Odisha news

ସାହାଯ୍ୟର ଆଳ ଦେଖାଇ ଗରିବ ଦେଶ ମାନଙ୍କୁ ଋଣରେ ଫସାଉଛି ଡ୍ରାଗନ୍

0

ନୂଆଦିଲ୍ଲୀ : ଚୀନ ନିଜର ଚାଲବାଜି ପ୍ରକୃତିରେ ଦୁନିଆର ଗରିବ ଦେଶ ମାନଙ୍କୁ ଫସାଉଛି l ସେ ନିଜର ପ୍ରୋଜେକ୍ଟ ବେଲ୍ଟ ଏବଂ ରୋଡ଼ ଇନିସିଏଟିଭ ଆଳରେ ସେହି ଦେଶ ମାନଙ୍କୁ କୋଟି କୋଟି ତାଙ୍କ କରଜ ଦେଉଛି l ବିଶେଷଜ୍ଞ ମାନଙ୍କ ମତରେ ସେହି ଦେଶ ଗୁଡିକ ଗମ୍ଭୀର ବିତିୟ ସଙ୍କଟ ମଧ୍ୟରେ ଫସି ପାରନ୍ତି l ଯେଉଁ ଦେଶ ଗୁଡିକରେ ଚୀନ ପୁଞ୍ଜି ନିବେଶ କରିଛି ସେମାନେ ହେଲେ ଶ୍ରୀଲଙ୍କା ,ଜାମ୍ବିଆ ,ଲାଓସ ,ମାଳଦୀପ ,କଙ୍ଗୋ ,ଟୋଙ୍ଗା ,ପାକିସ୍ତାନ ଓ କାର୍ଗିସ୍ତାନ l ଚୀନ ଏହି ଦେଶ ଗୁଡିକୁ ପ୍ରକଳ୍ପର ଆଶା ଦେଇ ଅର୍ଥ ନିବେଶ କରିଛି l

ଚାଲବାଜ ଚୀନ ଏହି ଦେଶ ଗୁଡିକୁ ବିକାଶର ବଡ ବଡ ସ୍ବପ୍ନ ଦେଖାଇଛି l ସେ କହିଛି ଯେ ଏହି ସବୁ ପ୍ରୋଜେକ୍ଟ ଜରିଆରେ ସେହି ଦେଶ ମାନଙ୍କର ଆର୍ଥିକ ସ୍ଥିତି ସୁଧୁରି ଯିବ l ଚୀନର ରାଷ୍ଟ୍ରପତି ଜିଙ୍ଗପିଙ୍ଗଙ୍କ ଦ୍ୱାରା ନିୟନ୍ତ୍ରଣରେ କରାଯିବ ପରେ ମଧ୍ୟ BRI ପ୍ରକଳ୍ପରେ ବନ୍ଦର ,ସଡକ ,ରେଳବାଇ ,ବିମାନବନ୍ଦର ଓ ବିଜୁଳି ପ୍ରକଳ୍ପର ବିକାଶକୁ ସମ୍ପୃକ୍ତ କରାଯାଇଥିଲା l ଏହାପରେ ଏହି ପ୍ରୋଜେକ୍ଟରେ ଲଗାଯାଇଥିବା ପଇସା ବର୍ତ୍ତମାନ କୋଟି କୋଟି ଟଙ୍କାର ହୋଇ ଗଲାଣି l ଗତ ୭ ବର୍ଷ ମଧ୍ୟରେ ଚୀନ ଏହି ପ୍ରକଳ୍ପ ଗୁଡିକୁ ୭୦ ରୁ ଉର୍ଦ୍ଧ ଦେଶରେ ବିସ୍ତାର କରାଇ ସାରିଲାଣି l ଶ୍ରୀଲଙ୍କା ନିଜର ହବନ ଟୋଟା ବନ୍ଦର ହୋଲଡିଂ କମ୍ପାନୀକୁ ୯୯ ବର୍ଷ ପାଇଁ ଚୀନକୁ ଲିଜର ଦେବାପରେ ବର୍ତ୍ତମାନ କରାଜରେ ଡୁବି ଯାଇଛି l

ଏମିତିରେ ଯେଉଁ ଦେଶ ଗୁଡିକ ଉପରେ କରଜର ଭରା ରହିଛି ତାର ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି l ମାଳଦୀପ ଉପରେ ଚୀନର ଋଣଭାର ପାଖାପାଖି ୧.୪ ଆରବ ଡଲାର ବାକି ରହିଛି l ମାଳଦୀପ ପାଇଁ ଏହି ଋଣ ଭରା ଖୁବ ଅଧିକ ଅଟେ ,କାରଣ ତାର GDP ୫.୭ ବିଲିୟନ ଡଲାର l ଚୀନର ଜାମ୍ବିଆ ଉପରେ ପାଖାପାଖି ୨୦୧୭ ବେଳକୁ ପାଖାପାଖି ୬.୪ ବିଲିୟନ ଡଲାର ଥିଲା l ବିଶେଷଜ୍ଞ ମାନଙ୍କ ମତରେ ବର୍ତ୍ତମାନ ଏହି ଋଣ ଭରା ୧୪ .୭ ବିଲିୟନ ଡଲାରରେ ପହଞ୍ଚି ସାରିଲାଣି l ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ପାକିସ୍ତାନର ଅବସ୍ଥା ମଧ୍ୟ ସେପରି ସ୍ୱଚ୍ଛ ନୁହେଁ l ପାକିସ୍ତାନକୁ ମଧ୍ୟ ଚୀନ ଆର୍ଥିକ ସାହାଯ୍ୟ ଆଳରେ ଋଣ ଭାରରେ ଦବାଇ ସାରିଲାଣି l

ସ୍ବଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ସହ ସଂଯୋଜକ ଅଶ୍ୱିନୀ ମହାଜନ କହିଛନ୍ତି ଚୀନ ଆକ୍ରାତ୍ମକ ବିଭାବରେ ଆର୍ଥିକ ଅବସ୍ଥା ସ୍ୱଚ୍ଛ ନଥିବା ଦେଶ ମାନଙ୍କୁ ସାହାଯ୍ୟ କରୁଛି l ଯେତେବେଳେ ଆମେ ଗଭୀରକୁ ଯାଇ ବିସ୍ଲେସଣ କରୁଛେ ସେତେବେଳେ ଜଣl ଯାଉଛି ଯେ ଚୀନ ଦ୍ୱାରା ଚଲା ଯାଇଥିବା ସମସ୍ତ ପ୍ରକଳ୍ପ ଚୀନ ଉପରେ ହିଁ କେନ୍ଦ୍ରିତ ହେଉଛି l ଏହି କମ୍ପାନୀ ଗୁଡିକ ଦେଖିବାକୁ ଗଲେ ଚୀନ ସରକାରଙ୍କର ସ୍ୱମୀତ୍ୱରେ ରହିଛନ୍ତି l

Leave A Reply