ଖ୍ରୀଷ୍ଟମାସ ହେଉଛି ଖ୍ରୀଷ୍ଟିଆନମାନଙ୍କର ସବୁଠାରୁ ବଡ ପର୍ବ | ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକମାନେ ଏହି ମହୋତ୍ସବକୁ ଅତି ଚମତ୍କାର ଏବଂ ଉତ୍ସାହର ସହିତ ପାଳନ କରନ୍ତି | ଏହି ପର୍ବ ପ୍ରତିବର୍ଷ ଡିସେମ୍ବରରେ ୨୫ ତାରିଖରେ ପାଳନ କରାଯାଏ | ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଧରାବତରଣ କରିଥିଲେ ବୋଲି ମାନ୍ୟତା ରହିଛି |
ଯୀଶୁ ଖ୍ରୀଷ୍ଟ ଗୋଟିଏ ମହାନ ଆତ୍ମା ଭାବରେ ସାରା ବିଶ୍ୱରେ ପରିଚିତ l କୁହାଯାଏ ଯେ ମେଣ୍ଢା ଶାଳ ରେ ଜନ୍ମ ନେଇଥିବା ପ୍ରଭୁ ଯୀଶୁ ସମାଜକୁ ପ୍ରେମ ଏବଂ ମାନବିକତା ଶିକ୍ଷା ଦେଇଥିଲେ | ସେ ଜଗତର ଲୋକଙ୍କୁ ପ୍ରେମ ଏବଂ ଭାଇଚାରା ସହିତ ବଞ୍ଚିବାକୁ ବାର୍ତ୍ତା ଦେଇଥିଲେ। ସେହି ସମୟର ଇହୁଦୀ ଶାସକମାନେ ଯୀଶୁଙ୍କ ବାର୍ତ୍ତା ପସନ୍ଦ କରୁ ନଥିଲେ । ସେମାନେ ଯୀଶୁଙ୍କୁ କୁଶ ବିଧ କରି ମାରିବାକୁ ମଧ୍ୟ ପଛାଇ ନଥିଲେ l
ଈସାଈ ସମୁଦାୟ ରେ ଖ୍ରୀଷ୍ଟମାସ ଗୋଟିଏ ପ୍ରାଚୀନ ଉତ୍ସବ ଅଟେ, ଯାହାକି ଶୀତଋତୁ ରେ ପାଳନ କରାଯାଏ l ମାନ୍ୟତା ଅନୁସାରେ କୁହାଯାଏ ଯେ ଏହିଦିନ ସାଣ୍ଟାକ୍ଲଜ ସମସ୍ତଙ୍କ ମଧ୍ୟରେ ଉପହାର ବାଣ୍ଟି ଥାଏ, ଓ ସଭିଙ୍କ ମୁହଁରେ ହସ ଫୁଟାଇବାକୁ ଚାହିଁଥାଏ l ତେଣୁ ମଧ୍ୟରାତ୍ରୀ ସମୟରେ ଖ୍ରୀଷ୍ଟ ଧର୍ମରେ ଉପହାର ବାଣ୍ଟିବାର ପରମ୍ପରା ରହିଛି l ଏହିଦିନ ସମସ୍ତ ଈସାଈ ଧର୍ମଲମ୍ବି ଲୋକେ ଚର୍ଚ୍ଚ କୁ ଯାଇ ପ୍ରାର୍ଥନା ସଭାରେ ଅଂଶ ଗ୍ରହଣ କରନ୍ତି ଓ ସମସ୍ତେ ସଭିଙ୍କୁ ମେରୀ କ୍ରିସ୍ଟମାସ କହି ଶୁଭେଚ୍ଛା ଜଣାଇ ଥାଆନ୍ତି l ଏହିଦିନ ବିଶ୍ୱର ସମସ୍ତ ସ୍ଥାନରେ ଚର୍ଚ୍ଚ ଗୁଦିନ ଆଲୋକରେ ସୁସଜ୍ଜିତ ହୋଇଥାଏ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ନିଜ ଘରକୁ ସୁସଜ୍ଜିତ ଆଲୋକରେ ଓ ଖ୍ରୀଷ୍ଟମାସ ଟ୍ରି ରେ ସଜ୍ଜିତ କରି ଥାଆନ୍ତି l
