ନୂଆଦିଲ୍ଲୀ : ପାକିସ୍ତାନ ରେ ଶନିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଆସ୍ଥା ଭୋଟ ରେ ହାରି ଯାଇ ଗାଦିଚ୍ୟୁତ ହୋଇଛନ୍ତି l ପାକିସ୍ତାନ ରେ ଏହି ପରିବର୍ତ୍ତନ କୁ ନେଇ ଚୀନ ର ସରକାରୀ ଗଣମାଧ୍ୟମ ଖୁସି ଜାହିର କରିଛି l ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଭାବରେ ଜଣାଶୁଣା ଗ୍ଲୋବାଲ ଟାଇମ୍ସ ସହବାଜ ସରିଫ ପ୍ରଧାନମନ୍ତ୍ରୀ ହେବାକୁ ନେଇ ଲେଖିଛି ଯେ ” ଏହାଦ୍ୱାରା ଚୀନ ପାକିସ୍ତାନ ର ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ଉନ୍ନତ ହେବ l ”
ସହବାଜ ସରିଫ ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଙ୍କ ସାନଭାଇ ଅଟନ୍ତି l ପାକିସ୍ତାନ ର ନୂଆ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ପାକିସ୍ତାନ ର ସଂସଦ ସତ୍ର ଖୁବ ଶୀଘ୍ର ଆରମ୍ଭ ହେବ l ଗ୍ଲୋବାଲ ଟାଇମ୍ସ ଅନୁସାରେ ଚୀନ ଓ ପାକିସ୍ତାନ ମଧ୍ୟରେ ଖୁବ ଶୀଘ୍ର ରାଜନୈତିକ ପରିବର୍ତନ ଆସିବ l ଏହା ଏଥିପାଇଁ କାରଣ ପାକିସ୍ତାନ ଓ ଚୀନ ର ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ନିବିଡ଼ ହେବ ବୋଲି ଗ୍ଲୋବାଲ ଟାଇମ୍ସ ପକ୍ଷରୁ କୁହାଯାଇଛି l ଏହାଛଡା ଗ୍ଲୋବାଲ ଟାଇମ୍ସ ପକ୍ଷରୁ ଲେଖା ଯାଇଛି ଯେ ପୂର୍ବରୁ ପାକିସ୍ତାନ ର ପାରମ୍ପରିକ ଦଳ ଶାସନ ରେ ଥିବା ସମୟ ରେ ପାକିସ୍ତାନ ଚୀନ ର ସମ୍ପର୍କ ଭଲ ଥିଲା l ”
ଏହି ରିପୋର୍ଟ ରେ ଆହୁରି ମଧ୍ୟ ଲେଖା ଯାଇଛି ଯେ ‘ ସରିଫ ପରିବାର ଶାସନ ସମୟ ରେ ଚୀନ ସହିତ ପାକିସ୍ତାନ ର ସମ୍ପର୍କ ଖୁବ ନିବିଡ଼ ଥିଲା l ସହବାଜ ସରିଫ ଶାସନକୁ ଆସିବା ପରେ ଉଭୟ ଦେଶର ସମ୍ବନ୍ଧ ଇମ୍ରାନ ଙ୍କ ସମୟ ଅପେକ୍ଷା ଅଧିକ ସୁଦୃଢ଼ ହେବ l ଇମ୍ରାନ ଙ୍କର ପାକିସ୍ତାନ ସେନାଙ୍କ ସହିତ ସମ୍ପର୍କ ଠିକ ନଥିଲା l ତା ସହିତ କୂଟନୈତିକ ସ୍ତରରେ ମଧ୍ୟ ଇମ୍ରାନ ଠିକ ନୁହନ୍ତି ଯାହାକୁ ନେଇ ପାକିସ୍ତାନ ସେନା ଅସନ୍ତୁଷ୍ଟ ରହୁଥିଲେ l ପୂର୍ବରୁ ଆମେରିକା ସହିତ ପାକିସ୍ତାନ ସେନାର ସମ୍ବନ୍ଧ ଠିକ ଥିଲା କିନ୍ତୁ ଇମ୍ରାନ ଶାସନ କୁ ଆସିବା ପରେ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା l ”
ପାକିସ୍ତାନ ରେ ପ୍ରାୟ ରାଜନୈତିକ ହିଂସା ପ୍ରାୟ ଦେଖା ଦେଇଥାଏ l ଯାହାକୁ ନେଇ ସରକାର ପରିବର୍ତନ ଗୋଟିଏ କାରଣ ହୋଇଥାଏ l