By suvendra Pattanaik :ମହାମାରୀ କରୋନା ବିପର୍ଯ୍ୟୟ ଯୋଗୁଁ ସାରା ଦେଶରେ ଏବେ ତାଲାବନ୍ଦି ଘୋଷଣା କରାଯାଇଛି । ଘର ପରିବାର ଭିତରେ ବନ୍ଦୀହୋଇ ଅହୋରାତ୍ର ଚବିଶଘଂଟା ରହିବା କାରଣରୁ ଶାରୀରିକ କାର୍ଯ୍ୟ କ୍ଷେତ୍ରରେ ଆମେ ଯେତିକି ସକ୍ରିୟ ହେବା କଥା ସେତିକି ହେଉନାହୁଁ । ଲୋକଙ୍କ କହିବା କଥା ଆମକୁ ଠିକସେ ନିଦ ହେଉନି ତେଣେ ପିଲାମାନେ ବି ଘର ବସି ବସି ମୋଟେଇ ଯାଉଛନ୍ତି
ଆମ ପାଇଁ ଲକ୍ଡାଉନ ବସ୍ତୁତଃ ନୂଆ ହୋଇପାରେ ସିନା ହେଲେ ସମସ୍ୟା ତ ନୁହେଁ । ଗତ କିଛିଦିନ ତଳେ ବ୍ରିଟିଶ ଡାକ୍ତରୀ ପତ୍ରିକା ଦି ଲୈଂସେଟ୍ର ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଭାରତରେ ଆଠ ବର୍ଷର ପିଲାଙ୍କଠାରୁ ଆରମ୍ଭ କରି ଅଠର ବର୍ଷ ଯୁବକ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ମେଦବହୁଳତା ବା ପୃଥୁଳତା କ୍ଷିପ୍ର ଗତିରେ ବଢିଚଲିଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଭାରତରେ ବିଦ୍ୟାଳୟରେ ପାଠପଢୁଥିବା ପିଲାଙ୍କଠାରେ ପରିଲକ୍ଷିତ ହେଉଥିବା ମେଦବହୁଳତା ଏକ ମହାମାରୀ ରୋଗ ଭାବେ ପରିଗଣିତ ବୋଲି ନେସନାଲ ଫ୍ୟାମିଲ ହେଲଥ ସଭେ ର୍ର ଏକ ପରିସଂଖ୍ୟାନ ସୂଚେଇଦେଇଛି ।
ବିଶେଷକରି ରାଜଧାନୀ ଦିଲ୍ଲୀରେ ହୋଇଥିବା ଏକ ସର୍ବେକ୍ଷଣ ମତେ ସେଠିକାର ବେସରକାରୀ ବିଦ୍ୟାଳୟର ୪୫ ପ୍ରତିଶତ ଆଉ ସରକାରୀ ସ୍କୁଲରେ ସାତ ପ୍ରତିଶତ ପିଲା ମେଦବହୁଳତା ରେଗରେ ଆକ୍ରନ୍ତ । ଭାବିଲେ ଖୁବ ଆଶ୍ଚର୍ଯ୍ୟ ଲାଗେ, ଆମ ଦେଶର ଗ୍ରାମାଂଚଳରେ ସ୍କୁଲ ପିଲାମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ । କେବଳ ସେତିକି ନୁହେଁ,ଏକ କି ଦୁଇ ଦଶକ ଆଗରୁ ଏଇ ବୟସ ବନ୍ଧନୀରେ ଥିବା ପିଲାମାନଙ୍କୁ ଦୁବଲାପତଲା ଓ ସ୍ମାଟ ବା ଫୂର୍ତ୍ତି ରୂପେ ବିଚାର କରାଯାଉଥିଲା । ବର୍ତ୍ତମାନ ଏମାନଙ୍କୁ ଅଳସୁଆ ଓ ମୋଟାସୋଟା ବୋଲି ବିବେଚନା କରାଯାଉଚି । ଏହି ପରିପ୍ରେକ୍ଷୀରେ କେତେକ ଅଧ୍ୟୟନରୁ ଜଣାପଡେ ଯେ ବର୍ତ୍ତମାନ ଭାରତରେ ଦଶରୁ ୨୯ ବର୍ଷ ବୟସ ବନ୍ଧନୀ ମଧ୍ୟରେ ୩୬ କୋଟି ଚାଳିଶ ଲକ୍ଷ କିଶୋର ଓ ତରୁଣ ସ୍ମାଟଫୋନ ବ୍ୟବହାରରେ ମାତ୍ରାଧିକ କାଳ ବ୍ୟସ୍ତ ରହି ସମୟ କାଟୁଛନ୍ତି । ଫଳତଃ ସେମାନଙ୍କର ସଠିକ ସମୟ ପରିଚାଲନା ଏକପ୍ରକାର ବିଗିଡିଯାଉଛି । ଶାରୀରିକ କସରତ ଓ କାମଧନ୍ଦା ପାଇଁ ସେମାନଙ୍କୁ ସମୟ ଅଂଟୁନାହିିଁ ଅଭି ଯୋଗ ବାଢୁଛନ୍ତି । ଏପରିକି ଲକଡାଉନ ଘୋଷଣା ଆଗରୁ ମଧ୍ୟ ଦୈହିକ କାମଧନ୍ଦା କ୍ଷେତ୍ରରେ ଅବସ୍ଥା ସେତେଟା ବି ଖାସ ନ ଥିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଇଣ୍ଡଆନ ଇନ୍ଷ୍ଟିଚୁ୍ୟଟ ଅଫ୍ ହେଲଥ୍ ମ୍ୟାନେଜମେଣ୍ଟ ସମେତ ସମସ୍ତ ସ୍ୱାସ୍ଥ୍ୟ ସଂଗଠନ ବହୁ ପୂର୍ବରୁ ସୂଚେଇଛନ୍ତି ଯେ ଯୁବପୀଢି ବ୍ୟତୀତ ଭାରତର ସାଧାରଣ ଲୋକମାନେ ମଧ୍ୟ ଶାରୀରିକ ପରିଶ୍ରମ ପ୍ରତି ପରାଂଙ୍କମୁଖ ଅଥବା କର୍ମକୁଣ୍ଠ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସଦ୍ୟତମ ରିପୋଟ ମୁତାବକ ଭାରତର ୧୨୫ କୋଟି ଜନସଂଖ୍ୟାରେ ଏମାନେ ପାଖାପାଖି ୩୫ ପ୍ରତିଶତ । ଅଥାତ୍ ପ୍ରାୟ ୪୨ କୋଟି ଲୋକ ଆଲସ୍ୟପରାୟଣତା ଯୋଗୁ ଁଗୁରୁତର ରୋଗରେ ଶୀକାର ହେଉଛନ୍ତି । ଉକ୍ତ ରିପୋର୍ଟ ଆହୁରି ମଧ୍ୟ ସ୍ପଷ୍ପ କରିଛି ଯେ ନି୍ୟମିତ ଶାରୀରିକ ବ୍ୟାୟାମ କ୍ଷେତ୍ରରେ ଆମ ଦେଶର ଲୋକ ଚୀନ,ପାକିସ୍ତାନ ନେପାଳ ଓ ମିଆମାର ଲୋକଙ୍କଠାରୁ ବହୁ ପଛରେ ରହିଛନ୍ତି ।
ପୁନଶ୍ଚ ଏକଥା ବି ସ୍ୱୀକାର୍ଯ୍ୟ ଯେ,ଆମ ଦେଶରେ ଘରୋଇ କାମଧନ୍ଦା କ୍ଷେତ୍ରରେ ମହିଳାମାନେ ଇଛା ଥାଉ କି ନଥାଉ ଶାରୀରିକ ଶ୍ରମ କରନ୍ତି । ପ୍ରକାଶିତ ଲୈଂସେଟ ପତ୍ରିକାର ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତେବେ ମହିଳାଙ୍କ ଅବସ୍ଥା ବି ସେତେଟା ଭଲ ନୁହେଁ ବୋଲି କୁହାଯାଇପାରେ । ଉକ୍ତ ରିପୋର୍ଟ ଅନୁସାରେ ପ୍ରାୟ ୪୮ ପ୍ରତିଶତ ଭାରତୀୟ ମହିଳା ଯଥେଷ୍ଟ ଶାରୀରିକ ପରିଶ୍ରମ ନ କରିବା କାରଣରୁ ନାନାଦି ଉକ୍ରଟ ରୋଗ- ଯଥା ମାତ୍ରାଧିକ ଉତ୍ତେଜନା ବା ଚାପ , ଟାଇପ -୨ ମଧୁମେହ ରୋଗ, ସ୍ତନ୍ୟ କ୍ୟାନସର ଡିେମୋସିଆ ଇତ୍ୟାଦି ନାନାଦି ପ୍ରାଣଘାତକ ରୋଗର ଶିକାର ହେଉଛନ୍ତି । ଖାସ ଏହି ଅଳସପଣ ଯୋଗୁଁ ପାଂଚଟି ଗୁରୁତର ରୋଗର ଶୀକାର ହୋଇଥିବା ଭାରତୀୟଙ୍କ ପରିସଂଖ୍ୟାନ ବାସ୍ତବରେ ବଡ ବିପଦଜନକ ମନେହୁଏ । ଏକ ନିର୍ଭରଯୋଗ୍ୟ ତଥ୍ୟ ଅନୁସାରେ ୨୦୧୬ରେ ୧୭ ଲକ୍ଷ ଭାରତୀୟ ପ୍ରାଣଘାତକ ହୃଦରୋଗରେ ଜୀବନହାନି ଘଟିଥିବାବେଳେ ପାଖାପାଖି ଆଠ କୋଟି ଲୋକ ଟାଇପ-୨ ମଧୁମେୟ ରୋଗରେ ଆକ୍ରନ୍ତ ହୋଇଛନ୍ତି । ଆପାତତଃ କହିବାକୁ ଗଲେ ପିଲାମାନଙ୍କଠାରେ ମେଦବହୁଳତାର ସମସ୍ୟା ବେଳକୁ ବେଳେ ଅଧିକ ଗମ୍ଭୀର ହେବାରେ ଲାଗିଛି । ଆମ ଦେଶରେ ଏବେ ପୃଥୁଳ ପିଲାଙ୍କ ସଂଖ୍ୟା ପାଖାପାଖି ଦେଢ କୋଟି ତେଣୁ ଜନସଂଖ୍ୟା ଦୃଷ୍ଟିରୁ ଭାରତ ସମଗ୍ର ବିଶ୍ୱରେ ଦ୍ୱତୀୟ ସ୍ଥାନରେ ରହିଛି । ତେବେ ଏ କ୍ଷେତ୍ରରେ ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ ମହାଦ୍ୱୀପ ସ୍ଥିତ ନୌରୁ ରାଷ୍ଟ୍ର । ଏହି ଦେଶ ସମଗ୍ର ବିଶ୍ୱର ସବୁଠାର କ୍ଷୁଦ୍ର ସ୍ୱାଧୀନ ଗଣତନ୍ତ୍ର ରାଷ୍ଟ୍ର । ସେଠାରେ ନବେ ପ୍ରତିଶତ ଲୋକ ମୋଟା । ଯଦିଓ ଏହାର କାରଣ ଆଳସ୍ୟପୂର୍ଣ୍ଣ ଜୀବନଶୈଳୀ ନୁହେଁ ତଥାପି ସେଠାକର ଖାଦ୍ୟପେୟର ପରିବେଶ ଏଥିପାଇଁ ମୁଖ୍ୟତଃ ଦାୟୀ ।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟର ଅଭାବ ବ୍ୟକ୍ତିଗତ ଭାବେ ଆମ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ଭାବେ ପ୍ରଭାବିତ କରାଏ । କରୋନା ଓ ଲକଡାଉନ ଏଭଳି ସ୍ଥିତି ଉପୁଜାଇଛି, ଯହିଁରେ ପ୍ରତ୍ୟେକ ବ୍ୟକ୍ତି ଦିବାରାତି ଚବିଶ ଘଂଟା ଘରେ ଏକାନ୍ତବାସ କରିବାଟା ଅନିବାର୍ଯ୍ୟ ହୋଇପଡିଛି । ଏହି ଲକଡାଉନ କେତେ ସମୟ ପଯ୍ୟନ୍ତ ପ୍ରଲମ୍ବିତ ହେବ ଏବେଠୁ କହିବା ମୁସ୍କିଲ । ଏଭଳି ସ୍ଥିତିରେ କରୋନାକୁ ହରାଇବା ପ୍ରକ୍ରିୟାରେ ଆମେ ଅନ୍ୟ ସବୁ ଗୁରୁତର ରୋଗକୁ ଯେମିତି ଡାକି ନ ଆଣୁ । ତେବେ ସାମାଜିକ ଦୂରତ୍ୱ ଉପରେ ଆମେ ଯେତିକି ଧ୍ୟାନ ଦେଉଛେ ତତୋଧିକ ଦୃଷ୍ଟି ଆମ ଶାରୀରିକ କା ଯ୍ୟ ଉପରେ ନିବଦ୍ଧ ରହିବା ବାଂଛନୀୟ ସୁତରାଂ ଆମର ଶାରୀରିକ କାଯ୍ୟ ଯେମିତି ବନ୍ଦ ନ ହୁଏ ତାହା ସୁନିଶ୍ଚିତ କରିବା ଦିଗରେ ଆମେ ବେଶ୍ ଯତ୍ନବାନ ହେବା ଉଚିତ ।