Odisha news

ଚୀନର ନୂଆ ଚାଲ୍ : ଲେଜର ଦ୍ଵାରା ଫିଲିପାଇନ୍ସ ସୈନିକଙ୍କୁ ଅନ୍ଧ କରିବାକୁ ଚେଷ୍ଟା କରୁଛି ଚୀନ

0
ନୂଆଦିଲ୍ଲୀ : ନିକଟରେ ଯାସୁସି ବେଲୁନ ମାମଲା ରେ ଚୀନ ଓ ଆମେରିକା ମଧ୍ୟରେ ବିବାଦ ଦେଖା ଦେଇଥିଲା । ବର୍ତମାନ ଫିଲିପାଇନ୍ସ ମଧ୍ୟ ଚୀନ ଉପରେ ସୈନ୍ୟ ଗ୍ରେଡ ଲେଜର୍ ଲାଇଟ୍ ର ପ୍ରୟୋଗ କରିବାର ଆରୋପ ଲାଗାଇଛି । ଫିଲିପାଇନ୍ସ କହିଛି ଯେ ଚୀନ ସୈନ୍ୟ ଗ୍ରେଡ ଲେଜର୍ ଲାଇଟ୍ ର ପ୍ରୟୋଗ କରି ଫିଲିପାଇନ୍ସ ର ଜାହାଜ ଗୁଡିକୁ ଅଟକାଇବାକୁ ଚେଷ୍ଟା କରିଥିଲା । ଏହା ପୂର୍ବରୁ ଋଷ୍ ୟୁକ୍ରେନ ଯୁଦ୍ଧ ରେ ମଧ୍ୟ ଲେଜର୍ ଲାଇଟ୍ ର ବ୍ୟବହାର କରାଯାଇଥିଲା ।
ସୋମବାର ଦିନ ଫେବୃଆରୀ ୧୩ ତାରିଖ ଦିନ ଫିଲିପାଇନ୍ସ ପକ୍ଷରୁ ଆରୋପ ଲଗାଯାଇ ଥିଲା ଯେ ଚୀନ ପକ୍ଷରୁ ବିବାଦିତ ଚୀନ ସାଗରରେ ଫିଲିପାଇନ୍ସ ତଟରକ୍ଷକ ସେନା ଙ୍କ ଉପରେ ଲେଜର୍ ଲାଇଟ୍ ୱିପନ୍ ର ବ୍ୟବହାର କରିଥିଲା । ଏହାର ବ୍ୟବହାର ଦ୍ଵାରା ଜାହାଜ ଚଳାଉ ଥିବା କ୍ରୁ ଙ୍କୁ କିଛି ସମୟ ପାଇଁ ଦେଖା ଯାଇ ନଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡ଼ି ନାହିଁ ଯେ କିଭଳି ପ୍ରକାରର ଲେଜର୍ ହତିଆର ର ବ୍ୟବହାର ଚୀନ କରିଥିଲା । କିନ୍ତୁ ଏହାର ବ୍ୟବହାର ପାଇଁ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ରୋକ୍ ଲଗା ଯାଇଛି କାହିଁକି ନା ଏହା ଆଖିର ଦୃଷ୍ଟି ଶକ୍ତି କୁ ପ୍ରଭାବିତ କରିଥାଏ ।
ଏହି କାରଣରୁ ଚୀନ ର ଏହି କାର୍ଯ୍ୟ କୁ ଆମେରିକା , ଅଷ୍ଟ୍ରେଲିଆ , ଜାପାନ ଓ ଜର୍ମାନୀ ଭଳି ଦେଶ ଗୁଡ଼ିକ ତତ୍କାଳ ବିରୋଧ କରିଥିଲେ । ଅନ୍ୟ ପକ୍ଷରେ ଚୀନ ଏହି କାର୍ଯ୍ୟ ନକରି ଥିବା ମନା କରିଛି । ଦୁନିଆର ଆଧୁନିକ ଟେକ୍ନୋଲୋଜି ମଧ୍ୟ ଯୁଦ୍ଧ ଅସ୍ତ୍ର ଗୁଡ଼ିକ ମଧ୍ୟ ଦୃତ ଭାବରେ ଆଧୁନିକୀ କରଣ ଆଡ଼କୁ ଆଗେଇ ଚାଲିଛି । ଧିରେ ଧିରେ ଆଧୁନିକ ଅସ୍ତ୍ର ଶସ୍ତ୍ର ମଧ୍ୟ ଯୁଦ୍ଧ କାର୍ଯ୍ୟରେ ବ୍ୟବହାର ହେଉଛି ।
Nalco
Leave A Reply