ନୂଆଦିଲ୍ଲୀ : ଭାରତରେ ଚୀନ ଜିନିଷକୁ ବହିଷ୍କାର ଓ ଚୀନ ବିରୋଧୀ ପରିସ୍ଥିତି ମଧ୍ୟରେ ଖବର ଆସିଛି ଯେ ଚୀନର ପିପୁଲସ୍ ବ୍ୟାଙ୍କ ଅଫ ଚାଇନା ଆଇସିଆଇସିଆଇ ରେ ସେୟାର କିଣିଛି l ମିଳିଥିବା ଖବର ଅନୁସାରେ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହା ଦେଶ ହିତ ପାଇଁ ବିପଦ ନୁହେଁ l ଗତ ବର୍ଷ ମାର୍ଚ୍ଚ ମାସରେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ HDFC ରେ ନିଜର ନିବେଶ ବଢ଼ିଥିଲା l ସେତେବେଳେ ଏହାକୁ ନେଇ ଖୁବ ହଙ୍ଗାମା ହୋଇଥିଲା l ପିପୁଲସ୍ ବ୍ୟାଙ୍କ ଅଫ ଚାଇନା ମ୍ୟୁଚୁଆଲ ଫଣ୍ଡ ,ବୀମା କୀଏମ୍ପାନୀଙ୍କ ସହିତ ୩୫୭ ନିବେଶକଙ୍କ ସହିତ ସାମିଲ ଅଛି l ଯେଉଁ ମାନେ ନିକଟରେ ଆଇସିଆଇସିଆଇ ବ୍ୟାଙ୍କରେ ୧୫୦୦୦ କୋଟି ଟଙ୍କା ନିବେଶ କରିଛନ୍ତି l
ଆଇସିଆଇସିଆଇ ବ୍ୟାଙ୍କ ପୁଞ୍ଜି ଯୁଟେଇବା ପାଇଁ ସଂସ୍ଥା ମାନଙ୍କ ସହିତ ନିବେଶକ ମାନଙ୍କର ବୈଠକ କରାଇ ପୁଞ୍ଜି ଯୋଗାଡ କରିବା ପାଇଁ ଚେଷ୍ଟା କରୁଥିବାର କାର୍ଯ୍ୟରେ ସଫଳ ହୋଇଛି l ଚୀନର କେନ୍ଦ୍ରୀୟ ବ୍ୟାନ ଆଇସିଆଇସିଆଇ ରେ ୧୫୦୦୦ କୋଟି ଟଙ୍କା ନିବେଶ କରିଛି ଓ ଏହି ନିବେଶ କ୍ଵାଲିଫାଇଣ୍ଡ ଇନ୍ଷ୍ଟିଚ୍ୟୁନାଲ ପ୍ଲେସମେଣ୍ଟ ଜରିଆରେ ହୋଇଛି l ଅନ୍ୟ ବିଦେଶୀ ନିବେଶକଙ୍କ ମଧ୍ୟରେ ସିଙ୍ଗାପୁର ସରକାର ,ମାର୍ଗନ ଇନଭେଷ୍ଟମେଣ୍ଟ ଓ ସୋସାଇଟି ଜେନେରାଲ ମାନେ ସାମିଲ ଅଛନ୍ତି l
ଏକ୍ସପଟ କହିଛନ୍ତି ଯେ ବ୍ୟାଙ୍କିଙ୍ଗ ଭାରତରେ ଖୁବ ଭଲଭାବରେ ରେଗୁଲେଟ ହୋଇଥାଏ ଓ ରିଜର୍ଭ ବ୍ୟାଙ୍କର ନଜରରେ ସବୁବେଳେ ରହିଥାଏ l ତେଣୁ ଦେଶ ହିତର କୌଣସି ବିପଦ ନାହିଁ l ଏହା ପୂର୍ବରୁ ଚୀନର କେନ୍ଦ୍ରୀୟ ବ୍ୟାଙ୍କର ହାଉସିଂ ଲୋନ କମ୍ପାନୀ HDFC ଲିମିଟେଡ଼ରେ ଗତ ବର୍ଷ ନିବେଶକୁ ନେଇ ଖୁବ ହଙ୍ଗାମା ହୋଇଥିଲା l ଚୀନର କେନ୍ଦ୍ରୀୟ ବ୍ୟାନ ବର୍ତ୍ତମାନ ଆମେରିକା ସ୍ଥାନରେ ଭାରତରେ ନିବେଶ ବଢ଼ାଉଛି l ଗତବର୍ଷ ହଙ୍ଗାମାକୁ ଦେଖି ସରକାର ବିଦେଶୀ ପୋର୍ଟଫୋଲୀୟ ନିବେଶର ନିୟମକୁ କଡାକଡି କରି ଦେଇଛନ୍ତି l ଖାସ କରି ଚୀନ କିମ୍ବା ଅନ୍ୟ ପଡୋଶୀ ଦେଶରୁ ଆସୁଥିବା ନିବେଶକଙ୍କ ପାଇଁ କଡା ନିୟମ କରିଦିଅ ଯାଇଛି l