Odisha news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କୁ ଧୈର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ,ବିଜେଡିର ସମସ୍ତ କର୍ମୀ, ନେତା ଓ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିଦେ୍ର୍ଦଶକୁ ପାଳନ କରନ୍ତୁ: ସଞ୍ଜୟ ଦାସବର୍ମା

0

ଭୁବନେଶ୍ୱର, ୮ ।୪: ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କୁ ଧୈର୍ଯ୍ୟର ସହ ମହାମାରୀ କରୋନା ବିପତ୍ତିକୁ ମୁକାବିଲା କରୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏଭଳି ଏକ ସଂକଟପୂର୍ଣ୍ଣ ସମୟରେ ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ନିବେଦନ କରୁଛି ଯେ, ସମସ୍ତେ ନିଜ ନିଜ ଅଞ୍ଚଳର ଜଣେ ବି ବ୍ୟକ୍ତିକୁ ଭୋକିଲା ରହିବାକୁ ଦେବେ ନାହିଁ । ପ୍ରତି ଭୋକିଲା ବ୍ୟକ୍ତିକୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରି ଏଭଳି ସମୟରେ ବିଭୁକ୍ଷ ଲୋକଙ୍କ ପାଖରେ ଛିଡ଼ାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ । ଏଭଳି କାର୍ଯ୍ୟକୁ ଏକ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରିବା ପାଇଁ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିଦେ୍ର୍ଦଶକୁ ଅନୁପାଳନ କରିବା ସହ ଏଭଳି ଏକ ଆପାତକାଳୀନ ସ୍ଥିତିରେ ଜନସାଧାରଣ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଘୋଷଣା କରାଯାଉଥିବା ଗାଇଡ୍ଲାଇନ୍କୁ ଅନୁପାଳନ କରନ୍ତୁ । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ତେବେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଶୁଭେଚ୍ଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଆହ୍ୱାନକୁ ଗ୍ରହଣ କରିବା ସହିତ ଏହାକୁ ଏକ ସାମାଜିକ ଆନେ୍ଦାଳନରେ ପରିଣତ କରିବାକୁ ନିବେଦନ ।
ସମସ୍ତ ନିର୍ବାଚିତ ପ୍ରତିନିଧି (ସାଂସଦ, ବିଧାୟକ), ପୌର ପରିଷଦ, ମହାନଗର ନିଗମର ସମସ୍ତ ପ୍ରତିନିଧି, ବ୍ଲକ୍ ଚେୟାରମ୍ୟାନ୍ ତଥା ସମସ୍ତ ନିର୍ବାଚିତ ପ୍ରତିନିଧି ତଥା ବିଜୁ ଜନତା ଦଳର ଅଗଣିତ କର୍ମୀମାନଙ୍କୁ ନିବେଦନ, ସେମାନେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ରକ୍ତ ଅଭାବକୁ ମୁକାବିଲା କରିବା ଏବଂ ଏହି ଘଡ଼ିସନ୍ଧି ସମୟରେ ଆମେ ଆମର ସାମାଜିକ ଦାୟିତ୍ୱ ନିର୍ବାହ କରିବା ସହିତ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯେଉଁ ନିଦେ୍ର୍ଦଶ ଦେଇଛନ୍ତି ବିଜେଡିର ଅଗଣିତ କର୍ମୀ, ଶୁଭେଚ୍ଛୁ ଏହାକୁ ଆହ୍ୱାନ ଭାବରେ ଗ୍ରହଣ କରିବା ପାଇଁ ମୁଁ ନିବେଦନ କରୁଛି ।
ସଞ୍ଜୟ ଦାସବର୍ମା

Leave A Reply