Odisha news

ଓଲଟିଲା କୁକୁଡ଼ା ବୋଝେଇ ଗାଡି : ଚାଲିଲା ଲୋକଙ୍କ ମଧ୍ୟରେ ଲୁଟିବାର ପ୍ରତିଯୋଗିତା

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବଡ଼ବନିରୁ ଗୋଟିଏ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ,ଯେଉଁଠାରେ କୁକୁଡ଼ା ଭରି ହୋଇ ଯାଉଥିବା ଗୋଟିଏ ଛୋଟ ପିକପ ଭ୍ୟାନ୍ ଓଲଟି ପଡିଥିଲା ଓ କୁକୁଡ଼ା ଗୁଡିକ ବାହାରକୁ ବାହାରି ଯାଇଥିଲେ l ଏହା ପରେ ନିକଟରେ ଥିବା ଗ୍ରାମବାସୀଙ୍କ ମଧ୍ୟରେ କୁକୁଡ଼ା ଲୁଟିବାର ପ୍ରତିଯୋଗିତା ଆରମ୍ଭ ହୋଇଗଲା l କେବଳ ଏତିକି ନୁହେଁ ଦୁଇ ରୁ ତିନିଜଣ ଲୋକ ମୋଟର ସାଇକେଲରେ ଆସିଲେ ଓ କିଛି କୁକୁଡ଼ା ନେଇ ଚାଲିଗଲେ l ଡ୍ରାଇଭର୍ର କହିବା କଥାହେଲା ଗାଡ଼ିରେ ଏକ ହଜାର କୁକୁଡ଼ା ଥିଲେ ,କିନ୍ତୁ ବର୍ତ୍ତମାନ ମାତ୍ର ୩ଶହଟି କୁକୁଡ଼ା ଅଛନ୍ତି l

ଲୋକମାନଙ୍କୁ ମନ କରିବା ସତ୍ୱେ ମଧ୍ୟ ମାନିଲେ ନାହିଁ ଓ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଁଚିଲା ନାହିଁ l ଗାଡିର ଚାଳକ କହିଛନ୍ତି ଯେ ସେ ମହାରାଷ୍ଟ୍ରରୁ କୁକୁଡ଼ା ଗୁଡିକ ନେଇ ଖିଲଚି ପୁର ଯାଉଥିଲେ l ସେହି ସମୟରେ ରାସ୍ତା ଉପରକୁ ଗୋଟିଏ ଗାଈ ଚାଲି ଆସିଲା ଗାଈକୁ ବଞ୍ଚାଇବାକୁ ଯାଇ ପିକପ ଭ୍ୟାନ୍ ଟି ଓଲଟି ପଡିଥିଲା l ଚାଳକଙ୍କ କହିବା ଅନୁସାରେ ଗ୍ରାମବାସୀ ମାନେ ଯେତେ କହିଥିଲେ ମଧ୍ୟ ତାଙ୍କ କଥାକୁ ନଶୁଣି କୁକୁଡ଼ା ନେବାରେ ବ୍ୟସ୍ତ ରହିଲେ l

ସେହି ସ୍ଥାନରେ ଜଣେ ବୃଦ୍ଧ ବ୍ୟକ୍ତି ପହଞ୍ଚି ଯୁବକ ମାନଙ୍କୁ କହିଥିଲେ କି କୁକୁଡ଼ା ବୋହିବା ବଦଳରେ ପିକପ ଭ୍ୟାନ୍ କୁ ଉଠାଇବାକୁ ଚେଷ୍ଟା କରନ୍ତୁ ,କାରଣ ପିକପ ଭ୍ୟାନ୍ ଟି ଓଲଟି ପଡିବ ଦ୍ୱାରା ରାସ୍ତା ମଧ୍ୟ ଅବରୋଧ ହୋଇପାରେ l ବୃଦ୍ଧଙ୍କ କଥା ଶୁଣିବା ଦୂରେ ଥାଉ କେହି ତାଙ୍କ କଥା ଆଡକୁ ଧ୍ୟାନ ମଧ୍ୟ ଦେଇ ନଥିଲେ l କିଛି ସମୟ ପରେ ଯୁବକ ମାନେ କୁକୁଡ଼ା ନବୋହି ପାରିବାରୁ ପିକପ ଭ୍ୟାନ୍ ଆଡକୁ ଧ୍ୟାନ ଦେଇଥିଲେ l

Leave A Reply