Odisha news

ଧର୍ମଶାଳା : ଗ୍ରାମବାସୀଙ୍କୁ ଖାଦ୍ୟ ବାଂଟିଲେ ଯୁବଗୋଷ୍ଠୀ

0

ଚଣ୍ଡିଖୋଲ, ୦୪/୦୪ (ସକାଳ ଖବର.କମ ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଥାନୁଆଳ ପଂଚାୟତର କେତକ ଉଦ୍ୟମ ଯୁବକ ମାନେ ନିଜ ଉଦ୍ୟମରେ ଗ୍ରାମବାସୀଙ୍କୁ ରାସନ ସାମଗ୍ରୀ ବଂଟନ କରିଛନ୍ତି । ବିଶ୍ୱରେ କରୋନ କାୟା ବିସ୍ତାର କରିଥିବା ବେଳେ ଲକ ଡାଉନ ଯୋଗୁ ପଦାକୁ ବାହାରି ହେଉନି । ଯାହା ଫଳରେ ଅନେକ ସମୟରେ ଗରିବ ପରିବାର ଭୋକ ଉପସରରେ ରହୁଛନ୍ତି । ଗୁଆରଂଙ୍ଗ ଗ୍ରାମର ବିଶ୍ୱଭୁଷଣ ବାରିକ, ଜ୍ଞାନ ରଂଜନ ବାରିକ, ରାଜେନ୍ଦ୍ର ଜେନା, ବିବେକାନନ୍ଦ ବାରିକ, ସତ୍ୟଜିତ ଜେନା, ମାନସ ବାରିକ, ଅସିତ କିସାନ ଜେନା, ସୌମ ରଂଜନ ବାରିକ, ସାଇପ୍ରକାଶ ବାରିକ, ସୁନିଲ ଜେନା, ଦେବଦତ୍ତ ବାରିକ, ରଙ୍କୁ ବାରିକ, ଆଶିଷ ବାରିକ, ଅବିନାଶ ବାରିକ, ବିରଂଚି ଜେନା, ମନୋଜ ବାରିକ ପ୍ରମୁଖ ଘର ଘର ବୁଲି ଡାଲି, ତେଲ, ସାବୁନ ସହିତ ଅନ୍ୟାନ ରାସନ ସାମଗ୍ରୀ ବଂଟନ କରିଥିଲେ । ଏପରି ମହତ କାର୍ଯ୍ୟକୁ ସ୍ଥାନୀୟ ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ, ସୁଶାନ୍ତ ବାରିକ, ପ୍ରତାପ ଜେନା ପ୍ରମୁଖ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏପରି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Leave A Reply