ଖ୍ରୀଷ୍ଟମାସ ହେଉଛି ଈସାଈ ସମୁଦାୟର ବଡ ପର୍ବ l ଏହି ଦିନଟି ଇଷା ମସୀ ଙ୍କ ଜନ୍ମ ଦିନ ଭାବରେ ପାଳନ କରାଯାଇଥାଏ l ଏହିଦିନଟି ସାରା ବିଶ୍ୱରେ ଡିସେମ୍ବର ୨୫ ତାରିଖ ଦିନ ପାଳନ କରାଯାଇଥାଏ l ଏହିଦିନ ଈସାଈ ସମୁଦାୟର ଲୋକମାନେ ନୂତନ ପୋଷାକ ଧାରଣ କରି ଥାଆନ୍ତି l ଚର୍ଚ୍ଚ ଗୁଡିକରେ ପ୍ରାର୍ଥନା ସଭା କରାଯାଇଥାଏ l ଏହିଦିନ ସମସ୍ତେ କ୍ରିସମାସ ଟ୍ରି ନିକଟରେ ଏକାଠି ହୋଇ ସମୂହ ପ୍ରାର୍ଥନା କରି ଥାଆନ୍ତି l
ସମସ୍ତ ଚର୍ଚ୍ଚ ଗୁଡିକ ଏହିଦିନ ବିଶେଷ ଭାବରେ ଆଲୋକ ରେ ସୁସଜ୍ଜିତ କରାଯାଇ ଥାଏ l ଯେପରି ହିନ୍ଦୁ ମାନଙ୍କ ଦୀପାବଳି ସବୁଆଡ଼ ଆଲୋକରେ ସୁସଜ୍ଜିତ ହୋଇଥାଏ l ଘର ଗୁଡିକରେ କେକ ପ୍ରସ୍ତୁତ କରାଯାଇ ଥାଏ l ପ୍ରାୟ ଅଧିକାଂଶ ଖ୍ରୀଷ୍ଟିଆନ ଲୋକ ନିଜ ଘର ଗୁଡିକ ମଧ୍ୟ ଆଲୋକର ସଜ୍ଜା ହୋଇଥାଏ l
ଦ୍ୱର୍ଘଦିନ ପୂର୍ବରୁ ନଜରଥ ନାମକ ଗୋଟିଏ ଜାଗା ଥିଲା l ଯେଉଁଠି ମରିଯମ ନାମରେ ଜଣେ ମହିଳା ରହୁଥିଲେ l ସେ ଖୁବ ପରିଶ୍ରମୀ ଓ ପର ଉପକାରୀ ଥିଲେ l ସେ ୟୁସୁଫ ନାମକ ଜଣେ ବ୍ୟକ୍ତିକୁ ପ୍ରେମ କରୁଥିଲେ l ୟୁସୁଫ ମଧ୍ୟ ସ୍ୱଭାବରେ ଖୁବ ଭଲ ଥିଲେ l ଏକଦା ଈଶ୍ୱର ଙ୍କ ଦ୍ୱାରା ଗ୍ରବିଏଲ ନାମକ ବ୍ୟକ୍ତି କିଛି ବାର୍ତା ନେଇ ମରିଯମ ଙ୍କ ନିକଟକୁ ଗଲେ l ଗ୍ରବିଏଲ ମରିୟମ ଙ୍କୁ ଯାଇ କହିଥିଲେ ଯେ ଈଶ୍ୱର ତାଙ୍କର ଗୋଟିଏ ଦୂତକୁ ପୃଥିବୀ ବାସୀଙ୍କ କଲ୍ୟାଣ ପାଇଁ ପଠାଇ ବାକୁ ଚାଉଁଛନ୍ତି, ଯେକି ମରିୟମ ଙ୍କ ଗର୍ଭରୁ ଜନ୍ମ ନେବ l ମରିୟମ ଏହା ଶୁଣି ଚିନ୍ତିତ ହୋଇ ଯାଇଥିଲେ l