ଖ୍ରୀଷ୍ଟମାସ ପର୍ବ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ |ଖ୍ରୀଷ୍ଟମାସ ହେଉଛି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସବୁଠାରୁ ବଡ ଏବଂ ଆନନ୍ଦଦାୟକ ପର୍ବ, ସେଥିପାଇଁ ଏହାକୁ ବଡ ଦିନ ମଧ୍ୟ କୁହାଯାଏ | ଏମିତିରେ ଦେଖିବାକୁ ଗଲେ ଡିସେମ୍ବର ୨୫ ତାରିଖ ଠାରୁ ଦିନ ବଡ ହେବା ଆରମ୍ଭ କରିଥାଏ l ଏହା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଗୋଟିଏ ବଡ ପର୍ବ ହୋଇଥିବା କାରଣରୁ ଖ୍ରୀଷ୍ଟମାସର ପ୍ରସ୍ତୁତି ୧୫ ଦିନ ପୂର୍ବରୁ, ଖ୍ରୀଷ୍ଟ ସମାଜର ଲୋକମାନେ ଆରମ୍ଭ କରି ଥାଆନ୍ତି |
ଯୀଶୁଙ୍କ ଜନ୍ମକୁ ନେଇ ଅନେକ ବୃତାନ୍ତ ରହିଛି l କୁହାଯାଏ ଯେ ପ୍ରଭୁ ଯୀଶୁ ଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୪ -୬ ମଧ୍ୟରେ ପାଲେଷ୍ଟାଇନ ର ବେଥଲେହେମ୍ ଠାରେ ହୋଇଥିଲା l ତାଙ୍କ ମାତାପିତା ନାଜେରଥ ରୁ ଆସି ବେଥେଲେହେମ ଠାରେ ବାସ କରିଥିଲେ l ତାଙ୍କ ପିତାଙ୍କ ନାମ ୟୁସୁଫ ଓ ମାତାଙ୍କ ନାଁ ମରିୟମ ଥିଲା l କୁହାଯାଏ ଯେ ପରମପିତା ପରମେଶ୍ୱରଙ୍କ ସଂକେତ ପାଇ ୟୁସୁଫ ମରିଯମ-ଙ୍କୁ ବିବାହ କରିଥିଲେ l ଯୀଶୁ ଙ୍କ ଜନ୍ମ ପରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇ ଯାଇଥିଲା ଓ ତାଙ୍କ ମାତା ତାଙ୍କର ଲାଳନ ପାଳନ କରିଥିଲେ l ୩୦ ବର୍ଷ ବୟସରେ ଯୀଶୁ ୟୁହାନ୍ନl
ଙ୍କ ନିକଟରୁ ଦୀକ୍ଷା ନେଇ ଥିଲେ ଓ ସଂସାରରେ ଧର୍ମ ସ୍ଥାପନା କରିବାରେ ଲାଗିଗଲେ l କିନ୍ତୁ ଅନ୍ଧବିଶ୍ୱାସ ପ୍ରଚଳନ କରୁଥିବା ଧର୍ମ ପଣ୍ଡିତ ମାନେ ତାଙ୍କର ବିରୋଧ କରିଥିଲେ , କିନ୍ତୁ ଯୀଶୁ ଆଦୌ ବିଚଳିତ ହୋଇ ନଥିଲେ l ସେ ନିଜ କର୍ତବ୍ୟର ଆଗେଇ ଚାଲିଥିଲେ l
ଯେଉଁଦିନ ଯୀଶୁ ଙ୍କୁ କୁଶବିଦ୍ଧ କରାଗଲା ସେହିଦିନ ଶୁକ୍ରବାର ଥିଲା, କୁଶବିଦ୍ଧ କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଗଲା ଏବଂ ତାଙ୍କୁ କବର ଦିଆଗଲା l ୩ଦିନ ପରେ ପୁନଃ ଯୀଶୁ କବର ରୁ ଜୀବନ୍ତ ହୋଇ ଉଠିଲେ , ଯାହାକୁ ଇଷ୍ଟର ସନ୍ଡେ ନାମରେ ଜଣାଶୁଣା ଅଟେ l ଇହୁଦୀ ମାନେ ଏହି ଚମତ୍କାର ନିଜ ଆଖିରେ ଦେଖି ଥିଲେ l ଏବଂ ପ୍ରଭୁ ଯୀଶୁ ଙ୍କ ଅନୁଚର ଯୀଶୁ ଙ୍କ ବାଣୀ ଓ ଖ୍ରୀଷ୍ଟଧର୍ମ ପ୍ରସାର କରିବା କୁ ଲାଗି ପଡ଼ିଥିଲେ l ସେହି ସମୟରେ ଗୋଟିଏ ନବୀନ ଧର୍ମର ସ୍ଥାପନା ହେଲା, ଯାହା ଈସାଈ ଧର୍ମ ଭାବରେ ପରିଚିତ l
