Odisha news

ଫକୀରମୋହନ ବିଶ୍ୱ ବିଦ୍ୟାଳୟର କାନ୍ତକବିଙ୍କ ଚେୟାର ସ୍ଥାପନ ପାଇଁ ଦାବିପତ୍ର

0

ବାଲେଶ୍ୱର-୦୯/୦୮ : ଆଧୁନିକ ଓଡ଼ିଆ ସାହିତ୍ୟର ଯଶସ୍ୱୀ କବି,କଥାକାର, ନାଟ୍ୟକାର ତଥା ପ୍ରାବନ୍ଧିକ କାନ୍ତକବି ମହାପାତ୍ର ଥିଲେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଅନ୍ୟତମ ବରପୁତ୍ର ଭାଷା ସୁରକ୍ଷା, ପତ୍ରପତ୍ରିକା ଆନେ୍ଦାଳନ,ଜାତୀୟ ସଂଗ୍ରାମ ଆଦି ବହୁବିଧ କ୍ଷେତ୍ରରେ ଲେଖନୀ ·ଳନା କରି ସମଗ୍ର ଉକ୍ରଳକୁ ନୂତନ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ । ତାଙ୍କର କୀର୍ତ୍ତି ଓ କୃତିତ୍ୱକୁ ସମ୍ମାନ ଜଣାଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ କାନ୍ତକବି ଚେୟାର ସ୍ଥାପନ ନିମନ୍ତେ ଭଦ୍ରକ ତ୍ୟାଗଭୂମି ସାଂସ୍କୃତିକ ସମ୍ମିଳନୀର ପ୍ରତିଷ୍ଠାତା ଅଜୟ ନାୟକଙ୍କ ନେତୃତ୍ୱରେ ଭଦ୍ରକର ଶତାଧିକ ସାରସ୍ୱତ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହ ବୁଦ୍ଧିଜୀବୀମାନେ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରୀପାଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ସର୍ବଶ୍ରୀ କରୁଣାକର ବେହୁରିଆ ଡ. ରାଧାରାଣୀ ମହାପାତ୍ର, ବିଜୟ ବହଳି,ବାବୁଲାଇ ଦାସ, ଦିଲ୍ଲୀପ ମହାପାତ୍ର, ସୂର୍ଯ୍ୟକାନ୍ତ କୁଅଁର, କୈଳାସ ମହାପାତ୍ର, ଗଦାଧର ବଳ, ହରେକୃଷ୍ଣ ନାୟକ,ଡ. ଅଭୟ କୁମାର ଦାସ, ଅଧ୍ୟାପକ ବିଶ୍ୱରଂଜନ ଦାସ, କୈଳାସ ବେହେରା, ଗୌରାଙ୍ଗ ବାରିକ, ଅମରେନ୍ଦ୍ର ବିଶ୍ୱାଳ, ଚର୍ଚ୍ଚିକା ମହାପାତ୍ର,ରୂପକ ବିହାରୀ ରାୟ ପ୍ରମୁଖ ସ୍ୱାକ୍ଷର କରିବା ସହ ଫକୀରମୋହନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ତ୍ରିପାଠୀଙ୍କୁ ଏହି ଦାବିପତ୍ର ପ୍ରଦାନ କରିଥିଲେ

Nalco
Leave A Reply