ଏହାପରେ ଗ୍ରବିଏଲ ତାଙ୍କୁ କହିଥିଲେ ଏହା ଈଶ୍ୱରଙ୍କ ପକ୍ଷରୁ ଗୋଟିଏ ଚମତ୍କାର ହେବ l ଏହି ବିଷୟରେ ତମକୁ ବେଶୀ ଭାବିବା ଆବଶ୍ୟକ ନାହିଁ l ଏହି କଥାକୁ ନେଇ ୟୁସୁଫ ମଧ୍ୟ ଚିନ୍ତିତ ଥିଲା l ସେ ଭାବିଲା ଯେ ଆଉ ମରିୟମ କୁ ବିବାହ କରିବ ନାହିଁ l କିନ୍ତୁ ଥରେ ରାତିରେ ସୋଇଥିବା ସମୟରେ ୟୁସୁଫ କୁ ମଧ୍ୟ ଗୋଟିଏ ପରି ସ୍ୱପ୍ନରେ ଦେଖାଗଲା ଓ କହିଲା ଈଶ୍ୱର ଚାହୁଁଛନ୍ତି ତାଙ୍କର ଦୂତକୁ ୟୁସୁଫ ଓ ମରିୟମ ମିଳିତ ଭାବରେ ଜନ୍ମ ଦିଅନ୍ତୁ l ପରଦିନ ୟୁସୁଫ ଉଠିଲା ଓ ସ୍ଥିର କଲା ଯେ ମରିୟମ ସହିତ ବିବାହ କରିବ l
ବିବାହ ପରେ ୟୁସୁଫ ଓ ମରିୟମ ବେଥହଲାମ ଚାଲିଗଲେ l ସେମାନେ ସେଠାରେ ପହଂଚି ରହିବା ପାଇଁ କୌଣସି ସ୍ଥାନ ପାଇଁ ନଥିଲେ l ଏହାପରେ ସେମାନେ ଗୋଟିଏ ମେଣ୍ଢା ଶାଳରେ ରହିବା ପାଇଁ ସ୍ଥିର କଲେ l ଯୀଶୁ ଖ୍ରୀଷ୍ଟ ଯେଉଁଦିନ ଜେରୁଜେଲମ ରେ ଜନ୍ମ ହୋଇଥିଲେ ସେହିଦିନ ଡିସେମ୍ବର ୨୫ ତାରିଖ l ଅନ୍ୟଦିନ ଠାରୁ ଏହି ଦିନଟି ସମ୍ପୂର୍ଣ ଭିନ୍ନ ଥିଲା l ଏହିଦିନ ଆକାଶରେ ଗୋଟିଏ ଉଜ୍ଜଳ ତାରକା ଦେଖିବାକୁ ମିଳିଥିଲା l ଈସାଈ ଧର୍ମର ମାନ୍ୟତା ଅନୁସାରେ ଏହି ଉଜ୍ଜଳ ତାରକା ଈଶ୍ୱରଙ୍କ ଦ୍ୱାରା ସାଙ୍କେତିକ ଥିଲା l ଏହିଦିନ ବୁଦ୍ଧିମାନ ବ୍ୟକ୍ତିମାନେ ଯୀଶୁ ଓ ତାଙ୍କ ମାତାପିତାଙ୍କ ପାଇଁ ଉପହାର ନେଇ ପହଂଚି ଥିଲେ l
ସେହି ସମୟରେ ସାରା ବେଥହଲାମ ର ବାତାବରଣ ପବିତ୍ର ହୋଇ ଉଠିଥିଲା l ସମସ୍ତେ ଗୋଟିଏ ପବିତ୍ରତା ଅନୁଭବ କରିଥିଲେ ଓ ସେହିଦିନ ଠାରୁ ଈସାଈ ସମୁଦାୟର ବୁଦ୍ଧିଜୀବୀ ମାନେ ସ୍ଥିର କରିଥିଲେ ଯେ ଯୀଶୁ ଖ୍ରୀଷ୍ଟ ଙ୍କ ଜନ୍ମ ଦିନକୁ ୨୫ ଡିସେମ୍ବର ଦିନଟିକୁ ବଡ଼ଦିନ ଭାବରେ ପାଳନ କରିବେ l
