Odisha news

କରୋନାର ଭୟାବହତା ମଧ୍ୟରେ ବାଇକରେ ଏଚଆଇଭି ରୋଗୀଙ୍କୁ େଔଷଧ ଯୋଗାଉଛନ୍ତି ଆଇସିଟିସି ପରାମର୍ଶଦାତା

0

ଫୁଲବାଣୀ,୦୪/୦୪ କନ୍ଧମାଳ ଜିଲାରେ କରୋନା ସଂକ୍ରମଣକୁ ରୋକିବାପାଇଁ ସରକାରଙ୍କ ତରଫରୁ ଲକଡାଉନକୁ କଡାକଡି କରାଯାଇଛି । ସେଥିପାଇଁ ଜିଲାର ସମସ୍ତ ଅଂଚଳରେ ଲୋକଙ୍କର ଯାତାୟାତ ପ୍ରାୟ ବନ୍ଦ ରହିଛି । ତେବେ ଏହି ଲକଡାଉନ ସମୟରେ ଭଲ ଲୋକମାନଙ୍କ ସହିତ କିଛି ରୋଗୀ ମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ସେଥିପାଇଁ ଜିଲାର ଗ୍ରାମାଂଚଳରେ ଥିବା କିଛି ଏଚଆଇଭି ରୋଗୀ ମାନଙ୍କୁ ସେମାନଙ୍କର ନିୟମିତ େଓøଷଧ ମିଳି ପାରୁନାହିଁ । ତେଣୁ ଫୁଲବାଣୀରେ ଥିବା ଆଇସିଟିସି –ାା ର ପରାମର୍ଶଦାତା ଗୋବିନ୍ଦଚନ୍ଦ୍ର ଜେନା ଗତ ୪ ଦିନ ମଧ୍ୟରେ ନିଜର ବାଇକ ଯୋଗେ ଜିଲାର ଟିକାବାଲି,ରାଇକିଆ,କ.ନୁଆଗାଁ ଏବଂ ଫୁଲବାଣୀ ସଦରମହକୁମାରେ ଥିବା ୧୫ ଜଣ ଏଚଆଇଭି ସଂକ୍ରମିତ ରୋଗୀ ମାନଙ୍କୁ ସେମାନଙ୍କର ୩ ମାସର ନିୟମିତ େଓøଷଧ ସେମାନଙ୍କର ପାଖରେ ପହଂଚାଇଛନ୍ତି । ନିଜ ଜୀବନକୁ ବିପଦରେ ପକାଇ ଏଚଆଇଭି ଆକ୍ରାନ୍ତ ରୋଗୀ ମାନଙ୍କ ଏତାଦୃଶ ସେବା କାର୍ଯ୍ୟକୁ ସମସ୍ତେ ପ୍ରସଂଶା କରିଛନ୍ତି ।

 

 

Leave A Reply