ନୂଆଦିଲ୍ଲୀ : ପାକିସ୍ତାନ ର ଆତଙକବାଦୀ କାର୍ଯ୍ୟକଳାପ ଏଭଳି ସ୍ଥିତିରେ ପହଞ୍ଚି ଗଲାଣି ଯେ ତାର ପରମ ମିତ୍ର ଦେଶ ନିଜର ଦୂତାବାସ ରୁ ଅଧିକାରୀ ମାନଙ୍କୁ ଡକାଇ ନେଇଛି । ହଁ ଆଜ୍ଞା ପାକିସ୍ତାନ ର ପରମ ମିତ୍ର ଭାବରେ ଜଣାଶୁଣା ଚୀନ ନିଜର ଦୂତାବାସ ରେ କାଂସୁ ଲାର ବିଭାଗ କୁ ଅସ୍ଥାୟୀ ଭାବରେ ବନ୍ଦ୍ କରି ଦିଆଯାଇଛି । ବିଭାଗ କୁ ବନ୍ଦ୍ କରିବା ପଛରେ ଯାନ୍ତ୍ରିକ କାରଣ କୁ ଦାୟୀ କରାଯାଇଛି । କିନ୍ତୁ ଅଧିକାରୀ ମାନଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଚୀନ ଦୂତାବାସ କୁ ତହରିକ – ଏ – ତାଲିବନ୍ ପାକିସ୍ତାନ ଓ ବାଲୁଚ ଆତଙ୍କବାଦୀ ଙ୍କ ନିକଟରୁ ଲଗାତାର ଧମକ ମିଳୁ ଥିବାର ସୂଚନା ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଏହା ମଧ୍ୟ କୁହାଯାଇଛି ଯେ ଚୀନ ସରକାର ପାକିସ୍ତାନ ର ସହବାଜ୍ ସରିଫ୍ ସରକାର ଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି , କାହିଁକି ନା ସହବଜ୍ ସରିଫ ପାୱାର ରେ ଆସିବା ପରେ ପାକିସ୍ତାନ ରେ ଚୀନ ନାଗରିକ ଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି ।
ଚୀନ ଦୂତାବାସ ର ୱେବସାଇଟ ରେ ଜାରୀ ହୋଇଥିବା ଗୋଟିଏ ନୋଟିସ ରେ କୁହାଯାଇଛି ଯେ ଯାନ୍ତ୍ରିକ ତ୍ରୁଟି କାରଣରୁ ଇସଲାମାବାଦ ରେ ଚୀନ ଦୂତାବାସ କଂଶୁଲାର୍ ବିଭାଗ କୁ ୧୩ ଫେବୃଆରୀ ରୁ ଆଗାମୀ ସୂଚନା ମିଳିବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବନ୍ଦ୍ କରିଦିଆ ଯାଇଛି ।
ଅନ୍ୟ ପକ୍ଷରେ ଇସଲାମାବାଦ ଡିପ୍ଲୋମାଟିକ ଏନକ୍ଲେବ ର ସୂଚନା ଅନୁସାରେ ଚୀନ ଦୂତାବାସ ବିଭାଗ କୁ ଆତଙ୍କବାଦୀ ଆକ୍ରମଣ ର ଧମକ ବୋଲି କୁହାଯାଇଛି । ଦୂତାବାସ କୁ ଲଗାତାର ଭାବେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ମିଳୁଥିଲା । ତେଣୁ ଚୀନ ଦୂତାବାସ ଦୁର୍ଘଟଣା ରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ରେ ନିଜର ଦୂତାବାସ କୁ ବନ୍ଦ୍ ରଖିବା ସହିତ ପାକିସ୍ତାନ ରେ ନିଜର କଂଶୁଆଲ ସେବାକୁ ନିଲମ୍ବିତ କରିବାର ନିଷ୍ପତି ନେଇଛି ।
ଏହାଛଡା ଚୀନ ପାକିସ୍ତାନ ର ସହବାଜ ଶରିଫ ସରକାର ଓ ତାଙ୍କର ମନ୍ତ୍ରୀ ମଣ୍ଡଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । କାହିଁକି ନା ଚୀନ ନାଗରିକ ଓ ଚୀନ ପାକିସ୍ତାନ ଆର୍ଥିକ ପରିଯୋଜନା ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ଏହାଛଡା ଚୀନ ମଧ୍ୟ କହିଛି ଯେ ଯଦି ପାକିସ୍ତାନ ଆମର ନାଗରିକ , ପରିଯୋଜନା ଓ ହିତକୁ ରକ୍ଷା କରିବ ନାହିଁ , ତେବେ ଆମେ ଜାଣିଛୁ ଆଗକୁ କେଉଁ ପଦକ୍ଷେପ ଉଠାଇବୁ । ଚୀନ ଏହାଛଡା ପାକିସ୍ତାନ କୁ କହିଛି ଯେ ଗମ୍ଭୀର ସୁରକ୍ଷା ସ୍ଥିତି ରେ ବ୍ୟବସାୟ ଓ କାମ କରିବା ସମ୍ଭବ ନୁହେଁ । କାହିଁକି ନା ଚୀନ ଶ୍ରମିକ ଙ୍କୁ ପାକିସ୍ତାନ ରେ ଧମକ ମିଳୁଛି ଓ ମାରି ଦିଆ ଯାଉଛି । କିଛିଦିନ ପୂର୍ବରୁ ଚୀନ ଗୋଟିଏ ନୋଟିସ ଜାରି କରି ପାକିସ୍ତାନ ରେ ନିଜର ନାଗରିକ ମାନଙ୍କୁ ସତର୍କ ରହିବା ପାଇଁ ।
ପାକିସ୍ତାନ ରେ ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଖୁବ୍ ଦୃତ ଗତିରେ ବୃଦ୍ଧି ପାଇଛି । ଯେଉଁଥିରେ ଟିଟିପି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ନିକଟରେ ପେଶାବର୍ ରେ ଗୋଟିଏ ମସଜିଦ ରେ ଜଣେ ଆତ୍ମଘାତି ଆକ୍ରମଣ କାରୀ ନିଜକୁ ଉଡ଼ାଇ ଦେଇଥିଲା , ଯେଉଁଥିରେ ୧୦୦ ରୁ ଉର୍ଦ୍ଧ୍ୱ ଲୋକ ଙ୍କ ର ମୃତ୍ୟୁ ହୋଇଥିଲା ।