Odisha news

ଭଦ୍ରକ ଜିଲ୍ଲାରେ “କରୋନା’ କଟକଣା ୯ଗିରଫ୍‍ ଅମାନ୍ୟକାରୀ, ୧୬୫ଗାଡି ଜବତ ଓ ୨.୯୦ଲକ୍ଷ ଜରିମାନା ଆଦାୟ

0

ଭଦ୍ରକ:ଭଦ୍ରକ ଜିଲ୍ଲାରେ “କରୋନା’ ଲାଗି “ଲକ୍‍ଡାଉନ’କଟକଣାକୁ ଅମାନ୍ୟ କରି ଆଜି ୯ଜଣଙ୍କୁ ପୋଲିସ ଗିରଫ୍‍ କରିଛି । ଗିରଫ ମାନଙ୍କ ମଧ୍ୟରୁ ଭଦ୍ରକ ଟାଉନ ପୋଲିସ ୮ଜଣ ଓ ବାସୁଦେବପୁର ପୋଲିସ ଜଣେ ବୋଲି ଜଣାଯାଇଛି । ସେହିଭଳି ଜିଲ୍ଲାରେ “ଲକ୍‍ଡାଉନ’କୁ ଅମାନ୍ୟ କରି ଗାଡି ଚଳାଉଥିବା ୧୬୫ଟି ଗାଡିକୁ ପୋଲିସ ସିଜ୍‍ କରି ସେମାନଙ୍କ ଠାରୁ ୨ଲକ୍ଷ ୯୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ଜିଲ୍ଲା ପୋଲିସ ସୂତ୍ରରୁ ଜଣାଯାଇଛି ।
ଭଦ୍ରକରେ ୨୦୮ଜଣଙ୍କ “କରୋନା’ ଟେଷ୍ଟ  କାଲି ଯାଇଥିଲା ୪୨, ଆଜି ଗଲା ୧୦

Leave A Reply