Odisha news

ଭାରତୀୟ ସିନେମା ପାଳିବ ରାଜ କପୁର ଙ୍କ ୧୦୦ ତମ ଜନ୍ମ ଦିବସ, ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଭେଟିଲେ କପୁର ପରିବାର

0
ବଲିଉଡ ର ପ୍ରତିଷ୍ଠିତ ପରିବାର କପୁର ପରିବାର ୧୦ ଡିସେମ୍ବର ରେ ମୁମ୍ବାଇ ର କାଲୀନା ଏୟାର ପୋର୍ଟ ରୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି, ଦିଗ୍ଗଜ ଅଭିନେତା ରାଜ କପୁର ସାହେବ ଙ୍କ ୧୦୦ ତମ ଜନ୍ମ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସାକ୍ଷାତ କରିବେ l ବଲିଉଡ ର ଶୋ ମ୍ୟାନ ଭାବରେ ରାଜ କପୁର ଭାରତୀୟ ସିନେମା ରେ ନିଜର ସ୍ୱତନ୍ତ୍ର ପରିଚୟ ଛାଡି ଯାଇଛନ୍ତି, ଯାହାକି ସୁପର ହିଟ ଚଳଚିତ୍ର ସହିତ ଦର୍ଶକଙ୍କ ମଧ୍ୟରେ ଆଜି ମଧ୍ୟ ପ୍ରିୟ ହୋଇ ରହିଛି l ତାଙ୍କର ୧୦୦ ତମ ଜନ୍ମ ଦିବସ ଉପଲକ୍ଷେ କପୁର ପରିବାର ଭାରତର ୪୦ ଟି ସହତର  ରେ ୧୩୫ ଟି ସିନେମା ହଲ ରେ ତାଙ୍କର ୧୦ ଟି ପ୍ରତିଷ୍ଠିତ ଚଳଚିତ୍ର କୁ ପ୍ରଦର୍ଶନ କରି ଗୋଟିଏ ଭବ୍ୟ ସମାରୋହ ର ଆୟୋଜନ କରୁଛି l ଯାହାକି ପିବିଆର -ଆଇନକ୍ସ ଓ ସିନେ ପଲିସ ଭଳି ଅତ୍ୟାଧୁନିକ ସିନେମା ଘରେ ପ୍ରଦର୍ଶନ କରାଯିବ l

କପୁର ପରିବାର ଓ ହିନ୍ଦୀ ସିନେମା ପାଇଁ ଏହା ଗୋଟିଏ ଉତ୍ସବ ର ମୁହୂର୍ତ, କାହିଁକି ନା ଶୋ ମ୍ୟାନ ରାଜ କପୁର ୧୦୦ ବର୍ଷ ପୂରଣ ହୋଇଛି l ତେଣୁ କପୁର ପରିବାର ଏହାକୁ ଭବ୍ୟ ଭାବରେ ପାଳନ କରିବାର ସ୍ଥିର କରିଛି, ଏବଂ ଭାରତର ସିନେମା ପ୍ରେମୀ ଆଜିର ଯୁଗରେ ମଧ୍ୟ ରାଜ କପୁର ଙ୍କ ଚଳଚିତ୍ର ଗୁଡିକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିପାରିବେ l

ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ସାକ୍ଷାତ କରିବେ ପରିବାର –
ଏହି ଭବ୍ୟ ଅବସର କୁ ପାଳନ କରିବା ପାଇଁ କପୁର ପରିବାର ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ସାକ୍ଷାତ କରିବେ, ମୋଦିଙ୍କୁ ସାକ୍ଷାତ କରିବା ପାଇଁ କରିନା କପୁର ଖାନ , ଆଲିଆ ଭଟ , ରଣବୀର କପୁର, ନିତୁ କପୁର ଓ କରିସ୍ମା କପୁର ଦିଲ୍ଲୀ ଯାତ୍ରା କରିଛନ୍ତି l  ସମସ୍ତଙ୍କୁ ପାରମ୍ପରିକ ପୋଷାକ ରେ ମୁମ୍ବାଇ ର କାଲୀନା ବିମାନ ବନ୍ଦର ରେ ଦେଖିବାକୁ ମିଳିଥିଲା l ୧୩ ଡିସେମ୍ବର ରୁ ୧୫ ଡିସେମ୍ବର ମଧ୍ୟରେ ଗୋଟିଏ ଫେଷ୍ଟିଭାଲ ଆୟୋଜନ କରାଯିବ, ଯେଉଁଥିରେ ରାଜ କପୁର ଙ୍କ ପ୍ରସିଦ୍ଧ ଚଳଚିତ୍ର ଦେଖିବାକୁ ମିଳିବ l

ଏହାକୁ ନେଇ ରଣବୀର କପୁର କହିଛନ୍ତି ଯେ ‘ମୁଁ ଯେତେବେଳେ ପ୍ରଥମ ଥର ଆଲିଆ ଙ୍କ ସହିତ ସାକ୍ଷାତ କଲି ସେ ମୋତେ ପଚାରି ଥିଲେ କିଶୋର କୁମାର କିଏ, ଏହା ଜୀବନ ର ଚକ୍ର, ଲୋକେ ନୂଆ କଳାକାର ଙ୍କୁ ଦେଖି ପୁରୁଣା କଳାକାର ଙ୍କୁ ଭୁଲି ଯାଇ ଥାଆନ୍ତି l ତେଣୁ କେବଳ ରାଜ କପୁର ନୁହନ୍ତି ଏଭଳି ଅନେକ କଳାକାର ଓ ଚଳଚିତ୍ର ପ୍ରଯୋଜକ ଏଭଳି ମଧ୍ୟ ଅଛନ୍ତି ଯେଉଁ ମାନଙ୍କର ଆମେ ଜୟନ୍ତୀ ପାଳନ କରିବା ଜରୁରୀ l

Leave A Reply