ବେତନଟୀ : ବେତନଟୀ ମହାବିଦ୍ୟାଳୟ ପରିସରରେ ସୋମବାର ଓଡ଼ିଶା ମୋ ପାରିବାର ଜୀବନବିନ୍ଦୁ ଆନୁକୁଲ୍ୟରେ ବେତନଟୀ ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୮ ତମ ଜନ୍ମଦିନ ଅବସରରେ ୪୦ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗଦାନ କରି ଏହି ଶବିର କୁ ଉଦଘାଟନ କରିଥିଲେ, ଏଥିରେ ସମ୍ମାନିତ ଅତିଥି ମୟୁରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର, ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ଜିଲା ଛାତ୍ର ଜନତା ସଭାପତି ସୁନିଲ୍ ନାୟକ, ଜିଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ, ଯୁବନେତା ସୁଶାନ୍ତ ବଳା, ଭବାନୀ ଶଙ୍କର ମିଶ୍ର, ଲଲାଟେନ୍ଦୁ ବେହେରା, ରାଜେନ୍ ଦାସ, ଅର୍ଜୁନ ଦଳେଇ, ଯାମିନି କାନ୍ତ ନାଏକ,ସଂଯୁକ୍ତା ପାତ୍ର , ଚନ୍ଦନ ଜେନା ସମେତ ବ୍ଲକ ଛାତ୍ର ସଭାପତି ମନିଶ ଗିରି, ଚିତ୍ତେଶ୍ଵର ବେହେରା, ମାନୁ ସାହୁ, ଆକାଶ ନାଏକ, ସଞ୍ଜୟ ମହାନ୍ତ, ଆଶିଷ ସାହୁ, ଚିନ୍ମୟ ଗିରି, ପପୁ ପଞ୍ଝା, ପବିତ୍ର ପୃଷ୍ଟି, ଋତୁରାଜ ଆଚାର୍ଯ୍ୟ, ଉଦୟ କୁମାର କର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ବାରିପଦା ରକ୍ତ ଭଣ୍ଡାର ର ଡାକ୍ତର ଙ୍କ ସମେତ ସମସ୍ତ ସହଯୋଗୀ ଏହି ରକ୍ତ ସଂଗ୍ରହ କରିଥିଲେ |