Odisha news

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆନ୍ତରିକ ଧନ୍ୟବାଦ ଦେଲେ

0
ଭୁବନେଶ୍ୱରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆନ୍ତରିକ ଧନ୍ୟବାଦ ଦେଉଛି । ମୁଁ ଚାହୁଁଛି ଆପଣମାନେ ସମସ୍ତେ ଏହି ତିନି ଦିନ ମଧ୍ୟରେ ଓଡିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣନ୍ତୁ । ପୁରୀ, କୋଣାର୍କ, ଧଉଳି ଓ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀମାନଙ୍କୁ ଯାଆନ୍ତୁ । ଏହା ସହିତ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଯେପରିକି- ଡାଲମା, ରସଗୋଲା ଏବଂ ଛେନାପୋଡ ଆଦି ର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ୱରରେ ଅନେକ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆପଣମାନେ ଏହି ସବୁ ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ ଦେଖିବା ଉଚିତ୍ । ଏହା ଦ୍ୱାରା ଓଡିଶା ସହିତ ଆପଣମାନଙ୍କର ସମ୍ପର୍କ ଆହୁରି ସୁଦୃଢ ହେବ ଓ ଅତୁଟ ରହିବ । ଆପଣମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ଭାରତ ଆପଣଙ୍କ ହୃଦୟରେ ରହିଛି । ଆପଣମାନଙ୍କ ସଫଳତା ଆମକୁ ବହୁତ ଆନନ୍ଦିତ କରେ । ଆପଣମାନଙ୍କ ସଫଳତାରେ ଆମେ ସବୁ ଗର୍ବ କରୁ, ଗୌରବ ଅନୁଭବ କରୁ ।
Leave A Reply