Odisha news

ଚୀନ୍ ଓ ତାଲିବାନ ହେଉଛନ୍ତି ନିକଟ ତର : ଏହା ଭାରତ ପାଇଁ ବିପଦ ପୂର୍ଣ୍ଣ ହୋଇପାରେ

ନୂଆଦିଲ୍ଲୀ : ଆଫଗାନିସ୍ତାନ ରେ ଚାଲିଥିବା ଭୟଙ୍କର ସ୍ଥିତି ମଧ୍ୟରେ ତାଲିବାନ ର ଗୋଟିଏ ପ୍ରତିନିଧି ମଣ୍ଡଳ ବୁଧବାର ଦିନ ଚୀନ୍ ରେ ପହଂଚିଛନ୍ତି । ଚୀନ୍ ଗସ୍ତରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳ ଚୀନ୍ କୁ କହିଥିଲେ ଯେ କୌଣସି ଦେଶ ବିରୁଦ୍ଧରେ ଷଡ଼ଯନ୍ତ୍ର କରିବା ପାଇଁ ସେମାନେ ଆଫଗାନିସ୍ତାନ ଭୂମିକୁ ବ୍ୟବହାର କରିବେ ନାହିଁ । ମିଳିଥିବା ସୂଚନା ଅନୁସାରେ ତାଲିବାନ ର ପ୍ରବକ୍ତା ଙ୍କ ର ଗୋଟିଏ ଦଳ ଚୀନ୍ ବିଦେଶମନ୍ତ୍ରୀ ଙ୍କ ସହିତ ସାକ୍ଷାତ କରିଛନ୍ତି ଓ ଆଫଗାନ ରେ ଶାନ୍ତି ପ୍ରତିଷ୍ଠା କରିବାକୁ ନେଇ ଚର୍ଚ୍ଚା କରିଥିଲେ । ଏହାକୁ ନେଇ ଚୀନ୍ ବିଦେଷମନ୍ତ୍ରି ତାଲିବାନ କୁ ଆଫଗାନ ର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସୈନ୍ୟ ଓ ରାଜନୈତିକ ଶକ୍ତିର ଆଖ୍ୟା ଦେଇଛନ୍ତି ।
ଏହା ତାଲିବାନ ପକ୍ଷରୁ ପ୍ରଥମ ଗସ୍ତ ଥିଲା । ଚୀନ୍ ପୂର୍ବରୁ ମଧ୍ୟ ନିଜର ପ୍ରିୟ ବନ୍ଧୁ ପାକିସ୍ତାନ ମଧ୍ୟସ୍ଥତା ରେ ତାଲିବାନ ସହିତ ଯୋଡି ହୋଇଥିଲା । ୨୦୧୯ ରେ ବେଜିଂ ରେ ଗୋଟିଏ ତାଲିବାନ ପ୍ରତିନିଧି ମଣ୍ଡଳ ପହଞ୍ଚିଥିଲା । ୨୦୧୫ ରେ ମଧ୍ୟ ଜୀଙ୍ଗପୀଙ୍ଗ ପାକିସ୍ତାନ ଅଧ୍ୟକ୍ଷତା ରେ ହୋଇଥିବା ଗୋଟିଏ ବୈଠକ ରେ ତାଲିବାନ ସହିତ ସାକ୍ଷାତ ପୂର୍ବରୁ କରି ସାରିଛନ୍ତି ।
ପାକିସ୍ତାନ ବିଦେଶ ମନ୍ତ୍ରୀ ଚୀନ୍ ରୁ ଫେରିବାର ଗୋଟିଏ ଦିନ ପରେ ତାଲିବାନ ପ୍ରତିନିଧି ମଣ୍ଡଳ ଚୀନ୍ ଗସ୍ତ କରିଥିଲେ । କୁରେସୀ ଙ୍କ ଚୀନ୍ ଯାତ୍ରା ସମୟରେ , ଚୀନ୍ ଓ ପାକିସ୍ତାନ କହିଥିଲେ ଯେ ଉଭୟ ମିଳିତ ଭାବରେ ଆଫଗାନିସ୍ତାନ ରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।
Ad2

Comments are closed.