କାକଟପୁର -8/11 ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଓ ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ କାକଟପୁର ବ୍ଳକ କାକଟପୁର ଓ କଟକଣା ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କମିଟି ଏବଂ ବୁଥ କମିଟି ଗଠନ କରାଯାଇଥିବା ବେଳେ ।ବ୍ଳକ କଂଗ୍ରେସ କମିଟି ସଭାପତି ଅବଧୂତ ସ୍ବାଇଁଙ୍କ ସଭାପତିତ୍ବରେ କଣ୍ଟାପଡା ଗ୍ରାମ ପଞ୍ଚାୟତ ର କାଣ୍ଡିସାହି ନରୋତ୍ତମ ବାବା ଙ୍କ ମହିମା ଆଶ୍ରମ ପରିସର ରେ ବୁଥ ସ୍ତରୀୟ କମିଟି ଗଠନ କରାଯାଇଛି l ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ କାକଟପୁର ଗ୍ରାମ ପଞ୍ଚାୟତ ସଭାପତି ଫିଲୁଆ ଭାଇନା, ସୁକାନ୍ତ ପରିଡ଼ା,ସେକ ଲିୟାକତ ଯୋଗଦେଇ ଦେଇଥିଲେ l ବୈଠକ ରେ କଣ୍ଟାପଡା ଗ୍ରାମ ପଞ୍ଚାୟତ ସଭାପତି ଅରକ୍ଷିତ କାଣ୍ଡି, ପାର୍ଥସାରଥୀ ଖୁଣ୍ଟିଆ ସାଧାରଣ ସମ୍ପାଦକ ବ୍ଲକ କଂଗ୍ରେସ କମିଟି, ମିଟୁ ସାହୁ ଓବିସି ସେଲ ଅଧ୍ୟକ୍ଷ, ମିଥୁନ କାଣ୍ଡି ଯୁବ କଂଗ୍ରେସ ସଭାପତି, ଖିରୋଦ ଭୋଇ ଅନୁସୂଚିତ ଜାତି ର ଅଧ୍ୟକ୍ଷ , ବିଦ୍ୟାଧର କାଣ୍ଡି କୃଷକ ସେଲ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ l ଏକ ପ୍ରାଣ ଏକ ମନରେ ନିଜ ନିଜ ପଞ୍ଚାୟରେ କଂଗ୍ରେସ ସଂଗଠନ ବୃଦ୍ଧି କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକ ରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଥିଲେ l