Odisha news

ଜନହିତରେ ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ

0

ଭଞ୍ଜନଗର, ତା-20/2/2023 : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ 259ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଅଭିଯୋଗ 247ଟି ଥିବାବେଳେ ,ଗ୍ରାମୀୟ ଅଭିଯୋଗ 12 ଟି ଥିଲା,ଜିଲ୍ଲାପାଳ ତ୍ୱରିତ 13ଟି ଅଭିଯାଗର ଫଇସଲା କରିଥିଲେ। ଆଜିର ଅଭିଯାଗ ସମୟରେ ଜିଲ୍ଲାପାଳ 11 ଜଣଙ୍କୁ ବିଧବା ଭତ୍ତା ପ୍ରଦାନ କରିଥିଲେ ଏବଂ ଏହା ସହିତ ଜିଲ୍ଲାପାଳ ଜଣକୁ ହୁଇଲ ଚେୟାରପ୍ରଦାନ କରିଥିଲେ।ରେଡକର୍ସ ରୁ ଜଣକୁ କୋଡିଏ ହଜାର ଟଙ୍କା ପ୍ରଦାନ କରିଥିଲେ,ଗ୍ରହଣ କରିଥିବା ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ସମାଧାନ କରିବା ଦିଗରେ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଗଞ୍ଜାମ ଜିଲପ୍ରକଳ୍ପ ନିର୍ଦେଶକ ଶ୍ରୀ ଭି କୀର୍ତିଭାସନ ,ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ,ଭଞ୍ଜନଗର ଏସ.ଡ଼ି.ପି.ଓ. ଶ୍ରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ କୁମାର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ, ଭଞ୍ଜନଗର ସହାୟକ ଜିଲ୍ଲାପାଳ ,ଭଂଜନଗର ତହସିଲଦାର ଅଚ୍ୟୁତା ନନ୍ଦ ଯାନୀ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,ADWO ଅମୀୟ କୁମାର ମିଶ୍ର,ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଏଷ୍ଟାବ୍ଲିଶମେଣ୍ଟ ଅଧିକାରୀ ଶ୍ରୀ ଅନିଲ କୁମାର ପଣ୍ଡା, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀ ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ l
ଗଞ୍ଜାମ ଗ୍ୟାଲେରୀ ରୁ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Nalco
Leave A Reply