ନୂଆଦିଲ୍ଲୀ : ଅନଲାଇନ୍ ସପିଙ୍ଗ କୁ ନେଇ ପ୍ରାୟତଃ ଅନେକ ପ୍ରକାରର କଥା ଶୁଣିବାକୁ ମିଳିଥାଏ , କେତେବେଳେ ଖାଲି ବାକ୍ସ ତ ଆଉ କେତେବେଳେ ୫୦ହଜାର ଟଙ୍କା ବଦଳରେ ୫ଟଙ୍କିଆ ଜିନିସ । ଭୁଲ୍ ବଶତଃ ସେହିଭଳି ଜଣେ ବ୍ୟକ୍ତି ଅନଲାଇନ୍ ରେ ଷ୍ଟାକିଙ୍ଗସ୍ ଅର୍ଡର୍ କରିଥିବା ବେଳେ ତାଙ୍କୁ ମିଳିଥିଲା ଗୋଟିଏ ବ୍ରା । ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । @LowKash Wala ୟୁଜର ନାମରେ ଜଣେ ଟୁଇଟର ୟୁଜର ମାଇକ୍ରୋ ବ୍ଲଗିଂ ସାଇଡ୍ ରେ ନିଜ ବିଷୟରେ କଇଛନ୍ତି । ସେ ନିଜର ପୋଷ୍ଟ ରେ ଲେଖିଛନ୍ତି ଯେ ତାଙ୍କୁ ମୈନ୍ତ୍ରା ଦ୍ଵାରା କିପରି ଭୁଲ୍ ଜିନିଷ ମିଳିଲା । ଉପଭୋଗ କର୍ତ୍ତା କିପରି ଭାବରେ ଫୁଟ୍ ବଲ ର ଷ୍ଟକିଙ୍ଗ ଅର୍ଡର୍ କରିଥିବା ବେଳେ ଅକ୍ଟୋବର ୧୨ ତାରିଖ ଦିନ ତାଙ୍କୁ ଗୋଟିଏ କଳା ରଙ୍ଗର ବ୍ରା ଡେଲିଭାରି ଦିଆ ଯାଇଥିଲା ।
କଥା ଏତିକିରେ ରହିଲାନି ସେ ଯେତେବଳେ ଏହାକୁ ଫେରାଇବାକୁ ଚାହିଁଲେ ସେତେବେଳେ କମ୍ପାନୀ ପକ୍ଷରୁ ଏହାକୁ ରିଟର୍ଣ କରିବା ପାଇଁ ଅନୁମତି ଦିଆ ଜାଇ ନଥିଲା । ଯେତେବେଳେ କାଶ୍ୟପ କଷ୍ଟମର କେୟାର ରେବଦେଖ କରିଥିଲେ ତାଙ୍କୁ କୁହା ଯାଇଥିଲା ସେତେବେଳେ ସେ କହିଥିଲେ ଯେ କ୍ଷମା କରନ୍ତୁ ଏହାକୁ ଫେରାଇ ହେବ ନାହିଁ ।
ଏହାପରେ କାଶ୍ୟପ ଉକ୍ତ ପ୍ରଡକ୍ଟ ସହିତ ମୀନ୍ତ୍ରା ର ପ୍ରତିକ୍ରିୟା ଜାହିର କରିଥିଲେ । ସେ ନିଜ ଟୁଇଟର ଆକାଉଣ୍ଟ ରେ ଲେଖି ଥିଲେ ଯେ ଫୁଟ ବଲ ଷ୍ଟକିଂ ଅର୍ଡର୍ କରିଥିଲି ମିଳିଲା ବ୍ରା । ମିଂତ୍ରା ର ପ୍ରତିକ୍ରିୟା ” କ୍ଷମା କରନ୍ତୁ ଫେରାଇ ହେବ ନାହିଁ । ” ଏହାପରେ କାଶ୍ୟପ କହିଥିଲେ ଫୁଟ ବଲ ଖେଳ ପାଇଁ ବର୍ତ୍ତମାନ୍ ୩୪ ସାଇଜ ର ବ୍ରା ପିନ୍ଧିବା କୁ ପଡ଼ିବ ।
ଏହା ସୋସିଆଲ ମିଡ଼ିଆ ସାଇଡ୍ ରେ ଭାଇରାଲ ହେବାକୁ ଲାଗିଲା । ଅନେକ ବ୍ୟକ୍ତି ଏହାକୁ ନେଇ ନିଜର ପ୍ରତିକ୍ରିୟା ଜାହିର କରିଥିଲେ । ଏହାପରେ କାଶ୍ୟପ ସମସ୍ତ ଙ୍କ ପ୍ରତିକ୍ରିୟା କୁ ଅନଲାଇନ୍ ସପିଙ୍ଗ ସାଇଡ୍ ରେ ସମସ୍ତ କମେଣ୍ଟ୍ ସେୟାର କରିଥିଲେ । ଅଧିକାଂଶ ଗ୍ରାହକ ଇ କମର୍ସ କମ୍ପାନୀ ଙ୍କ ବିରୁଦ୍ଧରେ ନାରା ଦେଇଥିଲେ । ଏହାପରେ ଏହି ଅଭିଯୋଗ କୁ ଆଗକୁ ବଢ଼ା ଯାଇଥିଲା ।
ଅନ୍ୟ ଗୋଟିଏ ଇ କମର୍ସ କମ୍ପାନୀ ରେ ଡେଲି ଭରି ଦୁର୍ଘଟଣା ଘଟିଛି । ଟିଭି ଅଭିନେତା ପାରସ ଗୋଟିଏ ଗୋଟିଏ ଇୟର ଫୋନ୍ ଅର୍ଡର କରି ଥିଲେ । ତାଙ୍କୁ ଇୟର୍ ଫୋନ୍ ର ଖାଲି ଡବା ମିଳିଥିଲା। ଏହା ପାରସ୍ ଙ୍କୁ ଫ୍ଲିପକର୍ଟ ପକ୍ଷରୁ ମିଳିଥିଲା ।
Comments are closed.