ଫୁଲବାଣୀ,୦୪/୦୪ ଓଡିଶା ପ୍ରଶାସନିକ ସେବା ସଂଘ କନ୍ଧମାଳ ଶାଖାର ୨୭ ଜଣ ଅଧିକାରୀ ଆଜି କରୋନା ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୯୧୮୨୦ ଟଙ୍କାର ଏକ ଚେକ୍ ସଂଘର ଜିଲା ସଭାପତି ତଥା ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ସମ୍ପାଦକ ତଥା ଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନା ଓ ଅନ୍ୟ ସଦସ୍ୟ ମାନେ ମିଶି କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ସହାୟାତା ପାଣ୍ଠିକୁ ଦାନ କରିଛନ୍ତି । ଏହା ସହିତ ଆଉ ୫ଜଣ ଅଧିକାରୀ ବ୍ୟକ୍ତିଗତ ଭାବରେ ମୁଖ୍ୟମନ୍ତ୍ରୀକୁ ପ୍ରଦାନ କରିଛନ୍ତି । ସଂଘର ଏହି କାଯର୍ୟରେ ଅନୁପ୍ରାଣିତ ହୋଇ ଜିଲାରେ କାର୍ଯ୍ୟରତ ଅନ୍ୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିବେ ବୋଲି ସଂଘର ସମ୍ପାଦକ ସୁବ୍ରତ କୁମାର ଜେନା କହିଛନ୍ତି ।