Odisha news

ଥଣ୍ଡା ପାନୀୟ ଷ୍ଟ୍ରୋକ ଓ ହାର୍ଟ ହାର୍ଟ ଆଟାକ ର ବଢ଼ାଉଛି ବିପଦ  : ରିସର୍ଚ୍ଚ

ସ୍ୱିଡ଼େନ ରେ କରାଯାଇଥିବା ଗୋଟିଏ ଅଧ୍ୟୟନ ରେ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନା କୁ ଆସିଛି କି ମିଠା ପାନୀୟ ଅର୍ଥାତ କୋଲ୍ଡ଼ ଡ୍ରିଂକ୍ସ ଅଧିକ ସେବନ ଷ୍ଟ୍ରୋକ ଓ ହାର୍ଟ ଆଟାକ ର କାରଣ ହୋଇପାରେ , ହାର୍ଟ ବ୍ଳକେଜ ମଧ୍ୟ ହୋଇପାରେ l ଏହି ଗବେଷଣା ରେ ଏହା ମଧ୍ୟ ସାମ୍ନା କୁ ଆସିଛି ଯେ ଅତ୍ୟଧିକ ଚିନି ସେବନ ଦ୍ୱାରା ଶରୀରରେ ଧମନୀ କ୍ଷତିଗ୍ରସ୍ତ ହୋଇଥାଏ l ଯାହାଦ୍ୱାରା ହାର୍ଟ ଡିଜିଜ ମଧ୍ୟ ବଢ଼ିଯାଇ ଥାଏ l

ଏହି ଗବେଷଣା ଅନୁସାରେ ଅତ୍ୟଧିକ ଚିନି ସେବନ ଧମନୀ କୁ ଚିନି ସେବନ ଶରୀରରେ ରକ୍ତ ବାହିକା କୁ କ୍ଷତି କରିଥାଏ, ଯାହାଦ୍ୱାରା ହାର୍ଟ ର ବିପଦ ବଢି ଯାଇଥାଏ l ପବ୍ଲିକ ହେଲଥ ଜର୍ଣ୍ଣାଲ ର ପ୍ରକାଶିତ ଖବର ଅନୁସାରେ ଅତ୍ୟଧିକ ମିଠା ପାନୀୟ ଚିନି ତୁଳନାରେ ଅଧିକ କ୍ଷତିକାରକ l

ମିଠା ପାନୀୟ ହାର୍ଟ ପାଇଁ ବିଷ ସଦୃଶ –
ଏହି ଗବେଷଣା ଅନୁସାରେ କୁହାଯାଇଛି ଯେ ମିଠା ପେୟ ପଦାର୍ଥ ରେ ସୁଗାର ଶରୀରରେ ଅଧିକ ତୃପ୍ତି ପ୍ରଦାନ କରିନଥାଏ l ଯେଉଁ କାରଣରୁ ଲୋକେ ଏହାକୁ ଅଧିକ ସେବନ କରିବାକୁ ଲାଗିଥାଏ l ଏହାର ଅର୍ଥ ଏହି କାରଣରୁ ବ୍ୟକ୍ତି ଯେତେବେଳେ ମିଠା ପାନୀୟ ସେବନ କରିଥାଏ, ଏହି କାରଣରୁ ଅଧିକ ବିପଦ ବଢ଼ିଯାଇ ଥାଏ l ଏବଂ ବ୍ୟକ୍ତି କୁ ଅଧିକ ଭୋକ ଲାଗିଥାଏ l

ହାର୍ଟ ରୋଗୀ ଙ୍କ ନିକଟରୁ ମିଳିଲା ଏହି ପ୍ରମାଣ –
ଏହି ଗବେଷଣା ରେ ୬୯ ,୭୦୫ ଜଣଙ୍କୁ ଏହି ଅଧୟନ ରେ ସାମିଲ କରାଯାଇ ଥିଲା, ଏବଂ ଏଥିରେ ମିଳି ଥିଲା ଯେ ଚିନି ଅଧିକ ସେବନ ଷ୍ଟ୍ରୋକ, ହାର୍ଟ ଆଟାକ ଓ ଏଟ୍ରିୟଲ ଫିବ୍ରିଲେସନ ଭଳି ଗମ୍ଭୀର ହାର୍ଟ ଡିଜିଜ ର ବିପଦ ବଢି ଯାଇଥାଏ , ଗବେଷଣା ରେ ମହୁ, ପେସ୍ଟ୍ରି ଓ କାର୍ବୋନେଟଡ଼ ପେୟ ଭଳି ମିଠା ପଦାର୍ଥ ହାର୍ଟ ରୋଗରେ ପୀଡିତ କରିଥାଏ l

କାହିଁକି ଗବେଷଣା ଜରୁରୀ –
ଏହି ଗବେଷଣା ରେ କୁହାଯାଇଛି ଯେ ଚିନି ଅଧିକ ସେବନ ହାର୍ଟ ଫେଲ, ଉଚ୍ଚ ରକ୍ତଚାପ ସମସ୍ୟା, ହାର୍ଟ ଆଟାକ ଭଳି ଗମ୍ଭୀର ସ୍ଥିତି ରେ ପ୍ରଭାବିତ କରୁଛି, ତାର ମୂଳ କାରଣ ହେଉଛି ଅଧିକ ଥଣ୍ଡା ପାନୀୟ ସେବନ l

Comments are closed.