ଡ଼ାଲିଚୀନୀ ଭାରତୀୟ ରୋଷେଇ ଘରର ଗୋଟିଏ ମୁଖ୍ୟ ମସଲା ଅଟେ, ଖାଦ୍ୟର ସୁଗନ୍ଧ ଓ ସ୍ୱାଦ କୁ ବୃଦ୍ଧି କରିଥାଏ l ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ହିତକର l କୋଲେଷ୍ଟ୍ରଲ ଗୋଟିଏ ଏଭଳି ସମସ୍ୟା ଯାହାକି ଅନେକ ଗୁଡିଏ ରୋଗର କାରଣ ହୋଇଥାଏ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ନିୟମିତ ଡ଼ାଲିଚୀନୀ ସେବନ କରିବା ଦ୍ୱାରା କେବଳ କୋଲେଷ୍ଟ୍ରଲ ନୁହେଁ ଅନେକ ରୋଗରୁ ମଧ୍ୟ ମିଳିଥାଏ ଆରାମ l
ଡ଼ାଲିଚୀନୀ ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା –
– କ୍ୟାଲସିୟମ ,ଫାଇବର, ବିଟା -କେରୋଟିନ, ଲାଇକୋପିନ
– ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି – ଫାଙ୍ଗଲ , ଆଣ୍ଟି- ବ୍ୟାକ୍ଟେରିଆଲ
– ମାଗ୍ନେଇସିୟମ୍ , ଜିଙ୍କ, ଆଇରନ , ଫସଫରସ,
– କାର୍ବୋହାଇଡ୍ରେଟ, ନିଆସୀନ , ଥାଇମିନ
* ଯଦି ଆପଣ ସର୍ଦି ଓ ଥଣ୍ଡା କାଶରେ ପୀଡିତ ଅଛନ୍ତି ତେବେ ନିୟମିତ ଡ଼ାଲିଚୀନୀ ସେବନ କରିବା ଦ୍ୱାରା ଆପଣାକୁ ଲାଭ ମିଳିବ l ପ୍ରତିଦିନ ସକାଳୁ ଡ଼ାଲିଚୀନୀ ଗୁଣ୍ଡ ସହିତ ମହୁ ସେବନ କରନ୍ତୁ l ଅନେକ ଲାଭ ମିଳିବ l
* ଗଣ୍ଠି ଯନ୍ତ୍ରଣା ପାଇଁ ଡ଼ାଲିଚୀନୀ ଖୁବ ହିତକର, ସାମାନ୍ୟ ଉଷୁମ ପାଣିରେ ଡ଼ାଲିଚୀନୀ ଗୁଣ୍ଡ ଓ ମହୁ ମିଶାଇ ସେବନ କରନ୍ତୁ ଖୁବ ଆରାମ ମିଳିବ , ଏହି ଉପାୟ ନିହାତି ଗୋଟିଏ ମାସ ପର୍ଯ୍ୟନ୍ତ କରନ୍ତୁ l
* ପ୍ରତିଦିନ ମହୁ ସହିତ ଡ଼ାଲିଚୀନୀ ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଧମନୀ ମଧ୍ୟରେ ଜମିଥିବା କୋଲେଷ୍ଟ୍ରଲ ରୁ ଆରାମ ମିଳିଥାଏ ଏବଂ ହାର୍ଟ ଅଟାକ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l ଡ଼ାଲିଚୀନୀ ବିଶେଷ ଭାବରେ ବର୍ଦ୍ଧିତ କୋଲେଷ୍ଟ୍ରଲ ଉପରେ ରୋକ ଲଗାଇ ଥାଏ l
* ଯଦି ଆପଣ ଗ୍ୟାସ ଏସିଡ଼ିଟି ଭଳି ସମସ୍ୟାରେ ପୀଡିତ ଅଛନ୍ତି ତେବେ ନିୟମିତ ଡ଼ାଲିଚୀନୀ ସେବନ କରନ୍ତୁ l ପେଟ ସମ୍ବନ୍ଧିତ ସମସ୍ୟା ଦୂର ହେବା ସହିତ ଭୋକ ମଧ୍ୟ ଲାଗିବ l
* ଡ଼ାଲିଚୀନୀ ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ନିୟମିତ ରାତିରେ ଖଣ୍ଡିଏ ଡ଼ାଲିଚୀନୀ କୁ ପାଣିରେ ଫୁଟାଇ ରଖି ନିଅନ୍ତୁ l ସକାଳୁ ତାହାକୁ ଉଷୁମ କରି ସେଥିରେ ଲେମ୍ବୁ ଓ ମହୁ ମିଶାଇ ସେବନ କରନ୍ତୁ l
