ଓଡ଼ିଶାର ଅବିଭକ୍ତ କୋରାପୁଟ,ଗଞ୍ଜାମ, ମୟୁରଭଞ୍ଜ ଜିଲ୍ଲାମାନଙ୍କରେ ମୁଖ୍ୟତଃ ମକା ଚାଷ କରାଯାଇଥାଏ । ସାଧାରଣତଃ ମାଟି ଦୋରସା ଓ ନିଗିଡ଼ା ହୋଇଥିବା ଦରକାର । ବର୍ଷା ପାଣି ଜମି ରହିଲେ ମକା ଗଛ ଭଲ ବଢ଼ି ପାରେ ନାହିଁ, ମାଟିର ଜଳ ଧାରଣ ଶକ୍ତି ଅଧିକ ଥିଲେ ଭଲ । ଏହାଦ୍ୱାରା ଥରେ ପାଣି ମଡ଼ାଇଦେଲେ ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ବତର ରହିବ ।
ମୃତ୍ତିକା :
ଅଧିକ ମକା ଅମଳ ପାଇଁ ଉର୍ବର ଗଭୀର ଦୋରସା ମାଟି ଉପଯୁକ୍ତ ଅଟେ । ମାଟିରେ ବାୟୁ ଓ ଜଳ ଧାରଣ ଶକ୍ତି ଏବଂ ପରେ ପରିମାଣ ଠିକ୍୍ ମାତ୍ରାରେ ରହିଥିବା ଦରକାର । ମାଟିର ପି.ଏଚ୍୍. ସାଧାରଣରୁ ସାମାନ୍ୟ ଅମ୍ଳିୟ ହୋଇଥିବା ଦରକାର ।
ଉନ୍ନତ କିସମ :
ମକା ଅମଳ ପାଇଁ ଅଧିକ ଅମଳକ୍ଷମ କିସମ ଯେପରି ଗଙ୍ଗା ସଫେଦ୍୍, ନବୀନ, ସରତାଜ୍୍, ପ୍ରଭାତ, ଅରୁଣ ଚାଷ କରାଯାଇପାରେ କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ସହ ଅଧିକ ଅମଳ ପାଇବା ପାଇଁ ଚାଷୀ ମାନେ ସାଧାରଣତଃ ବିଭିନ୍ନ କମ୍ପାନୀର ସଙ୍କର କିସମ ମକା ଚାଷ କରିଥାନ୍ତି ।
ବିହନ ଓ ବିଶୋଧନ :
ଏକ ଏକର ପାଇଁ ୬ କି.ଗ୍ରା. ସଂକର (ହାଇବି୍ରଡ୍୍) ମକା ବିହନ ଆବଶ୍ୟକ ପଡିଥାଏ । ବିହନ ବିଶୋଧନ ହୋଇ ନଥିଲେ ପ୍ରତି କି.ଗ୍ରା. ବିହନ ପିଛା ୨ ଗ୍ରାମ୍୍ ଟ୍ରଫିି ମିଶାଇ ବିଶୋଧନ କରନ୍ତୁ ।
ମଞ୍ଜି ଲଗାଇବା ପ୍ରଣାଳୀ :
