Odisha news

ଭାରତ ସହିତ ସମ୍ପର୍କକୁ ନେଇ ଚୀନ୍ ର ମତ : ସନ୍ଦେହ ଚକ୍ଷୁରେ ନଦେଖି ବନ୍ଧୁ ଭାବରେ ଆଗକୁ ବଢିବା ଆବଶ୍ୟକ

0

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରୁ ମଈ ମାସରୁ ଚାଲିଥିବା ବିବାଦ ବର୍ତ୍ତମାନ ମଧ୍ୟ ଜାରି ରହିଛି l ଲଦାଖରେ ହୋଇଥିବା ଚିନି ମାନଙ୍କର ଅବୈଧ ପ୍ରବେଶ ପରେ ସୀମାରେ ସୈନିକଙ୍କ ସଂଖ୍ୟା ବଢ଼ା ଯାଇଛି l ଏହା ବ୍ୟତୀତ ଦୁଇ ସେନାଙ୍କ ମଧ୍ୟରେ ବର୍ତମାନ ସୁଦ୍ଧା କଥାବାର୍ତା ପ୍ରକ୍ରିୟା ଚାଲିଛି l ବର୍ତମାନ ଚୀନ ପକ୍ଷରୁ ବୟାନ ଦିଅl ଯାଇଛି ଯେ ଦୁଇ ଦେଶଙ୍କୁ ଏକ ସାଙ୍ଗରେ ଆଗକୁ ବଢିବାର ଆବଶ୍ୟକ ,ଜଣେ ଆଉଜଣଙ୍କୁ ସନ୍ଦେହରେ ଚକ୍ଷୁରେ ନଦେଖିବା ଉଚିତ l

ଭାରତରେ ଥିବା ଚୀନ ଦୂତାବାସ ନିଜର ପତ୍ରିକାରେ ,ଜୁଲାଇ ଅଙ୍କରେ ଭାରତ-ଚୀନର ସମ୍ପର୍କ ବିଷୟରେ କୁହ ଯାଇଛି l ଏଥିରେ କୁହାଯାଇଛି ଯେ ,”ସବୁ ସମ୍ପର୍କରେ ଟିକେ ମନୋମାଳିନ ଘଟିଥାଏ ,ନିକଟରେ ସୀମାରେ ଯେଉଁ ବିବାଦ ଦେଖା ଦେଇଥିଲା ତାହାକୁ ନେଇ ଭାରତ ଓ ଚୀନକୁ ନିଜର ସମ୍ପର୍କ ଖରାପ କରିବା ଉଚିତ ନୁହେଁ ,ଏହା ସହିତ ଦୁଇ ଦେଶର ଅଧକ୍ଷ ନିଜର ମତରଖି ସମ୍ପର୍କକୁ ଆଗକୁ ବଢାଇବା ଆବଶ୍ୟକ l ”

” ବୟାନରେ କୁହାଯାଇଛି ଯେ ଯେତେବେଳେବି ସୀମାରେ ସେନାଙ୍କ ମଧ୍ୟରେ ଦୁଇ ଦେଶର ସେନାଙ୍କ ମଧ୍ୟରେ କଥାବାର୍ତା ଜାରି ରହିଛି ଓ ସୈନିକ ମାନଙ୍କୁ ପଛକୁ ହଟାଇବାର ପ୍ରୟାସ ମଧ୍ୟ ଚାଲିଛି l ସେହି ସମୟରେ ଦୁଇ ଦେଶଙ୍କୁ ପରସ୍ପର ସହିତ ବନ୍ଧୁତ୍ୱ ପୂର୍ଣ୍ଣ ବ୍ୟବହାର କରିବା ଆବଶ୍ୟକ ,ନାଁକି ଶତ୍ରୁଭଳି l ଗତ କିଛି ସମୟ ମଧ୍ୟରେ ଦୁଇ ଦେଶ ଏକ ସହିତ ବିକାଶର ଯାତ୍ରାକୁ ଆଗକୁ ବଢ଼ାଇଛନ୍ତି ଓ ତାକୁହିଁ ସାଥିରେ ନେଇ ଚାଲିବାକୁ ପଡିବ ,ଜଣେ ଆଉଜଣଙ୍କ ପ୍ରତି ବିପଦ ଶଙ୍କୁଳ ନହେବା ଉଚିତ l ”

ମଇ ମାସରେ ଆରମ୍ଭ ହୋଇଥିବା ବିବାଦ ପରେ ଜୁନ ମାସରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଉତେଜନା ଦେଖା ଦେଇଥିଲା l ଯେଉଁଥିରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲେ l ବର୍ତମାନ ମଧ୍ୟ ଦୁଇଦେଶ ମଧ୍ୟରେ ବୈଠକ ହୋଇ ଏହି ଉତେଜନାକୁ ସମାଧାନ କରିବା ପାଇଁ ଚେଷ୍ଟା ଚାଲିଛି ,କିନ୍ତୁ ଚୀନ ସୈନିକ ସମଝୋତାକୁ ନେଇ ପଛକୁ ହଟିବାକୁ ପ୍ରସ୍ତୁତ ନୁହଁନ୍ତି l ଚୀନ ପକ୍ଷରୁ ଅନେକ ଥର ଏହି ସମଝୋତାର ଉଲଘଂନ କରାଯାଇଛି l ସେହି ସ୍ଥାନରେ ଭାରତ ପ୍ରତ୍ୟକ ଥର ଏହି କଥା କହିଛି ଯେ ଯେତେବେଳ ପର୍ଯ୍ୟନ୍ତ ଚୀନର ସୈନ୍ୟମାନେ ପଛକୁ ହଟିବେ ନାହିଁ ସେତେଦିନ ପର୍ଯ୍ୟନ୍ତ ସମ୍ପର୍କରେ ସୁଧାର ଆସିବା କଷ୍ଟକର ଅଟେ l

Leave A Reply