Odisha news

ରାଫେଲର ଅଭ୍ୟାସରେ ବିଚଳିତ ହେଲା ଚୀନ୍ : ହୋତାନ ଏୟାରବେସରେ ମୁତୟନ କଲା ୩୬ଟି ବୋମା ବର୍ଷକ ବିମାନ

0

ନୂଆଦିଲ୍ଲୀ : ଲଦାଖରେ LAC ରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତେଜନା ଜାରି ରହିଛି କିନ୍ତୁ ଏହି କିଛିଦିନ ହେଲା ଚୀନ ମାନସିକ ଯନ୍ତ୍ରଣା ବଢି ଯାଇଛି l ଭାରତର ୫ଟି ରାଫେଲକୁ ଡରି ଚୀନ ନିଜର ହୋତାନ ଏୟାର  ବେସରେ ୩୬ ଟି ବୋମା ବର୍ଶଣ ବିମାନ ମୁତୟନ କରିଛି l LAC ର ନିକଟତମ ଚୀନର ହୋତାନ ଏୟାର ବେସରେ ଅଦ୍ଭୁତ ପ୍ରକାରର ସ୍ଥିତି ଦେଖା ଦେଇଛି ,ଏମିତି ଲାଗୁଛି ଯେମିତି ଚୀନ ନିଜର ସମସ୍ତ ଫାଇଟର ଜେଟକୁ ମୁତୟନ କରି ଦେଇଛି l

ଏଠାରେ ପ୍ରଶ୍ନ ଉଠୁଚି ଯେ ଚୀନରେ ଏପରି ହଲଚଲ କଣ ପାଇଁ ,ଏହି ହଲଚଲ ହେଉଛି ଭାରତର ରାଫେଲ ପାଇଁ ଯାହାର ଆସିବା ପରେ ଚୀନ ନିଜର ମାନସିକ ସ୍ଥିତି ହରାଇ ଚିନ୍ତା ଗ୍ରସ୍ଥ ହୋଇ ପଡିଛି l ରାଫେଲର ଆସିବା ପରେ ସମସ୍ତ ଖେଳ ଓ ସମସ୍ତ ସମୀକରଣ ବଦଳି ଯାଇଛି l ଜୁଲାଇ ୨୮ ରେ ଚୀନ ଵ୍ୟସ୍ତହୋଇ ନିଜର ୩୬ ଟି ଫାଇଟର ଜେଟକୁ ହୋତାନ ଏୟାର ବେଶରେ ମୁତୟନ କରି ଦେଇଛି l ଏହି ଫାଇଟର ଜେଟ୍ ରେ ୨୪ ,J-11ବୋମା ବର୍ଷକ ଅଛି ,ଯାହା ରୁଷରେ ନିର୍ମାଣ କରାଯାଇଥିଲା ,୬ ଟି ପୁରୁଣା J-8ଫାଇଟର ଜେଟ ଅଛି ,୨ଟି Y-8G ଟ୍ରାନ୍ସପୋର୍ଟ ଜେଟ ଅଛି ,୨ଟି KJ-500 ଏୟାର ବୋନ ଏୟାର କ୍ରାପଟ ଓ ୨ଟି MI-17 ହେଲିକପ୍ଟର ମୁତୟନ ହୋଇଛି l

ଯଦି ରାଫେଲର ପୂର୍ବଭଳି ସ୍ଥିତି ବିଷୟରେ ଆଲୋଚନା କରିବା ତେବେ ହୋଷ୍ଟନରେ ଏହା ପୂର୍ବରୁ ମଧ୍ୟ ଚୀନର ବୋମା ବର୍ଷକ ଥିଲା ,କିନ୍ତୁ ମାତ୍ର ୧୨ ଟି ଜେଟକୁ ମୁତୟନ କରାଯାଇଥିଲା ଯାହା ଏବେ ବଢାଯାଇ ୩୬ ଟି କରାଯାଇଛି l ଚୀନକୁ ଏହା ମଧ୍ୟ ଜଣା ଅଛି ଯେ ହୋତାନରେ ମୁତୟନ ହୋଇଥିବା ସମସ୍ତ ଫାଇଟର ଜେଟ ଆକ୍ରମଣ କରିବା ପାଇଁ ସକ୍ଷମ ନୁହନ୍ତି l ଆମେ ସମସ୍ତେ ଶୁଣିଛେ ଯେ ଚୀନର ସୈନ୍ୟ ମାନଙ୍କର ତାକତ ଅନ୍ୟ ଦେଶ ତୁଳନାରେ ବହୁତ ଅଧିକ ଅଟେ ,କିନ୍ତୁ ସତ୍ୟ ଏହାକି ଅସୁବିଧା ସମୟରେ ତା ନିକଟରେ ଗୋଟିଏ ଢଙ୍ଗର ଏୟାର ଷ୍ଟ୍ରିପ ନାହିଁ

ଯୁଦ୍ଧର ସ୍ଥିତି ସମୟରେ ଚୀନର ବୋମା ବର୍ଷକ ଜେଟ କେବଳ ହୋତାନ ଏୟାର ବେସରୁ ଉଡାନା ଭରିବ ନାହିଁ ,କାଶଗର ଓ ନଗାରୀ କୂଂସା ଏୟାର ବେସରୁ ମଧ୍ୟ ଉଡାନା ଭରି ପାରନ୍ତି l କିନ୍ତୁ ଲଦାଖରୁ କାଶଗରର ଦୂରତା ୩୫୦ କିଲୋମିଟର ଓ ନଗାରୀ କୂଂସାରୁ ୧୯୦ କିଲୋମିଟର l ଚୀନର ବୋମା ବର୍ଷକ ଅଟେ ଦୂରରୁ ଯଦି ଆସିବେ ଭାରତ ଅତି ଆରାମରେ ତାଙ୍କ ସହିତ ମୁକାବିଲା କରି ପାରିବ l ଲଦାଖରେ ଏୟାର ଡିଫେନ୍ସ ସିଷ୍ଟମ ଏହି ପରିସ୍ଥିତି ପାଇଁ ଲାଗ ଯାଇଛି l

ଚୀନର ଫାଇଟର ଜେଟ ବିମାନ ରାଫେଲ ଭଳି ଉପରେ ୧୨-୧୨ ଘଣ୍ଟା ଧରି ଉଡି ପାରିବ ନାହିଁ l କହିବାର ଉଦେଶ୍ୟ ଏହା ଯେ ଭାରତର ୫ଟି ରାଫେଲ ଚୀନର ସମସ୍ତ ପ୍ଲାନକୁ ଫେଲ କରି ପାରିବ l

Leave A Reply