ୍ଥାନୀୟ ଲୋକଙ୍କ ସମେତ ଆଖପାଖ ଗ୍ରାମର ଲୋକମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଥିବା ଜଣାଯାଇଛି ।
ଗତ ୨ ତାରଖରେ କଟକ ଏସ.ସି.ବି ଡାକ୍ତରଖାନାରେ କାର୍ଯ୍ୟରତ ରାଧାନଗର ଗ୍ରାମର ଜନୈକ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ରିପୋର୍ଟରେ କରୋନା ପଜେଟିଭ ଆସିବା ପରେ ଉକ୍ତ ଗ୍ରାମକୁ ବ୍ଲକ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ବିଡିଓ ଅଶୋକ ମହାନ୍ତି ସୁଚନା ଦେଇଛନ୍ତି ।ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୧୮୧ ଜଣଙ୍କ ସ୍ୱାବ ଟେଷ୍ଟ କରାଯିବା ନେଇ କଣ୍ଟ୍ରାକ୍ଟ ଟ୍ରେସିଂ କରୁଥିବା ରଘୁନାଥପୁର କୋଭିଡ-୧୯ ମେଡିକାଲ ଅଫିସର ପ୍ରଭାସ ଚନ୍ଦ୍ର ସ୍ୱାଇଁ ସୁଚନା ଦେଇଥିବା ବେଳେ କଣ୍ଟ୍ରକ୍ଟ ଟ୍ରେସିଂ ବର୍ତମାନ ସୁଦ୍ଧା ଜାରି ରହିଥିବା ଜଣାଯାଇଛି ।