ଅନେକ ଲୋକେ ଏଭଳି ଅଛନ୍ତି ଯେଉଁମାନେ କି ରାତିସାରା ଅନିଦ୍ରା ହୋଇ ଦିନ ସମୟରେ ଅଧିକ ଶୋଇ ଥାଆନ୍ତି । ଆଜିକାଲି ମଧ୍ୟ ଦେଖିବାକୁ ମିଳୁଛି ପରୀକ୍ଷା ଆସିବା ମାତ୍ରକେ ପିଲାମାନେ ରାତିସାରା ପାଠ ପଢି ଦିନସାରା ସୋଇ ରହୁଛନ୍ତି । ଆହୁରି ମଧ୍ୟ କିଛି ଲୋକ ଙ୍କୁ ରାତି ଅନିଦ୍ରା ହେବାର ଅଭ୍ୟାସ ମଧ୍ୟ ରହିଥାଏ , ଯେପରିକି ରାତିସାରା ମୋବାଇଲ୍ ଓ ଟିଭି ଦେଖିବାରେ କିମ୍ବା ଲାପଟପ୍ ରେ କାମ କରିବାରେ ବ୍ୟସ୍ତ ରହିବେ ଓ ସକାଳ ହେବା ମାତ୍ରକେ ଶୋଇବେ । ତେଣୁ ଏହା ଶରୀର ପକ୍ଷରେ ଠିକ୍ ନୁହେଁ । ଗବେଷଣା କହୁଛି ଯେ ରାତି ଅନିଦ୍ରା ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦ୍ଵାରା ଆପଣ ଆକ୍ରାନ୍ତ ହୋଇ ପାରନ୍ତି, ଯାହାକୁ ସାଇଲେଣ୍ଟ କିଲର୍ ବୋଲି କୁହାଯାଇ ଥାଏ ।
