Odisha news

କଂଗ୍ରେସର ଦାବି ଖରିପ୍ ଚାଷୀଙ୍କୁ ସହାୟତା ଦିଅ

0

ବ୍ୟାସନଗର : କରୋନା ମହାମାରୀ ସାଙ୍ଗକୁ ଅମ୍ପାନ ବାତ୍ୟାରେ ମେରୁଦଣ୍ଡ ଭାଙ୍ଗିଯାଇଥିବା ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ କୋରେଇ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରାଯାଇଛି । ଚାଷୀ ଫସଲ କରିଥିଲେ ମଧ୍ୟ ଉତ୍ପାଦନ କରିପାରିନଥିଲେ । ଫଳରେ କ୍ଷେତ୍ରରେ ଚାଷ ସବୁ ଉଜୁଡ଼ି ପଡ଼ିଛି । ଚାଷରେ ବହୁ ଟଙ୍କା ଖଟାଇ ଚାଷୀ ଟଙ୍କାଟିଏ ପାଇନଥିବାରୁ ଅସହାୟ ହୋଇପଡ଼ିଛି । ଯାହା ଫଳରେ ଲକ୍ଷ ଲକ୍ଷ ଚାଷୀ ଏହାର ପ୍ରଭାବରେ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ବାହାର ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ଓଡ଼ିଶା ଫେରିବା ପରେ କାମଧନ୍ଦା ନାହିଁ ।

କୃଷି ଓ କୃଷକର ବିକାଶ ଦିଗରେ ସରକାରଙ୍କ ଆନ୍ତରିକତା ନଥିବା ବାରି ହୋଇପଡ଼ୁଛି । ଏହା ସହ ପ୍ରବାସୀ ଶ୍ରମିକ ମଧ୍ୟ କାମଧନ୍ଦା ପାଇବା ନେଇ ଆଶଙ୍କା ସୃଷ୍ଠି ହୋଇଛି । କଂଗ୍ରେସ ନିବେଦନ କରିଛି କି ସମସ୍ତ ଚାଷୀଙ୍କ ଏକାଉଣ୍ଟକୁ ୧୦ହଜାର ଟଙ୍କା ପ୍ରଦାନ କରିବା ସହ କୃଷିଋଣ ଛାଡ଼ କରିବାକୁ କଂଗ୍ରେସ ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଏଡ଼ିଏମ କଳିଙ୍ଗନଗରଙ୍କୁ କଂଗ୍ରେସ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା, ରୀତାଶ୍ରୀ ମହାନ୍ତି, ନିର୍ମଳା ମଲିକ, ସନ୍ତୋଷ ମହାନ୍ତି, ଦିଲୀପ ମଲିକ୍, ଦିଲୀପ ଜେନା ପ୍ରମୂଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.