Odisha news

ଛତ୍ରପୁରରେ ଚେନ୍ ଟାଣି ଟ୍ରେନ୍ ରୁ ଓହ୍ଲାଇ ପଡ଼ିଲେ ପ୍ରାୟ ୧୫୦୦ ସୁରତ ଫେରନ୍ତା

0

ଛତ୍ରପୁର : ଗଂଜାମ ଜିଲ୍ଲାରେ ପ୍ରବାସୀ ଶ୍ରମିକମାନେ ଆଜି ପୁଣି ଥରେ ଚେନ ପୁଲିଂ କରିଛନ୍ତି । ଗୁଜୁରାଟର ସୁରତରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚେନ ପୁଲିଂ କରି ପ୍ରାୟ ୧୫୦୦ ପ୍ରବାସୀ ଓହ୍ଲାଇ ପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଟ୍ରେନଟି ବ୍ରହ୍ମପୁର ଷ୍ଟେସନରେ ନ ଅଟକିବାରୁ ଶେଷରେ ଉପାୟ ନ ପାଇଁ ପ୍ରବାସୀମାନେ ଛତ୍ରପୁର ଠାରେ ଚେନ ପୁଲିଂ କରିଛନ୍ତି ।
ଶୁକ୍ରବାର ସନ୍ଧ୍ୟା ୬ଟାରେ ପ୍ରବାସୀମାନେ ଟ୍ରେନର ଚେନକୁ ପୁଲିଂ କରିଥିଲେ ।

ସୂଚନା ପାଇଁ  ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏସଡିପିଓ ଗୌତମ କିଷାନ, ଛତ୍ରପୁର  ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଡେପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ,  ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର  ଥାନା ଅଧିକାରୀ ପ୍ରିୟସ ରଂଜନ  ଛୋଟରାୟ, ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ କୁମାର ମାନ୍ଧାତା ବଡ଼ ଷ୍ଟେସନ ନିକଟ କୁ   ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଟ୍ରେନରୁ ଓହ୍ଲାଇ ଥବା ଗଂଜାମର ପ୍ରବାସୀମାନଙ୍କୁ ବ୍ଲକ ହିସାବରେ ବିଭିନ୍ନ ସ୍ଥାନରେ ରଖାଯାଇଛି । ପରେ ସେମାନଙ୍କୁ ବସ ଯୋଗେ ସେମାନଙ୍କର ବ୍ଲକରେ ଥିବା ସଂଗରୋଧ କେନ୍ଦ୍ରକୁ ପଠାଯିବ ବୋଲି  ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟିଙ୍କ  ସୂଚନା ମିଳିଛି l

ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲାରେ ପ୍ରବାସୀମାନଙ୍କର ଟ୍ରେନ ଚେନ ପୁଲିଂ ହେବା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ଛତ୍ରପୁର, ଖଲ୍ଲିକୋଟ ଓ ନରସିଂହପୁରରେ ଗତ ୨୪ ତାରିଖ ଦିନ ପ୍ରବାସୀମାନେ ଚେନ ପୁଲିଂ କରିଥିଲେ । ଏତଦ ବ୍ୟତୀତ ୨୭ ତାରିଖରେ ହୁମା ଠାରେ ମଧ୍ୟ ପ୍ରବାସୀମାନେ ଚେନ ପୁଲିଂ କରିଥିଲେ ।

 

Leave A Reply