ସାଧାରଣତଃ ବର୍ଷା ଆସିବା ପୁର୍ବରୁ ଜମିକୁ ଦୁଇ ଓଡ ଖରାଟିଆ ଚାଷ କରି ଛାଡି ଦେବା ଦରକାର । ଏହା ଫଳରେ ଜମିରେ ଥିବା ଘାସ ମଞ୍ଜି ଓ ଜୀବାଣୁ ନଷ୍ଟ ହୋଇଥାଆନ୍ତି । ପ୍ରଥମ ବର୍ଷା ହେବା ପରେ ପରେ ଜୁନ୍୍ ରୁ ଜୁଲାଇ ମାସ ମଧ୍ୟରେ ମକା ମଞ୍ଜି ଲଗାଯାଏ । ଧାଡିକୁ ଧାଡି ୬୦ ସି.ଏମ୍୍. ଓ ଗଛରୁ ଗଛକୁ ୨୫ ସି.ଏମ୍୍. ଦୂରତାରେ ମକା ମଞ୍ଜି ଲଗାଯାଏ । ମକା ବିହନକୁ ୪.୫ ସି.ଏମ୍୍. ଗଭୀରରେ ଲଗାଇବା ଦରକାର । ଏକର ପିଛା ୨୫୦୦୦ ମକା ଗଛ ସଂଖ୍ୟା ରହିବା ନିତ୍ୟାନ୍ତ ଆବଶ୍ୟକ ।
ଖତ ଓ ସାର ପ୍ରୟୋଗ :
ମାଟି ପରୀକ୍ଷା ଫଳାଫଳ ହିସାବରେ ମକା ଫସଲରେ ସାର ପ୍ରୟୋଗ କରାଯିବା ଦରକାର । ସାଧାରଣତଃ ଏକ ଏକର ମକା ଚାଷ ପାଇଁ ୫୦-୧୬୦ କି.ଗ୍ରା. ନାଇଟ୍ରୋଜେନ୍୍, ୨୪ କି.ଗ୍ରା. ଫସ୍୍ଫରସ୍୍ ଏବଂ ୧୫ କି.ଗ୍ରା. ପଟାସ ଆବଶ୍ୟକ ପଡିଥାଏ । ଏହା ଛଡା ଅଧିକ ଅମଳ ପାଇବା ପାଇଁ ଏକର ପିଛା ୨୦ କି.ଗ୍ରା. ଜିଙ୍କ୍୍ ସଲଫେଟ୍୍ ପ୍ରୟୋଗ କରାଯାଇଥାଏ ।
ଜଳସେଚନ : ମୌସୁମୀ ବର୍ଷା ଠିକ୍୍ ଠାକ୍୍ ରହିଲେ ଜଳସେଚନର ଆବଶ୍ୟକତା ପଡି ନଥାଏ । କିନ୍ତୁ ଫସଲର ପ୍ରାରମ୍ଭିକ ଅବସ୍ଥାରେ ୧-୨ ରୁ ହାଲକା ଜଳସେଚନ ଆବଶ୍ୟକ ପଡିଥାଏ । ମକା ଫସଲ ଚଁଅର ଉଡାଇବା ସମୟରେ ଓ ମଞ୍ଜି ପରିପୁରଣ ସମୟରେ ମାଟିରେ ଜଳୀୟ ଅଂଶ ନିହାତି ରହିବା ଦରକାର ।
ଘାସ ନିୟନ୍ତ୍ରଣ : ମକା ଫସଲରେ ଚଉଡା ଓ ପତଳା ପତ୍ର ଘାସର ନିୟନ୍ତ୍ରଣ ପାଇଁ ଆଟ୍ରାସାନ୍୍ ଅତ୍ୟନ୍ତ ଫଳପ୍ରଦ ଘାସମରା େଓòଷଧ । ମକା ଲଗାଇବା ଠିକ୍୍ ପରେ ୨ ଏକର ପିଛା ୨୦୦ ଲିଟର ପାଣିରେ ୫୦୦ ଗ୍ରାମ୍୍ ଆଟ୍ରାସାନ୍୍ ମିଶାଇ ସିଞ୍ଚନ କରନ୍ତୁ । ଜମିରେ ମୁଥା ଘାସର ଅଧିକ ପ୍ରକୋପ ଥିଲେ ଖରାଟିଆ ଚାଷ ପୂର୍ବରୁ ୨ ଏକର ପିଛା ୨ ଲିଟର ପାରାକ୍ଲିନ୍୍ ୨୦୦ ଗ୍ରାମ୍୍ ଲିଟର ପାଣିରେ ୫୦୦ ଗ୍ରାମ୍୍ୟୁରିଆ ସହ ମିଶାଇ ସିଞ୍ଚନ କରନ୍ତୁ ।
ଉନ୍ନତ ଗୁଣ ମାନର ଅଧିକ ଅମଳ ପାଇଁ ମକା ଫସଲରେ ନିମ୍ନ ପ୍ରଣାଳୀରେ
ଜଳ ଦ୍ରବଣୀୟ ସାରର ପ୍ରୟୋଗ କରାଯିବା ଦରକାର
କୀଟ ନିୟନ୍ତ୍ରଣ : କାଣ୍ଡ ବିନ୍ଧା – ମକା ଫସଲରେ ସହଳ କାଣ୍ଡବିନ୍ଧା କୀଟକୁ ଦମନ କରିବା ପାଇଁ ମଞ୍ଜି ଲଗାଇବା ସମୟରେ ଏକର ପ୍ରତି ୭-୧୦ କି.ଗ୍ରା. କାରବୋସାନ୍ ପ୍ରୟୋଗ କରନ୍ତୁ । କିମ୍ବା ଫସଲ ଲଗାଇବାର ୨୦ ରୁ ୨୧ ଦିନ ମଧ୍ୟରେ ପ୍ରୋସିପ୍୍ ଏକର ପ୍ରତି ୫୦୦ ମି.ଲି. ରୁ ୬୦୦ ମି.ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
ରୋଗ ନିୟନ୍ତ୍ରଣ : ପତ୍ରମୋଡା, ପତ୍ରଦାଗ ଓ କାଣ୍ଡସଢା ରୋଗର ଦମନ ପାଇଁ ୫୦୦-୬୦୦ ଗ୍ରାମୟାଲି ଏକର ପ୍ରତି ବ୍ୟବହାର କରନ୍ତୁ । ମକା ଫସଲରେ ପତ୍ର ପୋଡା ରୋଗ ଲାଗିଲେ, ପତ୍ର ଉପରେ ଅଣ୍ଡା କାର ବା ଲମ୍ବା ବାଦାମୀ ଦାଗ ଦେଖାଯାଏ । ପରେ ସମ୍ପୂର୍ଣ୍ଣ ପତ୍ର ପୋଡିଯାଏ । ଏହାର ନିରାକାରଣ ପାଇଁ ୨ ଏକର ପିଛା ୪୦୦ ମି.ଲି ହେକ୍ସାନ୍ (ହେକ୍୍ସାକୋନଜୋଲ୍୍) ପତ୍ରରେ ଦାଗ ଦେଖାଯିବା ମାତ୍ରେ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
ପୋକ ନିୟନ୍ତ୍ରଣ :
୧- କାଣ୍ଡବିନ୍ଧା, ପତ୍ରଖିଆ ପୋକ, ଭଣ୍ଡାଖିଆ ପୋକର ଦମନ ପାଇଁ ଏକର ପିଛା, ୪୦୦ ମି.ଲି. ମୋନୋସାନ୍ ବ୍ୟବହାର କରନ୍ତୁ ।
୨- ଉଇ ଦମନ ପାଇଁ ଏକର ପିଛା ୪୦୦ ମି.ଲି. କ୍ଲୋରସାନ୍ ବ୍ୟବହାର କରନ୍ତୁ । (ଏକର ପିଛା, ୨୦୦ ଲିଟର ପାଣି ବ୍ୟବହାର କରନ୍ତୁ ।)
ମକା ଅମଳ :
ମକା ପାକଳ ହେବା ପରେ, ୨୫-୩୦ % ଜଳୀୟ ଅଂଶ ଥିବା ବେଳେ ଅମଳ କରାଯାଏ । ଏକର ପ୍ରତି ହାଇବି୍ରଡ୍୍ ମକା ଫସଲରୁ ୧୨-୧୫ କ୍ୱିଣ୍ଟାଲ୍୍ ପର୍ଯ୍ୟନ୍ତ ଅମଳ ମିଳିଥାଏ ।