Odisha news

ଗବେଷଣାରୁ ଖୁଲାସା : ଏହି ମସଲା କୁ ନିୟମିତ ଖାଇବା ଦ୍ୱାରା ହ୍ରାସ ହେବ କୋଲେଷ୍ଟ୍ରଲ ଓ ମିଳିବ ଅନେକ ରୋଗରୁ ଆରାମ

0

କୋଲେଷ୍ଟ୍ରଲ ବଢିବା ଏକ ସାମାନ୍ୟ ସମସ୍ୟା ନୁହେଁ l ଏହାଦ୍ୱାରା ଅନେକ ପ୍ରକାର ରୋଗକୁ ବରଣ କରିଥାଏ l କୋଲେଷ୍ଟ୍ରାଲ ରକ୍ତରେ ମିଳିଥିବା ଏକ ମହମ ଭଳି ପଦାର୍ଥ ଅଟେ l ସୁସ୍ଥ କୋଷିକା ଗୁଡିକୁ ନିର୍ମାଣ କରିବା ପାଇଁ କୋଲେଷ୍ଟ୍ରାଲ ର ଆବଶ୍ୟକତା ପଡିଥାଏ l କିନ୍ତୁ ଏହାର ମାତ୍ରା ଅଧିକ ହେବା ଦ୍ୱାରା ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l କୋଲେଷ୍ଟ୍ରାଲ ୨ପ୍ରକାରର ହୋଇଥାଏ,ଗୋଟିଏ ଭଲ କୋଲେଷ୍ଟ୍ରାଲ ଓ ଅନ୍ୟଟି ଖରାପ କୋଲେଷ୍ଟ୍ରାଲ ଆମ ଧମନୀ ରେ ଜମା ହେବା ମାତ୍ରକେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ l

ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଅଦା ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟ୍ରାଲ ଖୁବ ଶୀଘ୍ର ନିୟନ୍ତ୍ରିତ ହୋଇଥାଏ l ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଅଦାରସ କିମ୍ବା ଅଦା ଗୁଣ୍ଡ ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରିତ ହୋଇଥାଏ l

* ଏହି ଗବେଷଣା ଅନୁସାରେ ହାଇ କୋଲେଷ୍ଟ୍ରଲ ରେ ପୀଡିତ ବ୍ୟକ୍ତିମାନେ ଯଦି ପ୍ରତିଦିନ ଅଦାରସ କିମ୍ବା ଅଦାଗୁଣ୍ଡ ଉଷୁମ ପାଣି ସହିତ ସେବନ କରିବେ ତେବେ ସେମାନଙ୍କ ନିକଟରେ ଖରାପ କୋଲେଷ୍ଟ୍ରଲ ୧୭ ପ୍ରତିଶତ ପର୍ଯ୍ୟନ୍ତ କମ ରହିବାର ସମ୍ଭାବନା ରହିଛି l

* ଏକ ଅଧ୍ୟୟନ ଅନୁସାରେ ଅଦା କୋଲେଷ୍ଟ୍ରଲ ଯୋଗୁ ଶରୀରରେ ଦେଖାଯାଉଥିବା ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ଠିକ କରିଥାଏ l କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇବା କାରଣରୁ ହାଡ ଓ ଗଣ୍ଠି ଜନିତ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l ଏହାଛଡା ଅଦା ସେବନ ଦ୍ୱାରା ଅଷ୍ଟ୍ରିୟପୋରୋସିସ ସମସ୍ୟା ଠିକ ହୋଇଥାଏ l ସେଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଅଦା ରସ ଓ ଉଷୁମ ପାଣି ସେବନ କରନ୍ତୁ l

* ଯଦି ଆପଣ ନିୟମିତ ଲବଙ୍ଗ ତେଲ ଓ ଅଦା ତେଲ କୁ ମିଶାଇ ଆଣ୍ଠୁ ଓ ଗଣ୍ଠିରେ ମାଲିସ କରିବେ ତେବେ ପୁରୁଣା ହାଡ଼ ଗୋଡ଼ ସମସ୍ୟା ଦୂର ହେବ l

* ଗୋଟିଏ ଅଧ୍ୟୟନ ମନୁଷ୍ୟ ଓ ଜୀବଜନ୍ତୁ ଯେପରିକି କିଛି କୁକୁର ଓ ଗାଈଙ୍କୁ ନେଇ କରଯାଇଥିଲା l ଏଥିରେ ଜଣା ପଡିଥିଲା ଯେ ଅଦା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଅଦା ବଡି ମାସ ଇଣ୍ଡେକ୍ସ ଓ ରକ୍ତରେ ଇନ୍ସୁଲିନ ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ l

* ଅଦାରେ ଆଣ୍ଟି ଡ଼ାଈବିଟିକ ଗୁଣ ରହିଛି l ପ୍ରତିଦିନ ୨ଗ୍ରାମ ଅଦା ଗୁଣ୍ଡ ସେବନ କରିବା ଦ୍ୱାରା ଟାଇପ ଟୁ ମଧୁମେହ ରୁ ଆରାମ୍ ମିଳିଥାଏ l

Leave A Reply