Odisha news

କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ର ଅମିତ୍ ଶାହା ଓ RSS କୁ ପ୍ରଶଂସା , କହିଲେ ଅସୁବିଧାରେ ଥିବା ସମୟରେ ଗୃହମନ୍ତ୍ରୀ ପଠାଇ ଥିଲେ ସାହାଯ୍ୟ

ନୂଆଦିଲ୍ଲୀ : କଂଗ୍ରେସ ନେତା ଦିଗବିଜୟ ସିଂହ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଓ ଗୃହମନ୍ତ୍ରୀ ଅମିତ୍ ଶାହା ସବୁଠୁ ବଡ ଆଲୋଚକ ରେ ସାମିଲ ଥିଲେ । ଏହି ସମୟରେ ଦିଗବିଜୟ ସିଂହ କହିଥିଲେ ଯେ କିପରି ଭାବରେ ୪ବର୍ଷ ପୂର୍ବରୁ ନାର୍ମଦା ପରିକ୍ରମା ଯାତ୍ରା ସମୟରେ ଶାହା ଓ ସଂଘ କର୍ମକର୍ତ୍ତା ତାଙ୍କୁ ସାହାଯ୍ୟ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ଓ ତାଙ୍କର ପତ୍ରକାର ପତ୍ନୀ ୨୦୧୭ ରେ ନର୍ମଦା ନଦୀ କୂଳରେ ପଦଯାତ୍ରା କରିଥିଲେ ।

ନିଜର ପୁରୁଣା ସହଯୋଗୀ ଓପି ଶର୍ମା ଙ୍କ ପୁସ୍ତକ ” ନର୍ମଦା କେ ପଥିକ୍” ବିମୋଚନ ସମୟରେ ଦିଗବିଜୟ କହିଥିଲେ ” ଥରେ ଗୁଜୁରାଟ ରେ ଆମେ ଆମର ଗନ୍ତବ୍ୟ ସ୍ଥଳରେ ରାତି ୧୦ଟା ବେଳେ ପହଞ୍ଚିଲୁ । ଜଙ୍ଗଲ ରାସ୍ତାରେ ଆଗକୁ ଜାଇ ପାରି ନଥିଲୁ ଓ ରହିବାର ମଧ୍ୟ କୌଣସି ସୁବିଧା ନଥିଲା । ଏହି ସମୟରେ ଜଣେ ବନ ବିଭାଗ ଅଧିକାରୀ ଆସିଲେ ଓ ଆମକୁ କହିଲେ ଯେ ଅମିତ୍ ଶାହା ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରା ସହଯୋଗ କରିବା ପାଇଁ । ”

” ଗୁଜୁରାଟ ମତଦାନ ରେ ମୁଁ ତାଙ୍କର ସବୁଠୁ ବଡ଼ ପ୍ରତିଦ୍ବନ୍ଦୀ ଓ ଆଲୋଚକ ରହିଥିଲେ ସୁଧା ୨ଟି ପାହାଡ ମଧ୍ୟରେ ଆମକୁ ରାସ୍ତା ଦେଖାଇ ଭୋଜନ ର ବ୍ୟବସ୍ଥା ମଧ୍ୟ କରିଥିଲେ । ଆଜି ପର୍ଯ୍ୟନ୍ତ ମୁଁ ଅମିତ୍ ଶାହା ଙ୍କୁ ସାକ୍ଷାତ କରିନି କିନ୍ତୁ ଉଚିତ୍ ସମୟରେ ମୁଁ ଆଭାର ବ୍ୟକ୍ତ କରିଛି । ”

ଦିଗବିଜୟ ଏହି ସମୟରେ ୬ମାସରେ ୩ହଜାର କିଲୋମିଟର ପଦଯାତ୍ରା କରିଥିଲେ । ସେହି ସମୟରେ RSS ନିକଟରୁ ମଧ୍ୟ ସହଯୋଗ ପାଇଥିଲେ । କଂଗ୍ରେସ ନେତା କହିଥିଲେ ଯେ ଯେତବେଳେ ଭରୁଚ ଅଞ୍ଚଳରେ ଯାତ୍ରା କରୁଥିଲେ ସେହି ସମୟରେ RSS କାର୍ଯ୍ୟକର୍ତ୍ତା ମାନେ ମାଂଝୀ ସମାଜ ଧର୍ମଶାଳା ରେ ତାଙ୍କର ରହିବାର ଗୋଟିଏ ଦିନର ବ୍ୟବସ୍ଥା କରିଥିଲେ ।

ଦିଗବିଜୟ ସିଂହ ଙ୍କ ର ଏହି କଥା କହିବାର ଉଦେଶ୍ୟ ହେଲା ଯେ ରାଜନୀତି ଠାରୁ ଉର୍ଦ୍ଧରେ ରହିଛି ସହଯୋଗ । ସେ ତାଙ୍କର ତୀର୍ଥ ଯାତ୍ରା ସମୟରେ ସମସ୍ତଙ୍କ ନିକଟରୁ ସହଯୋଗ ନେଇଥିଲେ ।

Comments are closed.