ନୀଳଗିରି : ଅଗଷ୍ଟ ୯ ତାରିଖକୁ କ୍ରାନ୍ତି ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଉଛି । ଏହି କ୍ରାନ୍ତି ଦିବସ ରେ ବାଲେଶ୍ୱର ଜିଲ୍ଲା ନୀଳଗିରି ତୃତୀୟ ଶ୍ରୀକ୍ଷେତ୍ରରୁ କଂଗ୍ରେସ ଦଳ ପକ୍ଷରୁ ସ୍ୱାଧୀନତା ଗୌରବ ପଦଯାତ୍ରା ଆରମ୍ଭ ହୋଇଛି । ଉକ୍ତ ପଦ ଯାତ୍ରାକୁ ପିସିସି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ବିଧାୟକ ଡଃ. ଦେବାଶିଷ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଥିଲେ । ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ପଦଯାତ୍ରାରେ ସହର ପରିକ୍ରମା କରିବା ପରେ, ଔପଦା ବ୍ଲକ ଦକ୍ଷିଣ ନରସିଂହପୁର ପ୍ରତାପଡା ସ୍କୁଲ ନିକଟରେ ପହଞ୍ଚôବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ଓ ସାଧାରଣସଭା ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ୱ ଆୟୋଜନ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାଧୀନତା ଗୌରବ ପଦଯାତ୍ରାରେ, ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସତ୍ୟଶିବ ଦାସ, ପିସିସି ମୁଖପାତ୍ର ସୁଦର୍ଶନ ଦାସ, ରାଜ୍ୟ ସମ୍ପାଦକ ପଦ୍ମାକର ଗୁରୁ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ, ଅକ୍ଷୟ କୁମାର ଆଚାର୍ଯ୍ୟ, କଂଗ୍ରେସ ଦଳର ବିଧାୟିକା ପ୍ରାର୍ଥୀନୀ ରାଣୀ ମନୋଜା ମଞ୍ଜରୀ ଦେବୀ, ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଂଜନ ପଣ୍ଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ରାଜ୍ୟ କିଷାନ କଂଗ୍ରେସ ସମ୍ପାଦକ ଯଶୋଦା ନନ୍ଦନ ସିଂହ, ଔପଦା ବ୍ଳକ ଉପାଧ୍ୟକ୍ଷ ପ୍ରଭାକର ସାହୁ, ଶ୍ରମିକ ନେତା ବିକାଶ ଦାସ, ନଗର ସଭାପତି ଉପେନ୍ଦ୍ର ନାଥ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ଦାସ, ବାସନ୍ତୀ ସିଂ, କରୁଣାକର ମାଝୀ, ରେଖା ହେମ୍ବ୍ରମ, ରାହସ ମହାପାତ୍ର, କମଳଲୋଚନ ପଣ୍ଡା, ଅଶ୍ୱନୀ ପାତ୍ର, ଡମ୍ବରୁ ବେହେରା, ଶାନ୍ତନୁ ମହାଳିକ, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ବେହେରା, ଜ୍ୟୋତି ଶଙ୍କର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ଜିଲ୍ଲାସ୍ତରୀୟ ନେତା, ବ୍ଲକ ଓ ଏନ୍ଏସିର ପଦାଧିକାରୀ କାର୍ଯ୍ୟକର୍ତା ଓ କର୍ମୀମାନେ ଉପସ୍ଥିତ ରହିବା ସହିତ, ନୀଳଗିରି ଓ ଔପଦା ବ୍ଲକ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ । ପ୍ରତାପପଡାଠାରେ ସାଧାରଣ ସଭାରେ ଦଳର ବରିଷ୍ଠ ନେତା ମାନେ ସ୍ୱାଧୀନତା ଗୌରବ ଯାତ୍ରାରେ ଉପସ୍ଥିତ ଥିବା କଂଗ୍ରେସ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ କ୍ରାନ୍ତି ଦିବସ ସଂପର୍କରେ ଅବଗତ କରାଇବା ସହିତ ଦେଶ ଓ ରାଜ୍ୟରେ ଶାସନ କରୁଥିବା ବିଜେପି ଓ ବିଜେଡ଼ି ଦଳର ବିଫଳତା, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସହିତ ବାଲେଶ୍ୱରବସୀଙ୍କ ପ୍ରିୟ ଖାଦ୍ୟ ମୁଢି ଉପରେ ଜିଏସଟି ଲଗାଇବା ଅତିନିନ୍ଦନୀୟ ବୋଲି କହିବା ସହିତ ଏହାର ପ୍ରତିବାଦ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତାମାନେ । ଏହି ସ୍ୱାଧୀନତା ଗୌରବ ଯାତ୍ରା ଯିବା ପଥରେ ବହୁ ଜନସାଧାରଣ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିବା ନେତା, କର୍ମୀ ଓ ସାଧାରଣ ଜନତାଙ୍କୁ ବିଭିନ୍ନ ଛକ ନିକଟରେ ଲେମ୍ବୁ ସରବତ ଓ ପାନୀୟ ଜଳ ଯୋଗାଉ ଥିବାର ଦେଖିବାକୁ ମିଳିଥିଲା । ଅଗଷ୍ଟ ୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ ବୋଲି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି । ତୁହାକୁ ତୁହା ବର୍ଷାକୁ ଖାତିର ନ କରି ଆଜିର ସ୍ୱାଧୀନତା ଗୌରବ ଯାତ୍ରାରେ ସାମିଲ ଯୁବ ଓ ଛାତ୍ର ଏବଂ ମହିଳା କଂଗ୍ରେସ ଦଳର ନେତା ଓ କର୍ମୀମାନଙ୍କଠାରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା