Odisha news

ଓଡ଼ିଶାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଜିର ଦିନଟି ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ : ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ

0

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଜିର ଦିନଟି ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ସମସ୍ତଙ୍କୁ ବିଧାନସଭାରେ ସମ୍ବୋଧିତ କରିବା ସହିତ ମାର୍ଗଦର୍ଶନକରିବେ। ତାଙ୍କର ସକ୍ରିୟ ଉପସ୍ଥିତି ଆମପାଇଁ ଉତ୍ସାହ ଆଣି ଦେଇଛି। ଆମ ପାଇଁ ଗୌରବର ବିଷୟ ଯେ, ତାଙ୍କର ରାଜନୈତିକ ଜୀବନ ସେ ଏହି ଗୃହରୁ ଆରମ୍ଭ କରିଥିଲେ। ନିଜର କଠୋର ପରିଶ୍ରମ ଏବଂ ତ୍ୟାଗ ବଳରେ ଦେଶର ଶ୍ରେଷ୍ଠ ଆସନ ଅଳଂକୃତ କରିଛନ୍ତି। ନିଜର ଜନ୍ମଭୂମି ପାଇଁ ଆପଣଙ୍କର ଅବଦାନ ଭୁଲିବାର ନାହିଁ। ମଣିଷ ଯେତେ ବଡ଼ ହେଲେ ମଧ୍ୟ ଜନ୍ମ ଏବଂ କର୍ମଭୂମି ପାଇଁ କାମ କରିବାର ଅଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଂଜ ଜିଲ୍ଲାର ଉପରବେଡ଼ାର ଏକ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରି ଜୀବନରେ ହାର ମାନିନାହାନ୍ତି। ରୋଷେଇ କରିବା ପାଇଁ ଆପଣ ଜଙ୍ଗଲରୁ କାଠ ସଂଗ୍ରହ କରୁଥିଲେ, ତାହା ମୁଁ ଶୁଣିବାକୁ ପାଇଥିଲି। ତମାମ ସଂଘର୍ଷ ଓ ଝଡ଼ଝଂଜା ମଧ୍ୟରୁ ଆପଣ ବାହାରିଛନ୍ତି। ଗତକାଲି ସମ୍ବିଧାନ ଦିବସ ଅବରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ଯେଉଁ ସମ୍ବୋଧନ ଦେଇଥିଲେ, ତାହା ଦେଶବାସୀଙ୍କ ଦୃଦୟକୁ ଛୁଇଁଥିଲା। ଆଜି ଗୋଟିଏ ଦିନ ପରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଓଡ଼ିଶାବାସୀଙ୍କୁ ପୁଣି ଥରେ ସମ୍ବୋଧିତ କରୁଛନ୍ତି। ଆପଣ ଏହି ଗୃହରେ ମନ୍ତ୍ରୀ ଭାବେ କାମ କରିଛନ୍ତି। ଆପଣଙ୍କର ପରାମର୍ଶ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ସହାୟକ ହେବ।

Leave A Reply