ଜିଲ୍ଲାରେ ପ୍ରଥମ କୋରନା ରୋଗୀ ଚିହ୍ନଟ ପିପିଲି ରେ ହାଇଆଲର୍ଟ ଜାରୀ ଦାନଗହୀର ଗ୍ରାମକୁ ୧୦ ଦିନ ପାଇଁ ସର୍ଟ ଡାଉନ କଲା ଜିଲ୍ଲା ପ୍ରଶାସନ
ପିପିଲି-ପୁରୀ ଜିଲ୍ଲା ପିପିଲି ବ୍ଲକ ଅଧିନସ୍ଥ ଦାନଗହୀର ଗ୍ରାମରେ ଜୈନିକ ବ୍ୟକ୍ତିକୁ ଜିଲ୍ଲା ପ୍ରଶାସନ ପ୍ରଥମ କୋରନା ରୋଗୀଭାବେ ଜିଲ୍ଲାରେ ଚିହ୍ନଟ କରିଛି । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପିପିଲି ଅଂଚଳରେ ହାଇଆଲର୍ଟ ଜାରୀ ହୋଇଛି । ପିପିଲି ଥାନା ଅଧିନସ୍ଥ ହାଟସାହୀ ପଂଚାୟତର ଦାନଗହୀର ଛକ,ଜୟପୁର ଛକ ଓ ଜୟପୁର ଶାସନ ଛକରେ ଜିଲ୍ଲା ପ୍ରଶାସନ ପକ୍ଷରୁ୧୦ ଦିନ ପାଇଁ ସର୍ଟ ଡାଉନ ଘୋଷଣା କରାଯାଇଛି । ସର୍ଟ ଡାଉନର ଅବଧି ୪ତାରିଖ ସକାଳ ୭ଟା ସମୟ ଠାରୁ ୧୪ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବଳବତର ରହିବ ବୋଲି ଜିଲ୍ଲା ପ୍ରଶାସନ ଏକ ଚିଠି ଦ୍ୱାରା ଦର୍ଶାଇଛି । ସେହି ଚିଠିରେ ଉଲ୍ଲେଖ ରହିଛି ଅଂଚଳର ଅବଧି ମଧ୍ୟରେ ରହୁଥିବା ଲୋକମାନେ ବାହାରକୁ ଓ ବାହାର ଲୋକମାନେ ଏହି ଗ୍ରାମ କୁ ପ୍ରବେଶ କରିବା ପାଇଁ ସମ୍ପୁର୍ଣ୍ଣଭାବେ ନିଷେଧ କରାଯାଇଛି । ଏବଂ ନିୟନ୍ତ୍ରଣ ଅଂଚଳରେ ବସବାସ କରୁଥିବା ଅଧିବାସୀ ଘର ମଧ୍ୟରେ ରହିବେ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତତ୍ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଉକ୍ତ ଅଂଚଳରେ ବନ୍ଦ କରାଯାଇଛି ।ଉକ୍ତ ଅଂଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ଡାକ୍ତରୀ ସୁବିଧାକୁ ସୁବନେ୍ଦାବସ୍ତ କରିବା ନିମନ୍ତେ ଉପଜିଲ୍ଲାପାଳ ପୁରୀ ଙ୍କ ଅଧିନରେ ଏକ ଟିମ ଗଠନ କରାଯାଇଛି ।ଏହି ଟିମ୍ ଶନିବାର ଦିନ ସକାଳୁ ଦାନ ଗହୀର ଗ୍ରାମରେ ପହଂଚି ରୋଗୀଙ୍କ ସମ୍ପର୍କରେ କେଉଁମାନେ ଆସିଛନ୍ତି ତାର ଯାଂଚ କରିବା ସହ ସେହୀ ଗ୍ରାମ କୁ ଅଗ୍ନୀଶମ ବିଭାଗ ଦ୍ୱାରା ସାନିଟାଇଜ କରିଥିଲେ ।ଏହି ଟିମରେ ଉପଜିଲ୍ଲାପାଳ ପୁରୀ ଭବ ତରଣ ସାହୁ,ଅତିରିକ୍ତ ଏସପି ପୁରୀ ଅରୁଣ ଜେନା,ଏସଡିପିଓ ପିପିଲି ଦେବଦତ ବରାଳ,ତହସିଲଦାର ପିପିଲି ସପନ କୁମାର ନନ୍ଦ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ନିଳକଣ୍ଠ ବେହରା,ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି,ସମୁଦ୍ରକୂଳ ଥାନା ଅଧିକାରୀ ଶରତ କୁମାର ସାହୁ,ପିପିଲି ମେଡିକାଲ ଅଫିସର ,ଜିଲ୍ଲ ଫାୟାର ଅଫିସର ପ୍ରମୁଖ ପହଂଚି ସରକାରଙ୍କ ନିୟମ ମାନନ୍ତୁ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ଜନ ସାଧରଣ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସେହୀପରି ପିପିଲି ଟୋଲଗେଟକୁ ସର୍ଟଡାଉନ ପ୍ରତ୍ୟାହୃତ ନହେବା ଯାଏଁ ସିଲ କରାଯାଇଥିବା ଉପଜିଲ୍ଲାପାଳ ପୁରୀ ସୂଚନା ଦେଇଛନ୍ତି ।